ପ୍ରମୂଖ ଖବର
  • ବୁଧବାର ମେୟରଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ, ଯୋଗଦେବେ ସବୁ ଷ୍ଟାଣ୍ଡିଂ କମିଟିର ଅଧ୍ୟକ୍ଷ ଏବଂ କର୍ପୋରେଟର
  • ||
  • ସୁନ୍ଦରଗଡ଼ : ପୋଖରୀରୁ ଅଜଣା ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ
  • ||
  • କେନ୍ଦ୍ରାପଡ଼ା : ଆଳିରେ ସିରିଜ୍‌ ଚୋରି, ଲକ୍ଷାଧିକ ଟଙ୍କାର ଅଳଙ୍କାର ନେଇଗଲେ ଦୁର୍ବୃତ୍ତ
  • ||
  • ବର୍ମିଂହାମ୍‌ରେ ଇଣ୍ଡିଆ-ଇଂଲଣ୍ଡ ଦ୍ୱିତୀୟ ଟେଷ୍ଟ: ପ୍ରତ୍ୟାବର୍ତ୍ତନ ପାଇଁ ପ୍ରସ୍ତୁତ ଗିଲ୍‌ ବାହିନୀ, ବୁମ୍‌ରା ଖେଳିବେ କି ନାହିଁ ହୋଇନି ସ୍ପଷ୍ଟ
  • ||
  • ବାହୁଡ଼ା ଯାତ୍ରା ପ୍ରସ୍ତୁତି: ଆଜି ଶରଧାବାଲିରେ ରଥ ଦକ୍ଷିଣ ମୋଡ଼, ତାଳଧ୍ୱଜରେ ପ୍ଲେଟ୍‌ ଓ ନନ୍ଦିଘୋଷରେ କ୍ଲାମ୍ପ ଲାଗିଲା
  • ||
  • ବଡ଼ବିଲ: ଖଣିରେ ଧସିଲା ମାଟି ଅତଡ଼ା, ଚାଲିଗଲା ୩ ଜୀବନ
  • ||
  • ନନ୍ଦିଘୋଷ ଭାଙ୍ଗିଲେ ରାଗରୋଷରେ ଜର୍ଜରିତ ମା’ଲକ୍ଷ୍ମୀ ଠାକୁରାଣୀ, ମହାପ୍ରଭୁଙ୍କ ଆଜ୍ଞାମାଳ ପାଇ ଫେରିଲେ
  • ||
  • ଉତ୍ତର-ପଶ୍ଚିମରେ ପ୍ରବଳ ବର୍ଷା ଆଶଙ୍କା: ପୁଣି ଘୂର୍ଣ୍ଣିବଳୟ ସମ୍ଭାବନା, ୫ରୁ ବର୍ଷା ବଢ଼ିପାରେ
  • ||

ଏପ୍ରିଲ ୧୮ରୁ କଳିଙ୍ଗ ସୁପର କପ୍ ଟୁର୍ଣ୍ଣାମେଣ୍ଟ, ଭାଗ ନେବେ ଦେଶର ୧୬ ଟିମ୍

Published By : Prameya | March 8, 2025 2:35 PM

ଭୁବନେଶ୍ୱର,୦୮/୦୩: ଆସନ୍ତା ଏପ୍ରିଲ ମାସରେ କଳିଙ୍ଗ ସୁପର କପ୍‌ ୨୦୨୫ ଆୟୋଜିତ ହେବା ବିଷୟ ପୂର୍ବରୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ  ମାଝୀ ସୋସିଆଲ ମିଡିଆରେ ଘୋଷଣା କରିଥିଲେ । ଟୁର୍ଣ୍ଣାମେଣ୍ଟ ପୂର୍ବରୁ ‘କଳିଙ୍ଗ’ ରହିବ କି ନାହିଁ ସେ  ବିଷୟରେ ଫୁଟବଲପ୍ରେମୀ ଦ୍ୱନ୍ଦ୍ୱରେ ରହିଥିଲେ । ମାତ୍ର  ରାଜ୍ୟ କ୍ରୀଡ଼ା ଓ ଯୁବସେବା ବିଭାଗ ପକ୍ଷରୁ  ସୋସିଆଲ ମିଡିଆରେ ସ୍ପଷ୍ଟ କରାଯାଇଛି । ସୋସିଆଲ ମିଡିଆରେ କୁହାଯାଇଛି,  ‘ଏହା ଅତି ଖୁସିର ସହ ଘୋଷଣା କରୁଛୁ ଯେ  ସର୍ବଭାରତୀୟ ଫୁଟବଲ ସଂଘ କଳିଙ୍ଗ ଷ୍ଟାଡିୟମକୁ ପୁଣି ଥରେ ସମ୍ମାନଜନକ ସୁପର କପ୍‌, ଯାହାର  ଅଫିସିଆଲ ନାମ କଳିଙ୍ଗ ସୁପର କପ୍‌ ଆୟୋଜନ  ନେଇ ଚୟନ କରିଛନ୍ତି । ଏହି ପ୍ରତିଯୋଗିତା ଏପ୍ରିଲ  ୧୮ରୁ ଆରମ୍ଭ ହୋଇ ୨୮ ତାରିଖରେ ଶେଷ ହେବ ।’  

ଦେଶର ୧୬ଟି ଶ୍ରେଷ୍ଠ ଦଳ ସୁପର କପ୍‌ରେ  ଭାଗ ନେବେ । ଚାମ୍ପିଅନ୍ସ ଦଳ ୨୦୨୫-୨୬ ଏଏଫ୍‌ସି  ଚାମ୍ପିଅନ୍ସ ଲିଗ୍‌-୨ ପ୍ଲେ ଅଫ୍‌କୁ ଯୋଗ୍ୟତା ହାସଲ  କରିବ । ୨୦୧୮, ୨୦୧୯ ଏବଂ ୨୦୨୪ ସଂସ୍କରଣରେ କଳିଙ୍ଗ ଷ୍ଟାଡିୟମରେ ଆୟୋଜିତ ହୋଇଥିଲା । ଗତ ସଂସ୍କରଣରେ ଇଷ୍ଟବେଙ୍ଗଲ ୩-୨ ଗୋଲରେ ଓଡ଼ିଶା  ଏଫ୍‌ସିକୁ ପରାଜିତ କରି ଟାଇଟଲ ଜିତିଥିଲା ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.