PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ନୋବେଲ ଶାନ୍ତି ପୁରସ୍କାର ଘୋଷଣା: ମାନବାଧିକାର ପ୍ରବକ୍ତା ଆଲେସ୍ ବାଲିଆସ୍କି ସହ ଦୁଇଟି ସଂଗଠନକୁ ମିଳିବ ପୁରସ୍କାର
  • ||
  • ଭୁବନେଶ୍ଵର : ଓଡ଼ିଶା ଲଳିତ କଳା ଏକାଡେମୀ ଉପସଭାପତି ତଥା ବିଶିଷ୍ଟ ଶିଳ୍ପୀ ଶ୍ରୀନିବାସ ପଢ଼ିଆରୀଙ୍କ ପରଲୋକ
  • ||
  • ମୁରିବାହାଲ : ଭିଜିଲାନ୍ସ ଜାଲରେ ମୁରିବାହାଲ ବ୍ଲକ APO ସୁଶାନ୍ତ କୁମାର ଦାସ, ୪୫ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡ଼ିଲେ
  • ||
  • ବାଙ୍ଗିରିପୋଷି : ଶୌଚ ହେବାକୁ ଯାଇଥିବା ବେଳେ ଆକ୍ରମଣ କଲା ଦନ୍ତା, ଯୁବକ ମୃତ
  • ||
  • ଭୁବନେଶ୍ୱର : ପୁଣି ଘୂର୍ଣ୍ଣିବଳୟ ସମ୍ଭାବନା, ୨୫ ପୂର୍ବରୁ ଓଡ଼ିଶା ଛାଡ଼ିବନି ମୌସୁମୀ
  • ||
  • ଭଦ୍ରକ : ନଭେମ୍ୱର ୩ରେ ଧାମନଗର ଉପନିର୍ବାଚନ, ଆଜିଠୁ ନାମାଙ୍କନ ପତ୍ର ଦାଖଲ
  • ||
  • ତେଲକୋଇ : ଶୁଝି ପାରିଲେନି କିସ୍ତି, ଆତ୍ମହତ୍ୟା କଲେ ଅସହାୟ ଟ୍ରକ ମାଲିକ
  • ||
  • ମୋହନା : ଜଙ୍ଗଲରୁ ବିପୁଳ ପରିମାଣର କାଠ ଗଣ୍ଡି ଜବତ
  • ||
  • ଭୁବନେଶ୍ଵର : ରାଜ୍ୟରେ ଉପର ତଳ ହେଉଛି କରୋନା ଗ୍ରାଫ୍, ୨୪ ଘଣ୍ଟା ମଧ୍ୟରେ ୬୩ ପଜିଟିଭ୍ ଚିହ୍ନଟ
  • ||

ଏବେ ଏହି ରାଜ୍ୟର ସରକାରଙ୍କ ଅଦ୍ଭୁତ ନିର୍ଦେଶ,ସରକାରୀ ଅଧିକାରୀ ପରେ କୁକୁରଙ୍କୁ ମଧ୍ୟ କରାଯାଉଛି ବଦଳି

ଭୋପାଳ,୧୩।୭: ମଧ୍ୟ ପ୍ରଦେଶରେ ଆଜିକାଲି ବଦଳିର ସମୟ ଚାଲିଛି। କ୍ଷମତାକୁ ଆସିବା ପରେ କମଳନାଥ ସରକାର ଲଗାତାର ଅଧିକାରୀ ଓ କର୍ମଚାରୀଙ୍କ ବଦଳି କରିବାରେ ଲାଗିଛି। ଏବେ କିନ୍ତୁ କମଳନାଥ ସରକାରୀ ପୋଲିସ ବିଭାଗରେ କାର୍ଯ୍ୟରତ ସନ୍ଧାନୀ କୁକୁରଙ୍କୁ ବଦଳି କରିଦେଇଛନ୍ତି, ଯାହାର ଲିଷ୍ଟ ଏବେ ପ୍ରକାଶ ପାଇଛି।

ନିର୍ଦେଶ ଅନୁସାରେ ୨୩ ତମ ବାହିନୀର ସ୍ବତନ୍ତ୍ର ସଶସ୍ତ୍ର ବଳରେ ପ୍ରାୟ ୪୬ଟି କୁକୁରଙ୍କ ଟ୍ରାନ୍ସଫର କରିଦିଆଯାଇଛି। କୁକୁରଙ୍କ ସହିତ ଡଗ ହ୍ୟାଣ୍ଡେଲରଙ୍କୁ ମଧ୍ୟ ଟ୍ରାନ୍ସଫର କରିଦିଆଯାଇଛି। ଏମାନଙ୍କ ଭିତରେ ସ୍ନିକର, ନାର୍କୋ ଓ ଟ୍ରାକର କୁକୁର ରହିଛନ୍ତି। ଛିନ୍ଦଓ୍ବାଡାରୁ ଡଫି ନାମକ ଏକ ସ୍ନିଫର କୁକୁରକୁ ଭୋପାଳର ମୁଖ୍ୟମନ୍ତ୍ରୀଙ୍କ ବାସଭବନକୁ ପଠାଇ ଦିଆଯାଇଛି। ସେଭଳି ମୁଖ୍ୟମନ୍ତ୍ରୀ ଭବନରେ ପୂର୍ବରୁ କାମ କରୁଥିବା ମାସ୍କୋ, ଜୟା ଓ ରିମା ନାମକ କୁକୁରଙ୍କୁ ବଦଳି କରିଦିବଯାଇ ଡଫି, ରେଣୁ ଓ ସିକନ୍ଦରକୁ ରଖାଯାଇଛି।

କୁକୁରଙ୍କୁ ବଦଳି କରାଯିବା ପରେ ମୁଖ୍ୟ ବିରୋଧୀ ଦଳ ବିଜେପି ଏବେ କଂଗ୍ରେସ ସରକାରଙ୍କୁ କଡା ସମାଲୋଚନା କରିଛି। ବିଜେପିର ରାଜ୍ୟ ଉପାଧ୍ୟକ୍ଷ ଓ ହୁଜୁର ବିଧାନସଭାର ବିଧାୟକ ରାମେଶ୍ବର ଶର୍ମା ଟ୍ବିଟ୍ କରି ଲେଖିଛନ୍ତି ,ହାଏରେ ବେଦର୍ଦି କଂଗ୍ରେସ ସରକାର କୁକୁରଙ୍କୁ ତ ଛାଡି ଦେଉ…!