କାବୁଲ,୨୧।୯:  ଆଫଗାନିସ୍ତାନର ରାଜଧାନୀ କାବୁଲରେ ଆଜିକାଲି ଲାଉଡସ୍ପିକର ସାଉଣ୍ଡ ଲୋକଙ୍କ ନିଦ ହଜାଉଛି। ଯାହାକି କେବେ ଦୈନନ୍ଦିନ ଜୀବନର ଅଂଶ ଥିଲା। ଏବେ ପରିବେଶ ଓ ସମାଜ ପାଇଁ ବଡ଼ ସମସ୍ୟା ପାଲଟିଛି। ସ୍ଥାନୀୟ ଲୋକ ଅଧିକାରୀଙ୍କୁ ସଡକରେ ଠେଲା ଲଗାଇଥିବା ବିକ୍ରେତା ଓ ଲାଇଡ ସ୍ପିକର ଉପରେ କଡା କଟକଣା ଲଗାଇବାକୁ ଗୁହାରୀ କରିଛନ୍ତି। ତାଙ୍କର କହିବା ଅନୁସାରେ, ଏମାନେ ଲଗାତାର ଚିଲାଇବା ଦ୍ବାରା ସାର୍ବଜନୀନ ସ୍ଥାନରେ ଅବ୍ୟବସ୍ଥା ଦେଖିବାକୁ ମିଳୁଛି।

କାବୁଲର ଲୋକଙ୍କ କହିବା ଅନୁସାରେ, ସକାଳ ୬ଟାରୁ ଆରମ୍ଭ ହୋଇ ରାତି ୯ଟାରୁ ୧୦ ଟା ପର୍ଯ୍ୟନ୍ତ ଲାଉଡସ୍ପିକର ବାଜିଥାଏ। ସରକାର ଏହା ଉପରେ ରୋକ ଲଗାଇବା ସରକାର। ଅନ୍ୟପଟେ ଅଧିକାରୀମାନେ ମଧ୍ୟ ଏହାକୁ ସ୍ବୀକାର କରିଛନ୍ତି। ସେମାନେ କହିଛନ୍ତି ପୁରୁଣା ଅଭ୍ୟାସ ବଦଳାଇବାର ଏତେ ସହଜ ନୁହେଁ। ଦୁଇଟି ସ୍ତରରେ କାମ କରୁଛୁ। ପ୍ରଥମ ହେଲା ସାଂସ୍କୃତିକ ସଚେତନତା। ଆମେ ସ୍କୁଲ,ଜିଲ୍ଲା, କଲୋନୀ ଏବଂ ମଜସିଦ୍‌ରେ ଏନେଇ ସଚେତନ କରୁଛୁ। ଫଳରେ ଲୋକ ଯେପରି ବୁଝିପାରିବେ ଶବ୍ଦ ପ୍ରଦୂଷଣ କେତେ ବିପଦଜନକ।