ପ୍ରମୂଖ ଖବର
  • ଅନୁଗୁଳ : ସାପ କାମୁଡ଼ାରେ ନାବାଳକ ମୃତ
  • ||
  • କଟକ : ପାରିବାରିକ କଳହର କରୁଣ ପରିଣତି, ମୁଣ୍ଡଳୀ ବ୍ରିଜ୍‌ରେ ଗାଡ଼ି ରଖି ମହାନଦୀକୁ ଡେଇଁ ପଡ଼ିଲେ ଯୁବକ!
  • ||
  • ମୁମ୍ବାଇରୁ ଓଡ଼ିଶା ଫେରିବେ ବିରୋଧୀ ଦଳ ନେତା ନବୀନ, ସ୍ୱାଗତ ପାଇଁ ବିଜେଡି ନେତା ଓ କର୍ମୀ ପ୍ରସ୍ତୁତ
  • ||
  • ଡ୍ରାଇଭର ମହାସଂଘ ହାତ ଛାଡ଼ିଲେ ବସ୍‌ ମାଲିକ, ରାଜ୍ୟରେ ସ୍ୱାଭାବିକ ହେଲା ଘରୋଇ ବସ୍‌ ଚଳାଚଳ
  • ||
  • ଦିଲ୍ଲୀରେ ଭୁଶୁଡ଼ିଲା ୪ ମହଲା ବିଲ୍ଡିଂ, ୧୨ ଜଣ ଚାପି ହୋଇଥିବା ଆଶଙ୍କା
  • ||
  • ଦୁର୍ବଳ ହେଉଛି ମାଓ ସଙ୍ଗଠନ, ଆତ୍ମସମର୍ପଣ କଲେ ୨୨ ମାଓବାଦୀ
  • ||
  • ଭୁବନେଶ୍ୱର : ପୁଲିସ ଭବନ ସମ୍ମୁଖରେ ସିରିଜ୍ ଦୁର୍ଘଟଣା, ଡ୍ରାଇଭର ଗୁରୁତର
  • ||
  • କେନ୍ଦୁଝର: ଗୋଠଛଡ଼ା ଦନ୍ତା ଆକ୍ରମଣରେ ଜଣେ ମୃତ, ଜଣେ ଗୁରୁତର
  • ||
  • ଅହମ୍ମଦାବାଦ ପ୍ଲେନ୍‌ କ୍ରାସ୍‌ର ଆସିଲା ତଦନ୍ତ ରିପୋର୍ଟ, ଉଡ଼ାଣର ୯୦ ସେକେଣ୍ଡରେ ବନ୍ଦ ହୋଇଥିଲା ବିମାନ ଇଞ୍ଜିନ୍‌
  • ||
  • ମେଗା ରୋଜଗାର ମେଳା, ଆଜି ୫୧ ହଜାର ନିଯୁକ୍ତିପତ୍ର ବାଣ୍ଟିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • ||
  • ଘୂର୍ଣ୍ଣିବଳୟ ସକ୍ରିୟ: ଆଜି ୧୩ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ, ୧୩ରୁ ଅଧିକ ବର୍ଷା ହୋଇପାରେ
  • ||

କାମାକ୍ଷାନଗର ଉପଜିଲ୍ଲାପାଳଙ୍କୁ ବାନ୍ଧିଲା ଭିଜିଲାନ୍ସ, ଭୁବନେଶ୍ଵରରେ ଅଛି ୭ ପ୍ଲଟ୍

Published By : Rasmita Pradhan | November 19, 2024 12:42 PM

ଢେଙ୍କାନାଳ/କାମାକ୍ଷାନଗର/ ବାସୁଦେବପୁର/ଭଦ୍ରକ, ୧୯/୧୧ : ଗିରଫ ହେଲେ ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଉପଜିଲ୍ଲାପାଳ ନାରାୟଣ ଚନ୍ଦ୍ର ନାୟକ। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ତାଙ୍କୁ ଗିରଫ କରାଯାଇଛି। ସୋମବାର ଉପଜିଲ୍ଲାପାଳଙ୍କ କାମାକ୍ଷାନଗରସ୍ଥିତ କାର୍ଯ୍ୟାଳୟ ଓ ସରକାରୀ ବାସଭବନ ସମେତ ଏକକାଳୀନ ୧୦ଟି ସ୍ଥାନରେ ଭିଜିଲାନ୍ସ ରେଡ୍ କରିଥିଲା। 

