ପ୍ରମୂଖ ଖବର
  • ରାଜ୍ୟସଭାକୁ ୪ ମନୋନୀତ, ମନୋନୀତ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
  • ||
  • ବାଲେଶ୍ବର: ଟ୍ରକ୍‌ ଧକ୍କାରେ ଓଲଟି ପଡ଼ିଲା ବସ୍‌, ୨୦ରୁ ଉର୍ଦ୍ଧ୍ୱ ଗୁରୁତର
  • ||
  • ଏନ୍‌ସିଇଆର୍‌ଟି ବିଏଡ୍‌ ପ୍ରବେଶିକା ପରୀକ୍ଷା, ଆଜି ରାଜ୍ୟର ୪୪ କେନ୍ଦ୍ରରେ ୨୨ ହଜାର ଛାତ୍ରଛାତ୍ରୀ ଦେବେ ପରୀକ୍ଷା
  • ||
  • ସୋମବାର ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି: ଆଜି ପୁଲିସର କାର୍‌କେଡ୍‌ ରିହର୍ସାଲ, ଜଗିବେ ୫୦ ପ୍ଲାଟୁନ୍‌ ଫୋର୍ସ
  • ||
  • ଗାଜା ଉପରେ ଇସ୍ରାଏଲର ଭୟଙ୍କର ହମଲା, ୧୧୦ ପାଲେଷ୍ଟାନୀୟ ମୃତ
  • ||
  • ୧୬ରେ ବଙ୍ଗୋପସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ ସମ୍ଭାବନା, ଆଜି ବର୍ଷା ନେଇ ଅଧା ଓଡ଼ିଶାକୁ ୟେଲୋ ଓ୍ବାର୍ଣ୍ଣିଂ
  • ||

‘ଭାରତ ବିରୋଧରେ ନଥିଲା ଠୋସ୍‌ ପ୍ରମାଣ’: ନିଜ ପୋଲ୍‌ ନିଜେ ଖୋଲିଲେ ଜଷ୍ଟିନ୍‌ ଟ୍ରୁଡୋ

Published By : Tapas Panda | October 16, 2024 11:50 PM

Image source: ABP live

ନୂଆଦିଲ୍ଲୀ: ଖଲିସ୍ତାନୀ ଆତଙ୍କବାଦୀ ହରଦୀପ ସିଂହ ନିଜ୍ଜର ହତ୍ୟାକାଣ୍ଡ ପଛରେ ଭାରତର ହାତ ଥିବା ନେଇ ଅଭିଯୋଗ କରିଆସିଛି କାନାଡା । ଦେଶର ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ ଭାରତକୁ ଦାୟୀ କରିଆସିଥିବା ବେଳେ ଏବେ ନିଜର ସ୍ବର ବଦଳାଇଛନ୍ତି । ଟ୍ରୁଡୋଙ୍କ ଅଭିଯୋଗକୁ ଭାରତ ସରକାର ଖଣ୍ଡନ କରିଥିବା ବେଳେ କୂଟନୈତିକ ସ୍ତରରେ ବହୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି।  ଭାରତ ପାଖରୁ କଡ଼ା ଜବାବ ମିଳିବା ପରେ ଏବେ ଜଷ୍ଟିନ ଟ୍ରୁଡୋ ସତ ମାନିଛନ୍ତି । ନିଜ୍ଜର ହତ୍ୟା ମାମଲାରେ କୌଣସି ଠୋସ୍‌ ପ୍ରମାଣ ନାହିଁ, କେବଳ ଗୁଇନ୍ଦା ସୂଚନା ଆଧାରରେ ଆମେ ଅଭିଯୋଗ କରିଥିଲୁ ବୋଲି କହିଛନ୍ତି ଜଷ୍ଟିନ ଟ୍ରୁଡୋ । 

