PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ନୂଆଦିଲ୍ଲୀ : ଭଗବାନ ଚିତ୍ରଗୁପ୍ତଙ୍କ ଚରିତ୍ରକୁ ମଜାଳିଆ ଢଙ୍ଗରେ ଚିତ୍ରଣ କରିବାକୁ ନେଇ ଅଭିନେତା ଅଜୟ ଦେବଗନଙ୍କ ସମେତ କେତେକଙ୍କ ନାଁରେ ଏତଲା
  • ||
  • ଖୋର୍ଦ୍ଧା : ଆୟକର ଅଧିକାରୀ ସୁମନ ସୁନ୍ଦର ସାହୁଙ୍କ ବାସଭବନରେ ସିବିଆଇ ରେଡ୍, ଖୋର୍ଦ୍ଧାର ଶାନ୍ତି ଜୁଏଲର୍ସ ମାଲିକଙ୍କ ଠାରୁ ନେଉଥିଲେ ସୁନା ଓ ଟଙ୍କା
  • ||
  • ସମ୍ବଲପୁର : ବରଗଡ଼ ଜିଲ୍ଲା ଅମ୍ବାଭୋନା ବ୍ଲକର ଗୋବିନ୍ଦପୁରକୁ ପ୍ରଥମ ‘ପକ୍ଷୀଗ୍ରାମ’ ମାନ୍ୟତା, ଯୋଜନାରେ ସାମିଲ ହେବେ ୩ ଗାଁ
  • ||
  • ଭୁବନେଶ୍ବର : ବରମୁଣ୍ଡା ବସ ଷ୍ଟାଣ୍ଡରୁ ୫୦କେଜି ଗଞ୍ଜେଇ ଜବତ, ୪ ଗଞ୍ଜେଇ ଚୋରା ଚାଲାଣକାରୀ ଗିରଫ
  • ||
  • ଭୁବନେଶ୍ୱର : ହସ୍ପିଟାଲରୁ ଡିସଚାର୍ଜ ହେଲେ ଓଲିଉଡ ଷ୍ଟାର ବାବୁସାନ ମହାନ୍ତି, ଗତ କିଛି ଦିନ ହେବ ଅସୁସ୍ଥ ହୋଇ ଭୁବନେଶ୍ୱରର ଘରୋଇ ମେଡିକାଲରେ ହେଉଥିଲେ ଚିକିତ୍ସିତ
  • ||
  • କଟକ : କଟକ ପାରାଦୀପ ରାସ୍ତା ସୋମପୁର ବଜାର ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ଗ୍ୟାରେଜ ଉପରେ ମାଡିଗଲା ଟ୍ରକ
  • ||
  • ଯାଜପୁର : କୁଆଖିଆ ଥାନା ଅନ୍ତର୍ଗତ ବସଷ୍ଟାଣ୍ଡ ନିକଟରେ ଯାଜପୁର ଅବକାରୀ ବିଭାଗ ଚଢ଼ାଉ, ୮୦ ଗ୍ରାମ ବ୍ରାଉନସୁଗାର ଜବତ
  • ||

‘ରାଜ୍ୟସ୍ତରୀୟ କ୍ରୀଡା ଭିତ୍ତିଭୂମି ବିକାଶ ପ୍ରକଳ୍ପ’ ପାଇଁ ସଂଶୋଧିତ ମୂଲ୍ୟକୁ ଅନୁମୋଦନ କଲେ ରାଜ୍ୟ କ୍ୟାବିନେଟ

ଭୁବନେଶ୍ୱର ୨୨/୯: ଆଜି ରାଜ୍ୟ କ୍ୟାବିନେଟ ‘ରାଜ୍ୟସ୍ତରୀୟ କ୍ରୀଡା ଭିତ୍ତିଭୂମି ବିକାଶ ପ୍ରକଳ୍ପ’ ପାଇଁ ସଂଶୋଧିତ ମୂଲ୍ୟକୁ ଅନୁମୋଦନ କରିଛନ୍ତି ଯାହା କଳିଙ୍ଗ ଷ୍ଟାଡିୟମ୍, ଭୁବନେଶ୍ୱର ଏବଂ ଆନ୍ତର୍ଜାତୀୟ ହକି ଷ୍ଟାଡିୟମ ରାଉରକେଲାରେ କ୍ରୀଡା ଭିତ୍ତିଭୂମି ବିକାଶ ପାଇଁ ପ୍ରସ୍ତାବ ଅନ୍ତର୍ଗତ ଅଟେ । ଓଡିଶା ଏଫଆଇଏଚ୍ ପୁରୁଷ ହକି ବିଶ୍ୱକପ୍ ୨୦୨୩ ପାଇଁ ଆୟୋଜକ ହୋଇଛି ଯାହା ଭୁବନେଶ୍ୱର ଏବଂ ରାଉରକେଲାରେ ଆୟୋଜିତ ହେବ । ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମକୁ ବିଭିନ୍ନ ସୁବିଧା ଗୁଡିକ ଦ୍ୱାରା ନବୀକରଣ କରାଯାଉଛି ଯଥା ଭାରତର ପ୍ରଥମ ଇନଡୋର ଆଥଲେଟିକ୍ ଷ୍ଟାଡିୟମ୍, ଇନଡର ଆକ୍ୱାଟିକ୍ ସେଣ୍ଟର, ସେଣ୍ଟର ଟେନିସ୍ କୋର୍ଟ ସୁବିଧା ମିଳିବ ।

ଏହି ପ୍ରକଳ୍ପକୁ ମେ ୮ ୨୦୨୧ରେ ରାଜ୍ୟ କ୍ୟାବିନେଟ ଦ୍ୱାରା ଅନୁମୋଦନ କରାଯାଇଛି ଯାହାର ମୋଟ ବଜେଟ ସମସ୍ତ ଟିକସ ଏବଂ ଇଡକୋ ଦେୟ ସହିତ ୪୩୨.୪୫୪ କୋଟି ଟଙ୍କା । ତେବେ ଆଇଆଇଟି ବମ୍ବେ ଏବଂ ଜାତୀୟ/ଅନ୍ତର୍ଜାତୀୟ ଫେଡେରେସନ ମାନଙ୍କ ଷ୍ଟାଡିୟମ ବିଶେଷଜ୍ଞଙ୍କ ମତକୁ ଆଧାର କରି ସଂରଚନା ଗୁଡିକ ବିପର୍ଯ୍ୟୟ ମୁକାବିଲା ପାଇଁ ଡିଜାଇନ୍ ଏବଂ ସୁରକ୍ଷା ପାରାମିଟରର ନବୀକରଣ କରାଯାଇଥିଲା । ତେବେ ଏସବୁ ବିଚାରକୁ ନେଇ ଆଜି କ୍ୟାବିନେଟ ୮୭୫.୭୮ କୋଟି ଟଙ୍କା ସଂଶୋଧିତ ପ୍ରକଳ୍ପ ମୂଲ୍ୟ ଅନୁମୋଦନ କରିଛନ୍ତି ।