ନୂଆଦିଲ୍ଲୀ,୨୨।୭: କୈଳାଶ ମାନସରୋବର ଯାତ୍ରାରେ ଯାଇଥିବା ଶ୍ରଦ୍ଧାଳୁଙ୍କ ପାଇଁ ଏଥର ମାନସରୋବର ହ୍ରଦରେ ଓହ୍ଲାଇ ବୁଡ ପାଇବାକୁ ଅନୁମତି ମିଳିନି। ଚୀନ୍ ୨୦୧୮ ରୁ ଏହି ନିୟମ ଲାଗୁ କରିଛି। ଏହି କାରଣରୁ ଯାତ୍ରୀଙ୍କୁ ଗୋଟିଏ ବାଲ୍ଟି ଦିଆଯାଇଥାଏ, ସେମାନେ ହ୍ରଦରୁ ପାଣି ବାହାର କରି ଗାଧୋଇ ପାରିବେ। ଏହା କହିବା ପଛର କାରଣ ହେଉଛି ହ୍ରଦର ପାଣି ଯେପରି ଦୂଷିତ ନହେବ। ଏହା ସହ ତା’ର ପ୍ରାକୃତି ସନ୍ତୁଳନ ବଜାୟ ରହିବ। ବୈଜ୍ଞାନିକଙ୍କ କହିବା ଅନୁସାରେ, ଦୁନିଆର ସବୁଠାରୁ ଉଚ୍ଚସ୍ଥାରେ ଥିବାର ମିଠା ପାଣିର ହ୍ରଦ ଭିତରୁ ଅନ୍ୟତମ ମାନସରୋବର ଖୁବ୍ ସମ୍ବେଦନଶୀଳ ହ୍ରଦ। ଯଦି ବହୁ ସଂଖ୍ୟା ଲୋକ ସିଧା ହ୍ରଦ ଭିତରକୁ ଗାଧୋଇବାକୁ ଯିବେ, ତେବେ ଏହାର ପାଣି ଏବଂ ପରିବେଶ ଉପରେ ଖରାପ ପ୍ରଭାବ ପଡିପାରେ।

ମାନସରୋବର ହ୍ରଦ ତିବ୍ଦତରେ ସମୁଦ୍ର ତଳଠାରୁ ପ୍ରାୟ ୪,୫୯୦ ମିଟର (୧୫,୦୬୦ ଫୁଟ)ର ଉଚ୍ଚତାରେ ରହିଛି। ଏହି ହ୍ରଦ ହିନ୍ଦୁ, ବୌଦ୍ଧ, ଜୈନ ଓ ବୋନ୍ ଧର୍ମର ଲୋକଙ୍କ ବହୁତ ବହୁ ପବିତ୍ର ବୋଲି କୁହାଯାଏ। ପ୍ରତି ବର୍ଷ ହଜାର ହଜାର ଶ୍ରଦ୍ଧାଳୁ ସେଠାକୁ ଆସନ୍ତି। ତେଣୁ ହ୍ରଦକୁ ସଫା ରଖିବା ସେତିକି ଜରୁରୀ ବୋଲି କୁହାଯାଏ। ଏହି କାରଣରୁ ଚୀନ୍ ହ୍ରଦକୁ ଯାଇ ଗାଧୋଇବା ଉପରେ ରୋକ ଲଗାଇ ଦେଇଥାଏ।  ଚୀନ୍‌ର କହିବା ଅନୁସାରେ, ଶ୍ରଦ୍ଧାଳୁ ନିଜର ଆସ୍ଥାକୁ ନିଶ୍ଚିତ ଭାବରେ ନିଭାନ୍ତୁ। କିନ୍ତୁ ଏହା ଦ୍ବାରା ହ୍ରଦକୁ କ୍ଷତି ହେବା ଉଚିତ ନୁହେଁ। ମାନସରୋବର କେବଳ ଧାର୍ମିକ ସ୍ଥାନ ନୁହେଁ। ବୈଜ୍ଞାନିକମାନେ ମଧ୍ୟ ଏହାକୁ ଖୁବ୍ ଗୁରୁତ୍ବପୂର୍ଣ୍ଣ ସ୍ଥାନ ବୋଲି ମନେକରନ୍ତି।  

