ପ୍ରମୂଖ ଖବର
  • ବିଶ୍ୱ ପୁଲିସ ଓ ଅଗ୍ନିଶମ କ୍ରୀଡ଼ାରେ ଇତିହାସ ରଚିଲା ଓଡ଼ିଶା ପୁଲିସ; ମିଳିଲା ୯ ସ୍ୱର୍ଣ୍ଣ, ୨ଟି ରୌପ୍ୟ ଓ ୩ଟି ବ୍ରୋଞ୍ଜ ପଦକ
  • ||
  • ଝାରସୁଗୁଡାରେ ବର୍ଷା ବିତ୍ପାତ, ୪ ବ୍ଲକରେ ଅତି ପ୍ରବଳ ବର୍ଷା ରେକର୍ଡ
  • ||
  • କଟକ : କାର୍‌ - ବାଇକ୍‌ ମୁହାଁମୁହିଁ ଧକ୍କା; ଜଣେ ଗୁରୁତର, ୨ ଆହତ
  • ||
  • ନୟାଗଡ଼ : ଟାଙ୍ଗିଆ ଚୋଟରେ ବୃଦ୍ଧଙ୍କ ମୃତ୍ୟୁ, ଅଭିଯୁକ୍ତ ଅଟକ
  • ||
  • ପୂଜାର୍ଚ୍ଚନା ପରେ ଖୋଲିଲା ହୀରାକୁଦର ୭ ନମ୍ବର ଗେଟ୍, ଛଡ଼ାଗଲା ଚଳିତ ବର୍ଷର ପ୍ରଥମ ବନ୍ୟାଜଳ
  • ||
  • ମହଣ ମହଣ ସୁନାରେ ଝଟକିବେ ଦାରୁବ୍ରହ୍ମ, ରଥାରୂଢ଼ ଶ୍ରୀଜିଉଙ୍କ ରାଜରାଜେଶ୍ୱର ବେଶ ଦର୍ଶନ କରିବେ ଶ୍ରଦ୍ଧାଳୁ
  • ||
  • ଆମେରିକା ଟେକ୍ସାସରେ ଭୟଙ୍କର ବନ୍ୟା ସ୍ଥିତି, ୪୩ ମୃତ ୨୩ ନିଖୋଜ
  • ||
  • ଟ୍ରମ୍ପଙ୍କୁ ସିଧା ଟକ୍କର ଦେବେ ଏଲନ ମସ୍କ; ନୂଆ ଦଳର କଲେ ଘୋଷଣା
  • ||
  • ଲଘୁଚାପ ରୂପ ନେଇପାରେ ଘୂର୍ଣ୍ଣିବଳୟ: ଆସନ୍ତା ୩ ଦିନ ପ୍ରବଳ ବର୍ଷା ସମ୍ଭାବନା, ୮ରୁ ଉପକୂଳରେ କମିବ
  • ||

କଣାସ ଝାଡ଼ାବାନ୍ତିରେ ଆଖିବୁଜିଲେ ଆଉ ଜଣେ ବୃଦ୍ଧ, ମୃତ୍ୟୁସଂଖ୍ୟା ୭କୁ ବଢ଼ିଲା

Published By : Prameya | February 18, 2025 9:25 AM

କଣାସ, ୧୮/୦୨: କଣାସ ଝାଡ଼ାବାନ୍ତିରେ ଆଉ ଜଣଙ୍କ ମୃତ୍ୟୁ  ହୋଇଛି । ଏହାକୁ ମିଶାଇ ସଂଖ୍ୟା ୭କୁ  ବୃଦ୍ଧି ପାଇଛି । ମୃତକ ହେଲେ ଗଡ଼ସାହି  ପଞ୍ଚାୟତ ମର୍ଦ୍ଧାପଲ୍ଲୀ ଗ୍ରାମର ଭରତ  ଭୋଇ(୬୦) । ଗତ ସପ୍ତାହରେ ସେ  ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇ ପ୍ରଥମେ  କଣାସ ଓ ପରେ ପୁରୀ ଡାକ୍ତରଖାନାରେ  ଭର୍ତ୍ତି ହୋଇଥିଲେ । ଚିକିତ୍ସା ପରେ ସୁସ୍ଥ  ହେବାରୁ ପରିବାର ଲୋକେ ତାଙ୍କୁ ଘରକୁ  ନେଇ ଆସିଥିଲେ । ଦୁଇଦିନ ପରେ ସେ  ପୁଣି ଅସୁସ୍ଥ ହୋଇ ପଡ଼ିଥିଲେ । ରବିବାର  ପରିବାର ଲୋକେ ତାଙ୍କୁ ଡାକ୍ତରଖାନା  ନେବା ବେଳେ ମୃତ୍ୟୁ ଘଟିଥିଲା । 

ଏହି ଘଟଣାକୁ ନେଇ ଗ୍ରାମର  କିଛି ପୁରୁଷ ଓ ମହିଳା ଗଡ଼ସାହି ଉପ  ସ୍ୱାସ୍ଥ୍ୟକେନ୍ଦ୍ରରେ ପହଞ୍ଚି ହୋହାଲ୍ଲା  କରିଥିଲେ । ଡାକ୍ତରଖାନାରେ ତାଲା ପକାଇ  ଦେଇଥିଲେ । ଗାଁରେ ଔଷଧ ଦିଆଯାଉନି ।  ବଡ଼ ପୋଖରୀ ପାଣି ଦୂଷିତ ହେଇଥିଲେ  ମଧ୍ୟ ସେଥିରେ ବ୍ଲିଚିଂ ପକାଯାଉନି ବୋଲି ଗ୍ରାମବାସୀ ଅଭିଯୋଗ କରିଥିଲେ ।  ଖବରପାଇ ଜିଲ୍ଲା ମହାମାରୀ ବିଜ୍ଞାନୀ  ଡା.ଶିଳ୍ପୀ ଦାସ, ଅଣୁ ବିଜ୍ଞାନୀ ଡା.ଶାଶ୍ୱତ  ଶତପଥୀ, ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର  ଭାରପ୍ରାପ୍ତ ଅଧିକାରୀ ଡା.କ୍ଷମାନିଧି  ସେଠୀ ଓ ମେଡିକାଲ ଟିମ୍‌ ଗ୍ରାମକୁ ଆସି  ସ୍ଥିତି ଅନୁଧ୍ୟାନ କରିଥିଲେ । ସ୍ୱାସ୍ଥ୍ୟ କର୍ମୀ, ଆଶା କର୍ମୀ ଓ ଅଙ୍ଗନବାଡ଼ି କର୍ମୀ ଘରଘର  ବୁଲି ଲୋକଙ୍କୁ ପଚାରି ବୁଝିଥିଲେ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.