ସୂଚନାନୁଯାୟୀ, ଉପଜିଲ୍ଲାପାଳଙ୍କର ଭୁବନେଶ୍ୱରର ଝାରପଡ଼ାରେ ୪୮୦୦  ବର୍ଗଫୁଟ୍‌ ଜମି ଉପରେ ନିର୍ମାଣାଧୀନ ୩  ମହଲା କୋଠା, ଭଦ୍ରକର କୁଆଁସରେ ୬୯୦୦ ବର୍ଗଫୁଟ୍‌ ଜମି ଉପରେ ୩ ମହଲା ଓ ଗେଲପୁରରେ ୬୨୦୦ ବର୍ଗଫୁଟ ଜମି ଉପରେ ୨ ମହଲା ବିଶିଷ୍ଟ କୋଠା ଥିବା ସୂଚନା ମିଳିଛି । ଏଥିସହ ଭୁବନେଶ୍ୱରର ପ୍ରମୁଖ ଇଲାକା ଝାରପଡ଼ା, ଲକ୍ଷ୍ମୀସାଗର, ପଥରଗାଡ଼ିଆରେ ଶ୍ରୀ ନାୟକଙ୍କର ୭ଟି ମୂଲ୍ୟବାନ ପ୍ଲଟ୍‌ ରହିଛି । ସେହିପରି  ଭଦ୍ରକରେ ୬ଟି ଓ ପୁରୀ ଜିଲ୍ଲା ପିପିଲିରେ ଗୋଟିଏ ପ୍ଲଟ୍‌ କିଣିଛନ୍ତି । ଚଢ଼ଉ ବେଳେ ସୋମବାର ସନ୍ଧ୍ୟା ସୁଦ୍ଧା ଉପଜିଲ୍ଲାପାଳଙ୍କ ନିକଟରୁ ନଗଦ ୧ ଲକ୍ଷ ୪୮ ହଜାର ୬୮୦  ଟଙ୍କା, ୩୬୬ ଗ୍ରାମ୍‌ ସୁନା, ବିଭିନ୍ନ ବ୍ୟାଙ୍କ୍‌ର  ପାସବୁକ୍‌, ଗୋଟିଏ ବାଇକ୍‌ ସହ ଓ ୧୦ ଲକ୍ଷ ଟଙ୍କାର ଘରକରଣା ସାମଗ୍ରୀ ମିଳିଥିବା ଜଣାଯାଇଛି । ଏଥିସହ ବ୍ୟାଙ୍କ୍‌, ଜୀବନ ବୀମା ଓ ପୋଷ୍ଟାଲ୍‌ ଜମା ବାବଦରେ ମୋଟ୍‌ ୩୪ ଲକ୍ଷ ୫୭ ହଜାର ୫୨ ଟଙ୍କା ରହିଥିବା ସୂଚନା ମିଳିଛି। 

ସୋମବାର ଭୋର୍‌ରୁ ଚଢ଼ଉ ଆରମ୍ଭ ହୋଇଥିଲା । ୪ ଦିନ ଧରି ସରକାରୀ ଛୁଟି ଥିବାରୁ ଉପଜିଲ୍ଲାପାଳ ଶ୍ରୀ ନାୟକ ଭୁବନେଶ୍ୱରରେ ଥିବାବେଳେ ଭିଜିଲାନ୍ସର ଜଣେ ଡିଏସ୍‌ପିଙ୍କ ନେତୃତ୍ୱରେ କାମାକ୍ଷାନଗରରେ ଥିବା ସରକାରୀ ବାସଭବନରେ ଚଢ଼ଉ ହୋଇଥିଲା । ପରେ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଯାଇ ତାଙ୍କ ପ୍ରକୋଷ୍ଠରେ ରହିଥିବା ବିଭିନ୍ନ କାଗଜପତ୍ର ଯାଞ୍ଚ କରିଥିଲା ଭିଜିଲାନ୍ସ ଟିମ୍‌ । 

ସୂଚନାଯୋଗ୍ୟ, ୨୦୨୩ରେ  କାମାକ୍ଷାନଗର ଉପଜିଲ୍ଲାପାଳ ଭାବେ ନାରାୟଣ ଚନ୍ଦ୍ର ନାୟକ ଯୋଗ ଦେଇଥିଲେ ।  ସେ ୧୯୯୭ରେ ସରକାରୀ ଚାକିରୀ ଜୀବନ ଆରମ୍ଭ କରିଥିଲେ । ପ୍ରଥମେ କଳାହାଣ୍ଡିରେ ଆସିଷ୍ଟାଣ୍ଟ୍‌ ସେଟେଲମେଣ୍ଟ୍‌  ଅଫିସର ଓ ପରେ ଭବାନୀପାଟଣାର ଅତିରିକ୍ତ ତହସିଲଦାର ଭାବେ ୨୦୦୪ ପର୍ଯ୍ୟନ୍ତ କାମ କରିଥିଲେ । ୨୦୧୧ରେ ସେ ଓଏଏସ୍‌ କ୍ୟାଡର ପାଇଥିଲେ ।  ଖରିଆର, ଦଶରଥପୁର ଓ ବାଲିଅନ୍ତା ବ୍ଲକ୍‌ର ବିଡିଓ ଭାବେ ଦୀର୍ଘ ବର୍ଷ କାର୍ଯ୍ୟ କରିଥିଲେ । ୨୦୨୩ ମସିହାରେ ଓଡ଼ିଶା ପ୍ରଶାସନିକ ସେବାର ବରିଷ୍ଠ ପାହ୍ୟାକୁ ପଦୋନ୍ନତି ପାଇବା ପରେ କାମାକ୍ଷାନଗର ଉପଜିଲ୍ଲାପାଳ ଭାବେ କାମ କରିଆସୁଥିଲେ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.