ଜ୍ୟୋତି ମୋଟର୍ସରେ ନୂଆ ୱାଗନର୍

ଭୁବନେଶ୍ୱର,୨୮ା୧(ବ୍ୟୁରୋ)ମାରୁତି ସୁଜୁକି ଇଣ୍ଡିଆର ପ୍ରାଧୀକୃତ ଡିଲର ଜ୍ୟୋତି ମୋଟର୍ସ ପକ୍ଷରୁ ଏରିନା ନୟାପଲ୍ଲୀ ଏବଂ ଲୁଇସ୍ରୋଡ୍ ସୋ’ରୁମ୍ରେ ତୃତୀୟ ପିଢ଼ି ୱାଗନର୍ର ବଜାର ପ୍ରବେଶ କରାଯାଇଛି । ଏହି ଅବସରରେ ଜ୍ୟୋତି ମୋଟର୍ସ ଏମ୍ଡି ଦେବଜ୍ୟୋତି ପଟ୍ଟନାୟକ, ମାରୁତି ସୁଜୁକିର ଆଞ୍ଚଳିକ ପ୍ରବନ୍ଧକ ହିମାଂଶୁ ଆସୋପା ଏବଂ ଏସ୍ବିଆଇ ପ୍ରଧାନ ଶାଖା/ଏଲ୍ଏଚ୍ଓର ବରିଷ୍ଠ ଅଧିକାରୀଙ୍କ ସହ ଗ୍ରାହକମାନେ ଉପସ୍ଥିତ ଥିଲେ । ନୂଆ ୱାଗନର୍ର ଆକର୍ଷଣୀୟ ଡିଜାଇନ୍, ସ୍ପେସ୍, କମ୍ଫର୍ଟ ଏବଂ ନୂତନ ପିଢ଼ି ଇନ୍ଫୋଟେନ୍ମେଣ୍ଟ୍ ସିଷ୍ଟମ୍ ଏହାକୁ ସ୍ୱତନ୍ତ୍ର କରୁଛି । ଅତ୍ୟାଧୁନିକ କେ-ସିରିଜ୍ ଇଞ୍ଜିନ୍ ଆକର୍ଷଣୀୟ ଇନ୍ଧନ ଦକ୍ଷତା ସୁନିଶ୍ଚିତ କରୁଛି । ପଞ୍ଚମ ପିଢ଼ି ହିୟର୍ଟେକ୍ଟ ପ୍ଲାଟ୍ଫର୍ମରେ ଏହା ପ୍ରସ୍ତୁତ । ୧.୦ ଲିଟର ଇଞ୍ଜିନ୍ ସହିତ ନୂଆ ୱାଗନର୍ ୧.୨ ଲିଟର ଇଞ୍ଜିନ୍ରେ ଆସୁଛି । ୧.୨ ଲିଟର ଭାରିଆଣ୍ଟ୍ ଲିଟର ପିଛା ୨୧.୫ କିମି ଏବଂ ୧.୦ ଲିଟର ଭାରିଆଣ୍ଟ୍ ଲିଟର ପିଛା ୨୨.୫ କିମି ମାଇଲେଜ୍ ପ୍ରଦାନ କରୁଛି । ପୁରୁଣା ମଡେଲ ତୁଳନାରେ ଏହା ୧୦% ଅଧିକ ମାଇଲେଜ୍ ପ୍ରଦାନ କରୁଛି । ଏହାର ଏକ୍ସଶୋ’ରୁମ୍ ଦିଲ୍ଲୀ ମୂଲ୍ୟ ୪.୧୯ ଲକ୍ଷ ଟଙ୍କାରୁ ୫.୧୬ ଲକ୍ଷ ଟଙ୍କା ରହିଛି । ଏଭଳି ଏକ ସଫଳ ମଡେଲର ପରବର୍ତ୍ତୀ ପିଢ଼ିକୁ ବଜାରକୁ ଆଣି ଆମେ ଅତ୍ୟନ୍ତ ଆନନ୍ଦିତ ବୋଲି କହିଛନ୍ତି ଜ୍ୟୋତି ମୋଟର୍ସର ନିର୍ଦ୍ଦେଶକ ତଥା ସିଇଓ ଦେବଜ୍ୟୋତି ପଟ୍ଟନାୟକ ।