PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମହାରାଷ୍ଟ୍ର : ସିଏମ୍ ପଦରୁ ଉଦ୍ଧବ ଠାକରେଙ୍କ ଇସ୍ତଫା ପରେ କଣ ରହିଛି ବିଜେପିର ପ୍ଲାନ୍? ଫଡନବୀସ-ସିନ୍ଦେ ମେଣ୍ଟ ସରକାର ଗଠନ ନେଇ ଜୋରଦାର ଚର୍ଚ୍ଚା
  • ||
  • ‘ଦେଶରୁ କଂଗ୍ରେସ ମୂଳପୋଛ ହୋଇଯିବା ଉଚିତ, ଖାସ୍‌ ସେହି ଦଳ ପାଇଁ ଦୁଇଦୁଇ ଥର ପ୍ରଧାନମନ୍ତ୍ରୀ ହେଲେଣି ମୋଦି’: ଅସଦୁଦ୍ଦିନ ଓଓ୍ବେସୀ
  • ||
  • ମମିତା ମେହେର ହତ୍ୟା ମାମଲାରେ ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁକୁ ମିଳିଲା ଅନ୍ତରୀଣ ଜାମିନ
  • ||
  • ଅଗଷ୍ଟ ୬ରେ ଉପରାଷ୍ଟ୍ରପତି ନିର୍ବାଚନ, ଜୁଲାଇ ୧୭ ନାମାଙ୍କନର ଶେଷ ତାରିଖ : ଭାରତୀୟ ନିର୍ବାଚନ କମିଶନଙ୍କ ପକ୍ଷରୁ ବିଧିବଦ୍ଧ ଭାବେ ପ୍ରକାଶ ପାଇଲା ବିଜ୍ଞପ୍ତି
  • ||
  • ଡାବୁଗାଁ ବ୍ଲକ ଅନ୍ତର୍ଗତ ଯବାଗୁଡ଼ା ଗ୍ରାମରେ ପ୍ରେମୀଯୁଗଳଙ୍କ ଆତ୍ମହତ୍ୟା
  • ||
  • ପରକୀୟା ପ୍ରୀତି ସନ୍ଦେହ କରି ସ୍ତ୍ରୀକୁ ଟାଙ୍ଗିଆରେ ହାଣି ହତ୍ୟା କଲା ସ୍ବାମୀ
  • ||
  • ଭୁବନେଶ୍ୱର : ରାଜ୍ୟରେ ପୁଣି ବଢ଼ିଲା କରୋନା ମାମଲା, ୨୪ ଘଣ୍ଟାରେ ୧୬୧ କରୋନା ପଜିଟିଭ୍
  • ||
  • ନୟାଗଡ଼ : ଟ୍ରକ୍‌କୁ ପଛପଟୁ ପିଟିଲା କାର୍, ୮ ଆହତ
  • ||
  • କଟକ : ଭିଜିଲାନ୍ସ ପଞ୍ଝାରେ ସହକାରୀ ଯନ୍ତ୍ରୀ, ଏକକାଳୀନ ୪ଟି ସ୍ଥାନରେ ଚାଲିଛି ରେଡ୍
  • ||
  • ପାଟଣା : ଦୁଇ ଶିକ୍ଷକଙ୍କ ଘରେ କଳାକନା ବୁଲାଇଦେଲେ ଲୁଟେରା, ଝିଅ ବାହାଘର ପାଇଁ ରଖିଥିଲେ ସୁନାଗହଣା
  • ||
  • ମାଲକାନଗିରି : ବିଜାପୁରରେ ମାଓ ହିଂସା, ପୋଲିସ ଇନଫର୍ମର ସନ୍ଦେହରେ ସରପଞ୍ଚଙ୍କୁ ଗଳା କାଟି ହତ୍ୟା
  • ||

ଆଜି ପଦ୍ମଶ୍ରୀ ପାଇବେ କମଳା

