PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ନୂଆଦିଲ୍ଲୀ : ଆସାମ ବନ୍ୟା ପୀଡିତଙ୍କ ପାଇଁ ସାହାଯ୍ୟର ହାତ ବଢାଇଲେ ଫିଲ୍ମ ନିର୍ମାତା କରନ ଜୋହର, ରିଲିଫ ପାଣ୍ଠିକୁ ଦେଲେ ୧୧ଲକ୍ଷ
  • ||
  • ଭୁବନେଶ୍ବର : କଂଗ୍ରେସ ବିଧାୟକ ରାଜନ ଏକ୍କାଙ୍କୁ ଭେଟିଲେ ବିଜେଡି ଟିମ୍, ରାଷ୍ଟ୍ରପତି ପ୍ରାର୍ଥି ଦ୍ରୌପଦୀ ମୁର୍ମୁଙ୍କୁ ସମର୍ଥନ କରିବାକୁ କଲେ ନିବେଦନ
  • ||
  • କଟକ : ପ୍ରକାଶ ପାଇଲା ମାଟ୍ରିକ ପରୀକ୍ଷା ଫଳ, ଚଳିତ ବର୍ଷ ପାସ ହାର ୯୦.୫୫
  • ||
  • ନିଶ୍ଚିନ୍ତକୋଇଲି : କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ଥାନା ସୁକରପଡା ଗାଁରେ ପାରିବାରିକ କଳହରୁ ମା’କୁ ହତ୍ୟା କରିଛି ପୁଅ
  • ||
  • ଆନନ୍ଦପୁର : ଶାଳବଣୀ ଛକ ନିକଟରେ ଟାୟାର ଫାଟିଯିବାରୁ ପୋଲିସ ହାବୁଡରେ ଧରାପଡିଲା ବେଆଇନ ଗୋ-ଚାଲାଣ ଟ୍ରକ, ଜବତ କଲା ଆନନ୍ଦପୁର ପୋଲିସ
  • ||
  • ଭୁବନେଶ୍ୱର : ଅଭିନେତ୍ରୀ ରଶ୍ମିରେଖାଙ୍କ ମୃତ୍ୟୁ ଘଟଣା, ପ୍ରେମିକ ସନ୍ତୋଷ ପାତ୍ର ରାଉରକେଲା ବାସନ୍ତୀକଲୋନୀରେ ଆତ୍ମହତ୍ୟା କରିଛନ୍ତି
  • ||
  • ରାଉରକେଲା : ରାଉରକେଲାରେ ୩୧୧ କୋଟିର GST ଠକେଇ, ବନ୍ଧାହେଲେ ୫ ବ୍ୟବସାୟୀ
  • ||
  • ରାୟଗଡ଼ା : ଚାନ୍ଦିଲି ଥାନା ଅନ୍ତର୍ଗତ ୩୨୬ ନମ୍ବର ଜାତୀୟ ରାଜପଥର ହାତୀଖମ୍ବ ଗାଁ ନିକଟରେ ଏକ ଯାତ୍ରୀବାହୀ ବସ୍ ଓଲଟି ଜଣେ ମହିଳାଙ୍କ ମୃତ୍ୟୁ, ୩୦ ଆହତ
  • ||

୧ କିମ୍ବା ୨ ଜୁନରେ ଭୁବନେଶ୍ୱରରେ ପହଞ୍ଚିବ କଳ୍ପନାଙ୍କ ମରଶରୀର

ଭୁବନେଶ୍ୱର ୩୦/୫: ଜୁନ ୧ କିମ୍ବା ୨ରେ ଭୁବନେଶ୍ୱରରେ ପହଞ୍ଚିବ କଳ୍ପନାଙ୍କ ମରଶରୀର । ପର୍ବତାରୋହୀ କଳ୍ପନା ଦାଶଙ୍କ ମରଶରୀର ଠାବ ହେବା ପରେ ଗତକାଲି ବେସ କ୍ୟାମ୍ପ ୨ କୁ ଅଣାଯାଇଥିଲା । ସେଠାରେ ପାଗ ଖରାପ ହେବା ଯୋଗୁଁ ଗତକାଲି ଆଣିବା ସମ୍ଭବ ହୋଇପାରି ନଥିଲା । ସେରପାଙ୍କ କହିବା ମୁତାବକ ମରଶରୀରରେ ବିଶେଷ କ୍ଷୟକ୍ଷତି ହୋଇ ନାହିଁ । ତେବେ ଆଜି ଦିନ ୧୨. ୩୦ ମିନିଟରେ କାଠମାଣ୍ଡୁ ବେସ କ୍ୟାମ୍ପକୁ ମର ଶରୀର ଅଣାଯାଇଛି ।  ଏହା ପରେ ନେପାଳ ଏମ୍ବାସି ଓ ଭାରତୀୟ ଏମ୍ବାସି ମଧ୍ୟରେ ଅଫିସିଆଲ କାର୍ଯ୍ୟକ୍ରମ ପରେ ମରଶରୀରକୁ ହସ୍ତାନ୍ତର କରାଯିବ ବୋଲି କ୍ରୀଡା ବିଭାଗ ପକ୍ଷରୁ ସୂଚନା ମିଳିଛି ।  ୧ କିମ୍ବା ୨  ଜୁନରେ କଳ୍ପନାଙ୍କ ମରଶରୀର  ଭୁବନେଶ୍ବରରେ ପହଁଚିବ ।

ସମ୍ବନ୍ଧିତ ଖବର