PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ନୂଆଦିଲ୍ଲୀ: ଅବକାରୀ ନୀତି ମାମଲାରେ ମନୀଷ ସିସୋଦିଆଙ୍କୁ ଝଟକା, ଜାମିନ ଆବେଦନ ଖାରଜ କଲେ କୋର୍ଟ
  • ||
  • ମନମୁଣ୍ଡା ଏବଂ ବିଳାଶପୁରରେ ସମବାୟ ବ୍ୟାଙ୍କିଙ୍ଗ୍‌ ସେବା ଓ ଋଣ କର୍ମଶାଳା ଅନୁଷ୍ଠିତ
  • ||
  • ଭୁବନେଶ୍ବର: ଝାରସୁଗୁଡ଼ା ଉପନିର୍ବାଚନ; ଦିବଂଗତ ମନ୍ତ୍ରୀ ନବ ଦାସଙ୍କ ଝିଅ ଦୀପାଳି ଦାସ ହେଲେ ବିଜେଡି ପ୍ରାର୍ଥୀ
  • ||
  • ନୀଳଗିରି : ଜାମୁଡିସାହି ଗ୍ରାମରେ ଅଭିଯୁକ୍ତକୁ ନୋଟିସ୍ ଦେବାକୁ ଯାଇ ପାଲଟା ଆକ୍ରମଣର ଶିକାର ହେଲେ ନୀଳଗିରି ପୋଲିସ। ୫ ପୋଲିସଙ୍କୁ ହାଣିଲା ଅଭିଯୁକ୍ତ
  • ||
  • ହରଭଙ୍ଗା : ଦଣ୍ଡ ଯାତ୍ରାରେ ଆଖିବୁଜିଲେ କାଳିସୀ, ମୃତ୍ୟୁର କାରଣ ଅସ୍ପଷ୍ଟ
  • ||
  • ଭୁବନେଶ୍ୱର : ଏପ୍ରିଲ ୩ରୁ ଜାପାନ ଯିବେ ନବୀନ, ଓଡ଼ିଶା ପାଇଁ ପୁଞ୍ଜିନିବେଶ ଖୋଜିବେ
  • ||
  • ଭୁବନେଶ୍ୱର : ଆଜି ପ୍ରବଳ ବର୍ଷା ସମ୍ଭାବନା, ବିଜୁଳି, ଘଡ଼ଘଡ଼ି ସହ କୁଆପଥର ବର୍ଷିବ: ୭ ଜିଲ୍ଲାକ ଅରେଞ୍ଜ ୱାର୍ଣ୍ଣିଂ
  • ||

ଏହି ସେଲିବ୍ରିଟି କପଲଙ୍କ ନାଁରେ ଅଭିଯୋଗ ଆଣିଲେ କଙ୍ଗନା, କହିଲେ-‘ମୋ ଉପରେ ନଜର ରଖାଯାଉଛି’

mensxp

ନୂଆଦିଲ୍ଲୀ ୦୬/୦୨: ବଲିଉଡ୍‌ ଅଭିନେତ୍ରୀ କଙ୍ଗନା ରାଣାୱତ୍‌ଙ୍କ ଏକ ଟ୍ୱିଟ୍ ପୁଣି ଚର୍ଚ୍ଚାକୁ ଆସିଛି । ବଲିଉଡ୍‌ର ଏକ ଦମ୍ପତି ତାଙ୍କ ଉପରେ ନଜର ରଖୁଥିବା ଏବଂ ତାଙ୍କ ବ୍ୟକ୍ତିଗତ ତଥ୍ୟ ଲିକ୍‌ ହେଉଥିବା କଙ୍ଗନା ଅଭିଯୋଗ କରିଛନ୍ତି । ପୋଷ୍ଟରେ କଙ୍ଗନା କାହା ନାଁ ନେଇନାହାନ୍ତି । ତେବେ ଏହି ଯୋଡ଼ିଙ୍କ ଝିଅ କଥା ମଧ୍ୟ ସେ ଉଠାଇଛନ୍ତି ।

India Tv - Kangana Ranaut's Instagram story

କ୍ରିପ୍ଟିକ୍‌ ପୋଷ୍ଟରେ କଙ୍ଗନା ଲେଖିଛନ୍ତି, ‘ମୁଁ ଯୁଆଡ଼େ ଯାଉଛି ମୋର ପିଛା କରାଯାଉଛି । କେବଳ ରାସ୍ତାରେ ନୁହେଁ ଏପରିକି ମୋ ବିଲ୍ଡିଂ, ପାର୍କିଂ ଏବଂ ଘର ଛାତ ଉପରେ ନଜର ରଖବା ପାଇଁ ଜମ୍‌ ଲେନ୍ସ ବ୍ୟବହାର କରାଯାଉଛି । ସମସ୍ତେ ଜାଣିଛନ୍ତି ମିଡିଆ କେବଳ ସେହି ଷ୍ଟାରଙ୍କୁ ଭେଟିଥାନ୍ତି ଯେଉଁମାନେ ଏପରି କରିବା ପାଇଁ ପଇସା ଦେଇଥାନ୍ତି । କିନ୍ତୁ ମୋତେ ସ୍ପଟ୍‌ କରିବା ପାଇଁ କାହାରିକୁ ଅର୍ଥ ଦେଇନାହିଁ । ତେଣୁ ମୋ ଉପରେ ନଜର ରଖିବା ପାଇଁ କିଏ ସେମାନଙ୍କୁ ଅର୍ଥ ଦେଉଛି । ସକାଳ ସାଢ଼େ ୬ଟାରେ ମୋର ଫଟୋ ଉଠାଯାଉଛି । ସେମାନଙ୍କୁ ମୋ କାର୍ଯ୍ୟକ୍ରମ ବାବଦରେ କିଏ ତଥ୍ୟ ଦେଉଛି । ସକାଳେ କୋରିଓଗ୍ରାଫି ପ୍ରାକ୍ଟିସ୍‌ ସେସନ୍ସ ପାଇଁ ଷ୍ଟୁଡିଓ ଯିବା କଥା ମଧ୍ୟ ଲିକ୍‌ ହୋଇଛି । ଏ କଥା ସେ କାହାରିକୁ ବି ଜଣାଇ ନ ଥିଲେ । ଏହା ସତ୍ତ୍ୱେ ସେଠାରେ ଭିଡ଼ ଲାଗିଥିଲା’ ବୋଲି କଙ୍ଗନା କହିଛନ୍ତି । ଏପରିକି ତାଙ୍କ ହ୍ୱାଟ୍‌ସ୍‌ଆପ୍‌ ଡାଟା ମଧ୍ୟ ଲିକ୍‌ ହେଉଛି ବୋଲି ସେ ଅଭିଯୋଗ ଆଣିଛନ୍ତି । ଏହା ପଛରେ ବଲିଉଡ୍‌ର ଏକ ‘କାସାନୋଭା’ ଥାଇପାରନ୍ତି ବୋଲି କଙ୍ଗନା କହିଛନ୍ତି । ତେବେ କଙ୍ଗନା ବଲିଉଡ୍‌ କପଲ ରଣବୀର-ଆଲିଆଙ୍କୁ ଟାର୍ଗେଟ କରିଥିବା ଚର୍ଚ୍ଚା ହେଉଛି।

ସମ୍ବନ୍ଧିତ ଖବର