ଜୟପୁର,୧୫ା୩(ବ୍ୟୁରୋ): କୋରାପୁଟ ଇତିହାସରେ ଶନିବାର ଯୋଡି଼ହେବ ଆଉ ଏକ ସ୍ୱର୍ଣ୍ଣିମ ଅଧ୍ୟାୟ । ପଦ୍ମଶ୍ରୀ ପୁରସ୍କାର ପାଇବେ ଜୟପୁର ବ୍ଲକ୍‌ ଡଙ୍ଗରଛିଞ୍ଚି ପଞ୍ଚାୟତ ପାତ୍ରପୁଟ ଗାଁର କମଳା ପୂଜାରୀ । ପାରମ୍ପରିକ ଧାନ ସଂରକ୍ଷଣ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ତାଙ୍କୁ ଏହି ଉପାଧି ପ୍ରଦାନ କରାଯିବ । ଏଥିପାଇଁ କମଳା, ତାଙ୍କ ପୁଅ ଟଙ୍କଧର ପୂଜାରୀ ଓ ସ୍ଥାନୀୟ ସ୍ୱାମୀନାଥନ ଫାଉଣ୍ଡେସନ୍‌ର ବୈଜ୍ଞାନିକ ପ୍ରଶାନ୍ତ ପରିଡା ପ୍ରମୁଖ ଦିଲ୍ଲୀ ଯାତ୍ରା କରିଛନ୍ତି । ଶନିବାର ପୂର୍ବାହ୍ନ ସାଢେ ୧୦ଟାରେ ରାଷ୍ଟ୍ରପତି ଭବନରେ ଏକ ବର୍ଣ୍ଣାଢ୍ୟ ଉତ୍ସବରେ କମଳାଙ୍କୁ ଏହି ପୁରସ୍କାର ପ୍ରଦାନ କରାଯିବ । ତା’ ପୂର୍ବରୁ ଆଜି ରାଷ୍ଟ୍ରପତି ଭବନରେ ଅଭ୍ୟାସ୍‌ କାର୍ଯ୍ୟକ୍ରମ ଶେଷ ହୋଇଛି ।
ପାତ୍ରପୁଟର ଏହି ନିରକ୍ଷର ଆଦିବାସୀ ମହିଳା ଶତାଧିକ କିସମର ପାରମ୍ପରିକ ଧାନ ସଂରକ୍ଷଣ କରି ପାରିଛନ୍ତି । ଏହାକୁ ଆଖିରେ ରଖି ରାଜ୍ୟ ସରକାର ତାଙ୍କୁ ରାଜ୍ୟ ଯୋଜନା ବୋର୍ଡ ସଦସ୍ୟା ଭାବେ ନିଯୁକ୍ତି ଦେଇଛନ୍ତି । ସେହିପରି ଓୟୁଏଟିରେ ତାଙ୍କ ନାଁରେ ଏକ ଛାତ୍ରୀନିବାସକୁ ନାମିତ କରାଯାଇଛି । ପୂର୍ବରୁ କମଳା ଧାନ ସଂରକ୍ଷଣ ପାଇଁ ଜାତୀୟ ଏବଂ ଅନ୍ତର୍ଜାତୀୟସ୍ତରରେ ଅନେକ ପୁରସ୍କାର ହାସଲ କରିଛନ୍ତି । ପଦ୍ମଶ୍ରୀ ପୁରସ୍କାର ଘୋଷଣା ହେବା ପରେ କୋରାପୁଟ ଜିଲ୍ଲାରେ ଆନନ୍ଦର ଲହରି ଖେଳିଯାଇଥିଲା ।
ପଦ୍ମଶ୍ରୀ ପାଇବା ଲାଗି ଗତ ୧୩ ତାରିଖରେ କମଳା ତାଙ୍କ ପୁଅ ଓ ପ୍ରଶାନ୍ତଙ୍କ ସହ ପ୍ରଥମେ ରାୟଗଡ଼ା ଜିଲ୍ଲାର ଟିକିରି ଗସ୍ତ କରିଥିଲେ । ସେଠାରେ ଉତ୍କଳ ଆଲୁମିନା ତରଫରୁ ତାଙ୍କୁ ସମ୍ମାନିତ କରାଯାଇଥିଲା । ସେଠାରୁ ଟ୍ୟାକ୍ସି ଯୋଗେ କମଳାଙ୍କୁ ନିଆଯାଇଥିଲା ବିଶାଖାପାଟଣା ବିମାନବନ୍ଦରକୁ । ୧୪ ତାରିଖ ସନ୍ଧ୍ୟା ସାଢ଼େ ୬ଟାରେ ବିମାନରେ ପୁଅ ଟଙ୍କଧର ଓ ପ୍ରଶାନ୍ତଙ୍କ ସହ ସେ ଦିଲ୍ଲୀ ଯାତ୍ରା କରିଥିଲେ । ଦିଲ୍ଲୀର ଏକ ପଞ୍ଚତାରକା ହୋଟେଲରେ କମଳାଙ୍କୁ ରଖାଯାଇଛି । ପୁରସ୍କାର ପ୍ରଦାନ ପୂର୍ବରୁ ଆଜି ରାଷ୍ଟ୍ରପତି ଭବନରେ ହୋଇଥିଲା ଅଭ୍ୟାସ ଉତ୍ସବ । ଶନିବାର ପୂର୍ବାହ୍ନ ସାଢେ ୧୦ଟା ବେଳେ ରାଷ୍ଟ୍ରପତି ଭବନରେ ଆୟୋଜିତ ଉତ୍ସବରେ କମଳାଙ୍କୁ ପଦ୍ମଶ୍ରୀ ଉପାଧି ପ୍ରଦାନ କରାଯିବ ।