PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୁରୀ : ଗୁଣ୍ଡିଚା ମନ୍ଦିର ରୋଷଘର ଚୁଲି ଭାଙ୍ଗିଲେ ଦୁର୍ବୃତ୍ତ, ୨୦ରୁ ଅଧିକ ଚୁଲି ଭାଙ୍ଗି ଥିବା ସୂଚନା
  • ||
  • ଭୁବନେଶ୍ୱର: ବିଧାନସଭାର ମୌସୁମୀ ଅଧିବେଶନ ଆରମ୍ଭ: ପ୍ରଥମ ଦିନରେ ଶୋକ ପ୍ରସ୍ତାବ ପାରିତ, ଆସିବ ପୂର୍ଣ୍ଣାଙ୍ଗ ବଜେଟ୍
  • ||
  • ନୂଆଦିଲ୍ଲୀ; ଫୁଟ୍‌ ଉପରେ ବିମାନ କ୍ୟାବିନରେ ଦେଖିବାକୁ ମିଳିଲା ଧୁଆଁ; ଦିଲ୍ଲୀ ବିମାନବନ୍ଦରରେ ଜରୁରୀକାଳୀନ ଅବତରଣ କଲା ସ୍ପାଇସଜେଟ୍‌
  • ||
  • ଭୁବନେଶ୍ୱର: ୪ରେ ଲଘୁଚାପ, ଆଜିଠୁ ବଢ଼ିବ ବର୍ଷା
  • ||
  • ଚୌଦ୍ୱାର : ଜଗା ଦର୍ଶନ ସାରି ଘରକୁ ଫେରୁଥିବା ବେଳେ ବୋଲେରୋକୁ ପିଟିଲା ଟ୍ରକ: ଜଣେ ମୃତ, ୯ ଗୁରୁତର
  • ||
  • ପୁରୀ: ଦାରୁବ୍ରହ୍ମଙ୍କ ପତିତପାବନ ଯାତ୍ରା: ଆଜି ଜନ୍ମବେଦିକୁ ବିଜେ କରିବେ ଚତୁର୍ଦ୍ଧାମୂର୍ତ୍ତି
  • ||
  • ବାରିପଦା: ଆଜି ଗଡ଼ିବ ଦ୍ୱିତୀୟ ଶ୍ରୀକ୍ଷେତ୍ର ରଥ, ସୁଭଦ୍ରାଙ୍କ ରଥକୁ ଟାଣିବେ ମହିଳା ଶ୍ରଦ୍ଧାଳୁ
  • ||
  • କଟକ: ଆଜିଠୁ ମିଳିତ ପୁଲିସ୍‌ ସେବା ପରୀକ୍ଷା, ୩୪ କେନ୍ଦ୍ରରେ ପରୀକ୍ଷା ଦେବେ ୨୯ ହଜାର ୬୪୪ ପରୀକ୍ଷାର୍ଥୀ
  • ||

କୋଟି କୋଟି ଟଙ୍କା ମୂଲ୍ୟର ଗାଡି ମାଲିକାଣି କଙ୍ଗନା; ତିନି ଥର କରିଛନ୍ତି ଦୁର୍ଘଟଣା, ନିଜେ କଲେ ଖୁଲାସା  

ନୂଆଦିଲ୍ଲୀ ୨୫/୦୫: କଙ୍ଗନା ରଣାୱତଙ୍କ ଫିଲ୍ମ ‘ଧାକଡ’ ବକ୍ସ ଅଫିସରେ କମାଲ କରିପାରି ନାହିଁ। ବର୍ତ୍ତମାନ ଅଭିନେତ୍ରୀ ତାଙ୍କର ଆଗାମୀ ପ୍ରୋଜେକ୍ଟ ଉପରେ ଧ୍ୟାନ ଦେଉଛନ୍ତି। ଯଦିଓ କଙ୍ଗନା ଏହି ଫିଲ୍ମରେ ଜବରଦସ୍ତ ଆକ୍ସନ୍ ସିନ୍ ସୁଟିଂ କରିଥିଲେ, କିନ୍ତୁ ତାଙ୍କର ଏହି ଅନ୍ଦାଜ ଦର୍ଶକଙ୍କୁ ଆକର୍ଷିତ କରିବାରେ ସଫଳ ହୋଇପାରିଲା ନାହିଁ। ନିକଟରେ କଙ୍ଗନା ଏକ ବିଳାସପୂର୍ଣ୍ଣ କାର କିଣିଛନ୍ତି। କିନ୍ତୁ ଆପଣ ଜାଣନ୍ତି କି ଅଭିନେତ୍ରୀ ବାସ୍ତବ ଜୀବନରେ ଗାଡି ଚଳାଇବା ଜାଣନ୍ତି ନାହିଁ।

ନିକଟରେ ଫିଲ୍ମ ‘ଧାକଡ’ର ପ୍ରମୋସନ ସମୟରେ କଙ୍ଗନାଙ୍କୁ ଏକ ଇଣ୍ଟରଭ୍ୟୁରେ ପଚରାଯାଇଛି, ସେ ଡ୍ରାଇଭିଂ ଜାଣନ୍ତି କି? ଏହାର ଉତ୍ତରରେ କଙ୍ଗନା କହିଛନ୍ତି, ସେ ଡ୍ରାଇଭିଂ ଜାଣନ୍ତି ନାହିଁ। ଏହା ସହିତ ଅଭିନେତ୍ରୀ ଆହୁରି ମଧ୍ୟ କହିଛନ୍ତି, ଲାଇସେନ୍ସ ସମୟରେ ସେ ତିନିଥର କାର ଦୁର୍ଘଟଣା କରିଛନ୍ତି। କଙ୍ଗନାଙ୍କ ଏହି ଭିଡିଓ ସୋସିଆଲ ମିଡିଆରେ ଦିନକୁ ଦିନ ଭାଇରାଲ ହେବାରେ ଲାଗିଛି ଏବଂ ଫ୍ୟାନ୍ସ ତାଙ୍କର ଏହି ସୁନ୍ଦର ଶୈଳୀକୁ ପସନ୍ଦ କରୁଛନ୍ତି।