ସୋସିଆଲ ମିଡିଆରେ ଭାଇରାଲ ହେଉଛି କଙ୍ଗନାଙ୍କ ସେମି ନ୍ୟୁଡ୍ ଫଟୋ

source:www.indiatoday.in
ମୁମ୍ବାଇ ୩/୪: ସବୁବେଳେ ଚର୍ଚ୍ଚାରେ ରୁହନ୍ତି ବଲିଉଡର କଙ୍ଗନା ରାଣାୱତ । କେତେବେଳେ ନିଜ ବିବାଦୀୟ ବୟାନକୁ ନେଇ ତ ଆଉ କେତେବେଳେ ନିଜ ଅଭିନୟକୁ ନେଇ । ତେବେ ବେଳେବେଳେ ସେ ନିଜ ଷ୍ଟାଇଲିସ୍ ଲୁକ୍ ଓ ଡିଜାଇନର ଡ୍ରେସ୍ ପାଇଁ ମଧ୍ଯ ଚର୍ଚ୍ଚାରେ ରହିଆସିଛନ୍ତି । ନିକଟରେ କଙ୍ଗନା କହିଥିଲେ ଯେ କିଛି ବର୍ଷ, ପୂର୍ବେ ପହଲାଜ ନିହଲାନି ତାଙ୍କୁ ଏକ ସପ୍ଟ ପର୍ନ ଫିଲ୍ମ ଅଫର କରିଥିଲେ । କଙ୍ଗନା ଇଣ୍ଟରଭ୍ଯୁ ସମୟରେ କହିଥିଲେ ଯେ ପହଲାଜ ତାଙ୍କୁ ଆଇ ଲଭ୍ ୟୁ ବସ୍ ନାମରେ ଏ ଫିଲ୍ମ ଅଫର କରିଥିଲେ, ଯାହାର ଫଟୋ ସୁଟ୍ ପାଇଁ ତାଙ୍କୁ କେବଳ ଗୋଟିଏ କପଡା ହିଁ ଦିଆଯାଇଥିଲା ।
ଏହା ପରେ ପହଲାଜ ମିଡିଆକୁ ପ୍ରତିକ୍ରିୟା ଦେଇଥିଲେ ଯେ କଙ୍ଗନା ଯେଉଁ ଫିଲ୍ମ କଥା କହୁଛନ୍ତି ତାର ପ୍ରଚାର ପାଇଁ ୧ କୋଟି ଟଙ୍କା ଖର୍ଚ୍ଚ ହୋଇଥିଲା । କଙ୍ଗନା ଏହି ଫିଲ୍ମର ଫଟୋସୁଟ୍ ପରେ ଏଥିରୁ ଦୂରେଇ ଯାଇଥିଲେ କାରଣ ତାଙ୍କୁ ଅନୁରାଗ ବସୁଙ୍କ ଗ୍ଯାଙ୍ଗଷ୍ଟାର୍ ମିଳିଯାଇଥିଲା ।

ତେବେ ଏହି ଘଟଣାକୁ ବହୁତ ସମୟ ବିତିଗଲାଣି । କିନ୍ତୁ ଏବେ କଙ୍ଗନାଙ୍କ ଏକ ନ୍ଯୁଡ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଏହି ଫଟୋସୁଟ୍ କଙ୍ଗନା ପହଲାଜଙ୍କ ଫିଲ୍ମ ପାଇଁ କରିଥିଲେ । ଏଥିରେ ଫିଲ୍ମର ନାଁ ମଧ୍ଯ ପରିଷ୍କାର ଦେଖାଯାଉଛି ।
ତେବେ ଏତେ ଦିନ ପରେ କାହିଁକି ପୂରୁଣା ଫଟୋ ଭାଇରାଲ ହେଉଛି, ଏହି ଫିଲ୍ମ ପରଦାକୁ ଆସିବ କି ନାହିଁ ତା ତ ଏପର୍ଯ୍ଯନ୍ତ ଜଣାପଡିନାହିଁ । କଙ୍ଗନାଙ୍କ କଥା କହିବା ତ ସେ ତାଙ୍କ ଆଗାମୀ ଫିଲ୍ମ ମେଣ୍ଟାଲ ପାଇଁ ସୁଟିଂରେ ବ୍ଯସ୍ତ ଅଛନ୍ତି ।