ସାହାଜପାଲ, ୧୪/୦୨ : ବୌଦ୍ଧ ଜିଲ୍ଲା ତାଳଶରଡ଼ା ଗ୍ରାମପଞ୍ଚାୟତ ମାନେଶ୍ଵର ଗ୍ରାମରେ ଥିବା ଶୈବପୀଠରେ ମହାଶିବରାତ୍ରି ଉପଲକ୍ଷେ କଳସ ଯାତ୍ରା ହୋଇଯାଇଛି। ଏହି କଳସ ଯାତ୍ରାରେ ଗ୍ରାମର ମହିଳାମାନେ ଜାମ୍ମୁ ନାଳରୁ ୧୦୮ କଳସରେ ପାଣି ଆଣି ଶୋଭାଯାତ୍ରାରେ ମନ୍ଦିରକୁ ଆସିଥିଲେ।
ମହାଶିବରାତ୍ରି ଦିନ ମନ୍ଦିରରେ ଅଷ୍ଟପ୍ରହରୀ ନାମଯଜ୍ଞ ହେବା ସହ ଜାଗାର ଯାତ୍ରା ହେବ। ଏହି ଉତ୍ସବରେ ହଜାର ହଜାର ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଥିଲା। ଏହି କଳସ ଯାତ୍ରା ମାନେଶ୍ୱର ଗ୍ରାମବାସୀ ଓ ଅଞ୍ଚଳବାସୀଙ୍କ ସହଯୋଗରେ ହୋଇଛି।.