କାନାଡାରେ  ନିଜ୍ଜର ହତ୍ୟା ମାମଲାରେ ଭାରତକୁ କାନାଡା କୌଣସି ପ୍ରମାଣ ଦେଇପାରିନାହିଁ । ଏନେଇ ଖୋଦ ପ୍ରଧାନମନ୍ତ୍ରୀ ଜଷ୍ଟିନ୍‌ ଟ୍ରୁଡୋ ମାନିଥିବା ନେଇ ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି । ଟ୍ରୁଡୋ କହିଛନ୍ତି ଯେ, ‘ଭାରତକୁ ସହଯୋଗ କରିବାକୁ କହିଥିଲା କାନାଡା । ପ୍ରମାଣ ଯୋଗାଡ ଲାଗି ସହଯୋଗ ମାଗିଥିଲୁ । ପରବର୍ତ୍ତୀ ତଦନ୍ତ ପାଇଁ ଭାରତୀୟ ସୁରକ୍ଷା ଏଜେନ୍ସିକୁ ଆମ ସହ ସହଯୋଗ କରିବାକୁ କହିଥିଲୁ । କାରଣ ସେତେବେଳେ ଆମ ପାଖରେ ଗୁଇନ୍ଦା ସୂଚନା ଥିଲା ।’

ନିଜ୍ଜର ହତ୍ୟା ମାମଲାରେ ବିଦେଶୀ ହସ୍ତକ୍ଷେପ ନେଇ ତଦନ୍ତ ସମୟରେ ସାକ୍ଷ୍ୟ ଦେଇ ଟ୍ରୁଡୋ କହିଛନ୍ତି, ଭାରତ ଉପରେ ସାର୍ବଜୀନନ ଭାବରେ ଅଭିଯୋଗ ଆଣିବା ସମୟରେ କେବଳ ଗୁଇନ୍ଦା ସୂଚନା ଥିଲା, କୌଣସି ଠୋସ୍‌ ପ୍ରମାଣ ନଥିଲା ।  ଜଷ୍ଟିନ ଟ୍ରୁଡୋ ଆହୁରି କହିଛନ୍ତି ଯେ, ‘ପ୍ରଥମେ ନିଜ୍ଜର ହତ୍ୟା ମାମଲାରେ ଗୁଇନ୍ଦା ଏଜେନ୍ସି ଦ୍ବାରା ସୂଚନା ଦିବଯାଇଥିଲା ଯେ ଏଥିରେ ସରକାର ସାମିଲ ଅଛନ୍ତି । ଅନ୍ତର୍ଜାତୀୟ ସଂପୃକ୍ତି ନାହିଁ । କିନ୍ତୁ ଅଗଷ୍ଟରେ କାନାଡା ଏବଂ ଦି ଫାଇଭ୍ ଆଇଜ୍‌ ପାଖରୁ ମିଳିଥିବା ଗୁଇନ୍ଦା ସୂଚନା ଅନୁସାରେ ଭାରତର ସଂପୃକ୍ତି କଥା ସାମ୍ନାକୁ ଆସିଥିଲା ।  ସେତେବେଳେ ଆମେ ଗୁଇନ୍ଦା ସୂଚନା ଆଧାରରେ ଏନେଇ ଭାରତ ସରକାରଙ୍କୁ ଜଣାଇଥିଲୁ ।’ 

ସେପଟେ ଜଷ୍ଟିନ ଟ୍ରୁଡୋ ଲରେନ୍ସ ବିଷ୍ଣୋଇର ନାଁ ନେଇଛନ୍ତି ।  ସେ କହିଛନ୍ତି, ବିଶ୍ବସନୀୟ ପ୍ରମାଣ ଅଛି ଯେ, ନିଜ୍ଜର ହତ୍ୟା ମାମଲାରେ ଭାରତୀୟ ଏଜେଣ୍ଟ ସାମିଲ ଥିଲେ । ଏହା ସହ ଭାରତୀୟ କୂଟନୀତିଜ୍ଞ କାନାଡାର ଲୋକମାନଙ୍କ ସୂଚନା ଏକତ୍ର କରୁଥିଲେ ଏବଂ ଏହାକୁ ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗକୁ ଦେଉଥିଲେ ବୋଲି ଟ୍ରୁଡୋ ଅଭିଯୋଗ କରିଛନ୍ତି । 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.