PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କାବୁଲ ସ୍ଥିତ ଏକ ମସଜିଦ୍‌ରେ ଭୟଙ୍କର ବିସ୍ଫୋରଣ , ବିସ୍ଫୋରଣରେ ୨୦ ମୃତ , ୪୦ ଆହତ , ଆହତଙ୍କୁ ନିଆଯାଉଛି ହସ୍ପିଟାଲ
  • ||
  • ଭୁବନେଶ୍ବର : ରାଜ୍ୟରେ ଆଉ ୪ ଦିନ ଏଭଳି ବନ୍ୟା ସ୍ଥିତି ରହିବ, ଆଗାମୀ ୨୪ ଘଣ୍ଟା ଆମ ପାଇଁ ଗୁରୁତ୍ୱପୂର୍ଣ୍ଣ ବୋଲି ଏସଆରସିଙ୍କ ସୂଚନା
  • ||
  • ବୌଦ୍ଧ : ବୌଦ୍ଧ ଜିଲ୍ଲା ଭେଜିଗୋରା ଗ୍ରାମରେ ପାଣି ଘେରରେ ଥିବା ଗର୍ଭବତୀ ମହିଳା ଓ ଅନ୍ୟ ଜଣେ ମହିଳାଙ୍କୁ ଉଦ୍ଧାର କରିଛନ୍ତି ଅଗ୍ନିଶମ କର୍ମଚାରୀ
  • ||
  • ଭଦ୍ରକ : ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ କାସିମପୁର ପଞ୍ଚାୟତ ହେମେନ୍ଦ୍ର ନାଥ ହାଇସ୍କୁଲରେ କ୍ଲାସ ରୁମ୍‌ରେ ପଶିଲା ବନ୍ୟା ପାଣି, ବାତିଲ ହେଲା ପରୀକ୍ଷା
  • ||
  • ସୋର : ବାଲେଶ୍ବର ଜିଲ୍ଲା ନୀଳଗିରି ଅଧିନ ଔପଦା ବ୍ଲକର ବିଡ଼ିଓ ଅଭିଷେକ ଦାସଙ୍କର ବଦଳିକୁ ନେଇ ବୁଧବାର ଔପଦା ବ୍ଲକ୍ ସମ୍ମୁଖରେ ସରପଞ୍ଚ, ସମିତି ସଭ୍ୟ/ସଭ୍ୟା, ବୁଦ୍ଧିଜୀବୀ, ଔପଦାର ଜନସାଧାରଣଙ୍କ ଧାରଣା
  • ||
  • ଜଗତସିଂହପୁର : ତିର୍ତ୍ତୋଲ ବ୍ଲକର ଗୋତିଆକୁଦ ଗାଁରେ ହଠାତ ପାଣି ବଢିଯିବାରୁ ଗୋଟିଏ ପରିବାରର ୩ ଜଣ ଫଶି ରହିଥିଲେ, ବୁଧବାର ଅଗ୍ନିଶମ ବାହିନୀ ପହଞ୍ଚି ଉଦ୍ଧାର କରିଛି
  • ||
  • କଟକ : ମୁଣ୍ଡଳୀରେ କମୁଛି ଜଳସ୍ତର, ତଥାପି ଵିପଦ ସଙ୍କେତ ଉପରେ ମହାନଦୀ
  • ||
  • ବାଲିପାଟଣା : ଧନୁଆ ନଦୀରେ ବନ୍ୟା, ବାଲିପାଟଣା ବ୍ଲକ୍‌ର ୫ଟି ପଞ୍ଚାୟତର ବିଭିନ୍ନ ଗାଁ ଜଳମଗ୍ନ
  • ||
  • ବାରିପଦା : ଆଇଟିଆଇ କଲେଜରେ ଆଦିବାସୀ ଛାତ୍ରଙ୍କୁ ମାଡ ଘଟଣା, ୧୨ ଘଣ୍ଟିଆ ମୟୁରଭଞ୍ଜ ବନ୍ଦ ଡାକରା
  • ||
  • କଣାସ : ମକରା ନଦୀରେ ୫୦ ଫୁଟର ଘାଇ, ୨୦ ରୁ ଅଧିକ ଗାଁରେ ପଶିଲା ବନ୍ୟାଜଳ
  • ||
  • ଜଳେଶ୍ବର : ତ୍ରୀର୍ଥଯାତ୍ରୀ ବସ୍‌କୁ ପିଟିଲା ମାଲବାହୀ ଟ୍ରକ୍, ଜଣେ ମୃତ ଓ ୪ ଗୁରୁତର
  • ||

