PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଲମତାପୁଟ : ୮ଲକ୍ଷ ଟଙ୍କାର ଗଞ୍ଜେଇ ଵୋଝେଇ କାର ଜବତ, ମାଫିଆ ଫେରାର
  • ||
  • ଧର୍ମଗଡ଼ : ୩ କୁଇଣ୍ଟାଲ ୨୦ କେ.ଜିର ଜବତ, ଜଣେ ଗିରଫ
  • ||
  • ବାଲିଗୁଡ଼ା : ଆବାସିକ ବିଦ୍ୟାଳୟରେ ସପ୍ତମ ଶ୍ରେଣୀ ଛାତ୍ରୀ ଗର୍ଭବତୀ, ସନ୍ଦିଗ୍ଧ ଛାତ୍ର ଅଟକ
  • ||
  • କଣ୍ଟାବାଞ୍ଜି : ତ୍ରିନାଥ ମନ୍ଦିରରୁ ଚୋରି, ଦାନବାକ୍ସ ଭାଙ୍ଗି ଟଙ୍କା ଓ ରୂପାର ଝୁମର ଚୋରି କରିନେଲେ ଦୁର୍ବୃତ୍ତ
  • ||
  • ଢେଙ୍କାନାଳ : ଢେଙ୍କାନାଳ ସଦର ଥାନା କାଙ୍କଡ଼ପାଳ ଗ୍ରାମରେ ବଚସାକୁ ନେଇ ଫାଙ୍କା ଗୁଳିଚାଳନା, ଭୟରେ ଖସିପଡ଼ି ଜଣେ ଆହତ, ଘଟଣା ସ୍ଥଳରୁ ୩ ଖୋକା ଜବତ
  • ||

ଏହି ଅଭିନେତ୍ରୀଙ୍କ ଟାର୍ଗେଟରେ ଏବେ ରଣବୀର କପୁର, ହ୍ରିତିକ୍-କରଣଙ୍କ ପରେ ଏବେ ରଣବୀରଙ୍କୁ କରି କହିଲେ; ଦେଶବାସୀଙ୍କ ଟଙ୍କାରେ ମର୍ସିଡିଜ୍ ଗାଡ଼ି ଚଢୁଛ, କିନ୍ତୁ…

ମୁମ୍ବାଇ,୫।୩: ମଣିକର୍ଣ୍ଣିକା ଫିଲ୍ମ ସଫଳତା ପାଇବା ପରେ ଅଭିନେତ୍ରୀ କଙ୍ଗନା ରାଣାଓ୍ବତ୍ ଏବେ ଜଣଙ୍କ ପରେ ଜଣେ ବଲିଉଡର ନାମୀଦାମି ଅଭିନେତାଙ୍କୁ ଟାର୍ଗେଟ କରିଚାଲିଛନ୍ତି। କିଛି ଦିନ ପୂର୍ବରୁ କଙ୍ଗନା ରାଣାଓ୍ବତ୍ ନିର୍ଦ୍ଦେଶକ-ପ୍ରଯୋଜକ କରଣ ଜୋହର ଏବଂ ଅଭିନେତା ହ୍ରିତିକ୍‌ ରୋଶନଙ୍କ ବିରୋଧରେ ବୟାନ ଦେଇଥିଲେ। ଏବେ ଅଭିନେତା ରଣବୀର କପୁରଙ୍କୁ ଟାର୍ଗେଟ କରିଛନ୍ତି କଙ୍ଗନା ରାଣାଓ୍ଵତ୍‌ ।

ରଣବୀରଙ୍କୁ ଏକ ସାକ୍ଷାତକାରରେ ରାଜନୀତିକୁ ନେଇ ପଚରାଯାଇଥିବା ପ୍ରଶ୍ନ ଉପରେ ସେ ଯେଉଁ ଭଳି ଭାବରେ ନିଜର ଉତ୍ତର ରଖିଥିଲେ, ତାହାକୁ ନେଇ କଙ୍ଗନା ଏବେ ରଣବୀରଙ୍କୁ ପରାମର୍ଶ ଦେଇଛନ୍ତି ।

ପଚରାଯାଇଥିବା ପ୍ରଶ୍ନର ଉତ୍ତରରେ କଙ୍ଗନା କହିଲେ, ବଲିଉଡରେ ଏମିତି ବହୁତ ସେଲିବ୍ରିଟି ଅଛନ୍ତି ଯେଉଁମାନଙ୍କୁ ରାଜନୀତି ବିଷୟରେ ପଚାରିଲେ ସେମାନେ କହନ୍ତି କି, ଆମେ ରାଜନୀତି ବିଷୟରେ କାହିଁକି କହିବୁ?  ଆମେ କଣ କରିଛୁ?  ଆମେ ତ କିଛି କରି ନାହୁଁ…। ଏମିତି ଚାଲେନି। ତୁମକୁ ଜିମ୍ମେଦାରି ସମ୍ଭାଳିବାକୁ ପଡ଼ିବ।’ କିଛି ଦିନ ପୂର୍ବରୁ ରଣବୀର କପୁର ବି ଏମିତି କିଛି କହିଥିଲେ।

କଙ୍ଗନା କହିଛନ୍ତି କି, ରଣବୀର କପୁର ତ କୁହନ୍ତି କି ’ମୁଁ ରାଜନୀତି ବିଷୟରେ କ’ଣ କହିବି ? ଆମକୁ ଫିଲ୍ମ ବିଷୟରେ ପଚାର ଆମେ କହିବୁ । ଆମ ଘରକୁ ତ ବିଜୁଳି, ପାଣି ଆସୁଛି’।

ଏହି କଥାକୁ ନେଇ କଙ୍ଗନା କହିଲେ, ଏହି ପ୍ରକାର ବୟାନ ଦେବା ବହୁତ ଖରାପ। କଥାରେ ପରିବର୍ତ୍ତନ ଆଣିବା ଦରକାର। ଆପଣ କେମିତି ଏଭଳି କଥା ଶୁଣିପାରୁଛନ୍ତି। କଙ୍ଗନା ରଣବୀରଙ୍କୁ କରି କହିଲେ; ଦେଶବାସୀଙ୍କ ଟଙ୍କାରେ ମର୍ସିଡିଜ୍‌ ଗାଡ଼ି ଚଢୁଛ, କିନ୍ତୁ…।