ଯେତେବେଳେ ହଜାର ହଜାର ଲୋକ କୌଣସି ହ୍ରଦରୁ ଓହ୍ଲାଇ ଗାଧାନ୍ତି, ତେବେ ତାଙ୍କ ଶରୀର ଝାଳ, ତ୍ବଚାର ଛୋଟ ଛୋଟ କଣିକା, ତେଲ,କ୍ରୀମ୍ ଓ ବହୁ ପ୍ରକାର ଜୀବାଣୁ ପାଣିରେ ମିଳିଥାଏ। ଏହାଦ୍ବାରା ପାଣି ଧିରେ ଧିରେ ମଇଳା ହେବାକୁ ଲାଗିଥାଏ। ବୈଜ୍ଞାନିକଙ୍କ କହିବା ଅନୁସାରେ, ଏତେ ଉଚ୍ଚତାରେ ଥିବା ହ୍ରଦର ପାଣି ନିଜକୁ ଖୁବ୍ ସଫା କରିବାର ପକ୍ରିୟା ବହୁତ ଧିମା ହୋଇଥାଏ। ଏହାକୂ ପୂର୍ବ ଭଳି ସଫା ରଖିବାକୁ ବି ସମୟ ଲାଗିପାରେ। ହ୍ରଦରେ ଲୋକମାନେ ପ୍ରବେଶ କରିବା ଯୋଗୁଁ ପାଣିରେ ଥିବା କାଦୁଅ ବାହାରିଯାଏ। ଏଥିରେ ରହୁଥିବା କ୍ଷୁଦ୍ର ଜୀବ ଏବଂ ଶୈବାଳକୁ ପ୍ରଭାବିତ କରିପାରେ। ଏହି କାରଣରୁ ବିଶ୍ୱର ଅନେକ ସମ୍ବେଦନଶୀଳ ପ୍ରାକୃତିକ ଅଞ୍ଚଳରେ ଏପରି ନିୟମ ପ୍ରଣୟନ କରାଯାଇଛି। ଚୀନ୍ ୨୦୧୮ ମସିହାରୁ ମାନସରୋବର ହ୍ରଦରେ ପ୍ରବେଶ ଏବଂ ସ୍ନାନ କରିବାକୁ ନିଷେଧ କରିଛି। ଭକ୍ତମାନେ ବାଲ୍ଟି କିମ୍ବା ଅନ୍ୟାନ୍ୟ ପାତ୍ରରେ ହ୍ରଦରୁ ପାଣି ଆଣି ସ୍ନାନ କରିଥାନ୍ତି।

ମାନସରୋବର ହ୍ରଦ ହିମାଳୟ ଏବଂ ତିବ୍ବତ ମାଳଭୂମି ମଧ୍ୟରେ ଅବସ୍ଥିତ। ଏଠାକାର ତାପମାତ୍ରା ଅତ୍ୟନ୍ତ କମ୍ ଏବଂ ବାୟୁରେ ଅମ୍ଳଜାନ କମ୍। ଏହି ପରିବେଶରେ ପ୍ରାକୃତିକ ପରିବର୍ତ୍ତନ ବହୁତ ଧୀରେ ଧୀରେ ଘଟେ। ତେଣୁ, ଯଦି ହ୍ରଦରେ ଯଦି ପ୍ରଦୂଷଣ ବୃଦ୍ଧି ପାଏ, ତେବେ ଏହାର ପ୍ରଭାବ ଦୀର୍ଘସ୍ଥାୟୀ ହୋଇପାରେ। ବୈଜ୍ଞାନିକମାନେ ଏହା ମଧ୍ୟ କହିଛନ୍ତି ଯେ ହିମାଳୟରେ ଜଳବାୟୁ ପରିବର୍ତ୍ତନର ପ୍ରଭାବ କ୍ରମଶଃ ଦେଖିବାକୁ ମିଳୁଛି। ଗ୍ଲାସିୟର ତରଳିବାରେ ଲାଗିଛି ଏବଂ ପାଗ ପରିବର୍ତ୍ତନ ହେଉଛି। ତେଣୁ, ମାନସରୋବର ଭଳି ହ୍ରଦକୁ ସଂରକ୍ଷଣ କରିବା ପୂର୍ବ ଅପେକ୍ଷା ଅଧିକ ଗୁରୁତ୍ୱପୂର୍ଣ୍ଣ ହୋଇଯାଇଛି। ପ୍ରତିବର୍ଷ ଭାରତ ସମେତ ଅନେକ ଦେଶରୁ ହଜାର ହଜାର ତୀର୍ଥଯାତ୍ରୀ ମାନସରୋବର ଯାତ୍ରା କରନ୍ତି। ଯଦି ସମସ୍ତେ ହ୍ରଦରେ ସ୍ନାନ କରନ୍ତି, ତେବେ କିଛି ବର୍ଷ ମଧ୍ୟରେ ଜଳର ଗୁଣବତ୍ତା ପ୍ରଭାବିତ ହୋଇପାରେ। ଏହି ବିପଦକୁ ଦୃଷ୍ଟିରେ ରଖି, ଚୀନ୍ ଏହି ନିୟମ ପ୍ରଣୟନ କରିଛି।  

ଆହୁରି ପଢନ୍ତୁ : Russian Oil: ରୁଷିଆ ଅର୍ଥନୀତିର ଢାଲ ସାଜିଲା ଭାରତ; ଆମେରିକା କଟକଣାକୁ ବେଖାତିର, ବୃଦ୍ଧି ପାଇଲା କ୍ରୁଡ୍ ଅଏଲ୍ ଆମଦାନୀ !