ନାକଟିଦେଉଳ,୧୬/୫ : ନାକଟିଦେଉଳ ବ୍ଲକର ବିଭିନ୍ନ ଅଂଚଳରେ ଶୁକ୍ରବାର କାଳ ବୈଶାଖିର ତାଣ୍ଡବରେ ବ୍ୟାପକ କ୍ଷୟକ୍ଷତି ହୋଇଛି । ସରାପାଲି ପଞ୍ଚାୟତ ପୋଡାଖଳ ଗ୍ରାମରେ ଜୋରରେ ବର୍ଷା ଏବଂ ପବନ ବହିବାରୁ ବିତ୍ୟୁତ୍ ଖୁଣ୍ଟ, ବଡ ବଡ ଗଛ ଭାଙ୍ଗି ଯିବା ସହ ଗ୍ରାମର ପ୍ରାୟ ୪୦ରୁ ଊର୍ଦ୍ଧ୍ବ ଘରର ଟାଇଲ୍, ଆଜବେଷ୍ଟସ୍, ନଡ଼ାଛପର ଘର ଚାଳ ସବୁ ଉଡ଼ାଇ ନେଇ ନଷ୍ଟ ହୋଇଯାଇଛି ।
ଏହି କାଳବୈଶାଖିର ପ୍ରଭାବରେ ବ୍ୟାପକ କ୍ଷୟକ୍ଷତି ହୋଇଥିବା ଦେଖିବାକୁ ମିଳିଛି । ଘରର ଛପର ସବୁ ଉଡ଼ିଯିବାରୁ ଲୋକମାନେ ଘରେ ମହଜୁଦ ରଖିଥିବା ପିଆଜ, ଧାନ, ଚାଉଳ, ସହ ଅନ୍ୟାନ୍ୟ ସାମଗ୍ରୀ ସବୁ ଭିଜି ନଷ୍ଟ ହୋଇଯାଇଛି । ପୋଡ଼ାଖୋଳ ଗ୍ରାମର ବିପିନ ପ୍ରଧାନଙ୍କ ସହ ୪୦ରୁ ଊର୍ଦ୍ଧ୍ବ ପରିବାର କ୍ଷତିଗ୍ରସ୍ତ ହୋଇଥିବାବେଳେ ପଣ୍ଡୁଆଖୋଳ ଗ୍ରାମର ଗଗନ ଦେହୁରୀଙ୍କ ଘର ଛପର ଉଡ଼ିଯାଇ ନଷ୍ଟ ହୋଇଯାଇଛି । ତେବେ ପ୍ରଶାସନ ପକ୍ଷରୁ ଏହି କ୍ଷତିଗ୍ରସ୍ତର ଆକଳନ କରାଯାଇ କ୍ଷତିଗ୍ରସ୍ତ ପରିବାରଙ୍କୁ ସରକାରୀ ସହାୟତା ଯୋଗାଇ ଦେବାକୁ ଗ୍ରାମବାସୀ ଦାବି କରିଛନ୍ତି ।