କାଜୋଲ ଓ ସୂର୍ଯ୍ୟାଙ୍କୁ ଓସ୍କାର କମିଟିର ସଦସ୍ୟ ଭାବେ ଆମନ୍ତ୍ରଣ

ମୁମ୍ବାଇ ୦୧/୦୭: ଏକାଡେମୀ ଅଫ୍‌ ମୋସନ୍‌ ପିକ୍‌ଚର ଆର୍ଟସ ଆଣ୍ଡ ସାଇନ୍ସେସ୍‌ ପ୍ରତି ବର୍ଷ ଓସ୍କାର ସମାରୋହ ଆୟୋଜନ କରିଥାଏ । ଚଳିତ ବର୍ଷ ପାଇଁ ଏହା ନିଜର ଆମନ୍ତ୍ରିତ ଅତିଥିଙ୍କ ତାଲିକା ଘୋଷଣା କରିଛି । ୨୦୨୨ରେ ନିଜ ସଂଗଠନରେ ସାମିଲ ହେବା ପାଇଁ ଏକାଡେମୀ ୩୯୭ ଜଣ ପ୍ରତିଷ୍ଠିତ କଳାକାର ଓ ଅଧିକାରୀଙ୍କୁ ଆମନ୍ତ୍ରିତ କରିଛି । ୩୯୭ ଜଣିଆ ଏହି ତାଲିକାରେ ୧୫ ଜଣ ଓସ୍କାର ବିଜେତାଙ୍କ ସମେତ ୭୧ ଜଣ ଅସ୍କାର ନୋମିନି ସାମିଲ ଅଛନ୍ତି । ଏଥିରେ ସଦସ୍ୟ ଚୟନ ବୃତ୍ତିଗତ ଯୋଗ୍ୟତା ଉପରେ ଆଧାରିତ ବୋଲି ଏକାଡେମୀ ପକ୍ଷରୁ ଔପଚାରିକ ଘୋଷଣା କରାଯାଇଛି ।

ଏହି କ୍ରମରେ ବିଭିନ୍ନ ପୃଷ୍ଠଭୂମିର ଭାରତୀୟ ସେଲିବ୍ରିଟିମାନଙ୍କୁ ଓସ୍କାର ସଦସ୍ୟ ଭାବେ ଆମନ୍ତ୍ରିତ କରାଯାଇଛି । ସେମାନଙ୍କ ମଧ୍ୟରେ ଅଛନ୍ତି ବଲିଉଡ୍‌ ଅଭିନେତ୍ରୀ କାଜୋଲ । ‘ଜୟ ଭୀମ୍‌’ ଅଭିନେତା ସୂର୍ଯ୍ୟା ଏହି ତାଲିକାରେ ସାମିଲ ହୋଇଛନ୍ତି । ଡକ୍ୟୁମେଣ୍ଟାରି ବିଭାଗରେ ଅସ୍କାର ଦୌଡ଼ ପାଇଁ ନାମାଙ୍କିତ ହୋଇଥିବା ‘ରାଇଟିଂ ୱିଥ୍‌ ଫାୟାର’ର ମେକର୍‌ ସୁସ୍ମିତ ଘୋଷ ଓ ରିଣ୍ଟୁ ଥୋମାସ୍‌ଙ୍କୁ ଓସ୍କାର ପକ୍ଷରୁ ଆମନ୍ତ୍ରିତ କରାଯାଇଛି । ଲିଖନ ବିଭାଗରେ ‘ଗଲି ବଏ’, ‘ମେଡ୍‌ ଇନ୍‌ ହେଭେନ୍‌’ ଓ ‘ଦିଲ୍‌ ଧଡକ୍‌ନେ ଦୋ’ର ଲେଖିକା ରୀମା କଗ୍‌ତିଙ୍କୁ ଏହି ସମ୍ମାନସ୍ପଦ ସଂଗଠନର ସଦସ୍ୟ ପାଇଁ ଆମନ୍ତ୍ରଣ କରାଯାଇଛି । ‘ଡେଡ୍‌ପୁଲ୍‌’ ଓ ‘ଦ ମାର୍ସିଆନ୍‌’ର ପ୍ରଯୋଜନା ଦାୟିତ୍ୱରେ ଥିବା ଭାରତୀୟ-ଆମେରିକୀୟ ପ୍ରଯୋଜକ ଆଦିତ୍ୟ ସୁଦ୍‌ ଏହି ତାଲିକାରେ ଅଛନ୍ତି । ପିଆର୍‌ ଓ ମାର୍କେଟିଂ ପ୍ରଫେସନାଲ୍‌ ସୋହିନି ସେନ୍‌ଗୁପ୍ତାଙ୍କୁ ମଧ୍ୟ ଏକାଡେମୀ ତରଫରୁ ଆମନ୍ତ୍ରିତ କରାଯାଇଛି ।