ଯୁବତୀଙ୍କ ଆତ୍ମହତ୍ୟା, କାରଣ ଅସ୍ପଷ୍ଟ

Representative image
ଖଲ୍ଲିକୋଟ,୨୨/୦୫ : ଖଲ୍ଲିକୋଟ କରଣ ସାହି ରେ ଫାଇନାନ୍ସ କର୍ମଚାରୀ ଭାବେ କାମ କରୁଥିବା ଜଣେ ଯୁବତୀ ଆତ୍ମହତ୍ୟା କରିଛନ୍ତି। ଆତ୍ମହତ୍ୟା କରିଥିବା ଯୁବତୀ ଜଣକ ହେଲେ ପାୟଲ ସ୍ୱାଇଁ ।
ଖଲ୍ଲିକୋଟ ବଡ଼ଦାଣ୍ଡ ସାହିରେ ଥିବା ଏକ ଫାଇନାନ୍ସ କମ୍ପାନୀରେ ପାୟଲ ସ୍ୱାଇଁ (୨୩) କାମ କରୁଥିଲେ । ପାୟଲ ଙ୍କ ଘର ଭଞ୍ଜନଗର ନିକଟସ୍ଥ କଟାଧର ଗ୍ରାମରେ ହୋଇଥିବା ବେଳେ ସେ ଖଲ୍ଲିକୋଟ କରଣ ସାହିରେ ଏକ ଭଡା ଘରେ ରହୁଥିଲେ । ସୋମବାର ଅଫିସରେ ଡ୍ୟୁଟି କରି ମଧ୍ୟାହ୍ନ ରେ ଘରକୁ ଖାଇବା ପାଇଁ ଯାଇଥିଲେ । ସେଠାରୁ କର୍ମଚାରୀ ଙ୍କ ଫୋନ କଲ ରିସିଭ କରି ଆବଶ୍ୟକ ଡକୁମେଣ୍ଟ ପଠାଇ ଥିଲେ । ଏହା ପର ଠାରୁ ଆଉ ଫୋନ କଲ ରିସିଭ କରି ନ ଥିଲେ ପାୟଲ । ବାରମ୍ବାର ଫୋନ କରିବା ସତ୍ତ୍ୱେ ରିସିଭ ନ କରିବାରୁ ସହ କର୍ମଚାରୀଙ୍କ ସନ୍ଦେହ ହୋଇଥିଲା । ସେମାନେ ଯାଇ ଝରକା ପଟେ ଦେଖିବା ବେଳକୁ ପାୟଲଙ୍କ ମୃତ ଶରୀର ଝୁଲନ୍ତା ଅବସ୍ଥାରେ ଥିଲା ।ଏହାପରେ ଖବର ପାଇ ଖଲ୍ଲିକୋଟ ପୋଲିସ ପହଞ୍ଚି ମୃତଦେହକୁ ଉଦ୍ଧାର କରି ମେଡ଼ିକାଲ କୁ ପଠାଇଥିଲେ । ଘଟଣାର ପୋଲିସ ତଦନ୍ତ ଜାରି ରଖିଥିବା ଖଲ୍ଲିକୋଟ ଥାନା ଅଧିକାରୀ ଜଗନ୍ନାଥ ମଲ୍ଲିକ କହିଛନ୍ତି । ତେବେ ଆତ୍ମହତ୍ୟାର କାରଣ ଜଣାପଡିନାହିଁ ।