ମୁମ୍ବାଇ,୧୫/୨: ବଲିଉଡର ବିନ୍ଦାସ ଅଭିନେତ୍ରୀ କଙ୍ଗନା ରାଣାଓ୍ଵତ ଏବେ ଏମିତି କିଛି କରିବାକୁ ଯାଉଛନ୍ତି ଯାହା ପୂର୍ବରୁ କେବେ କରିନଥିଲେ। ‘ମଣିକର୍ଣ୍ଣିକା: ଦ କୁଇନ୍ ଅଫ୍ ଝାନ୍ସି’ରେ ନଜର ଆସିବା ପରେ ତାଙ୍କର ପ୍ରଶଂସକଙ୍କ ସଂଖ୍ୟା ପୂର୍ବାପେକ୍ଷା ଢେର୍ ବଢ଼ିଯାଇଛି। କଙ୍ଗନାଙ୍କ ଆତ୍ମବିଶ୍ବାସ ଏବେ ଏତେ ବଢ଼ି ଯାଇଛି ଯେ ବଲିଉଡ୍ରେ ତିଷ୍ଠି ରହିବା ପାଇଁ ତାଙ୍କୁ ଆଉ କୌଣସି ଗଡ୍ଫାଦରଙ୍କର ଆବଶ୍ୟକତା ନାହିଁ ବୋଲି ସେ କହିଛନ୍ତି।
{"id":3739,"width":741,"height":416}
କେବଳ ସେତିକି ନୁହେଁ, ‘ମଣିକର୍ଣ୍ଣିକା: ଦ କୁଇନ୍ ଅଫ୍ ଝାନ୍ସି’ ପରେ ଏବେ କଙ୍ଗନା ରାଣାଓ୍ଵତ ନିଜ ଜୀବନ କାହାଣୀ ଉପରେ ହେବାକୁ ଥିବା ଚଳଚ୍ଚିତ୍ର ଅର୍ଥାତ କଙ୍ଗନା ନିଜ ବାୟୋପିକ୍କୁ ନିଜେ ନିର୍ଦ୍ଦେଶନା ଦେବେ ବୋଲି ନିଷ୍ପତ୍ତି ନେଇଛନ୍ତି। ଏହା ତାଙ୍କ ପାଇଁ ବହୁତ ଖାସ୍ ବୋଲି କଙ୍ଗନା କହିଛନ୍ତି। କହିବାକୁ ଗଲେ କଙ୍ଗନା ନିଜର ଜୀବନର କାହାଣୀକୁ ଫିଲ୍ମ ପରଦା ଉପରେ ଉତାରିବାକୁ ଚାହୁଁଛନ୍ତି। ତେଣୁ ଏହି ବାୟୋପିକକୁ ସେ ନିଜେ ନିର୍ଦ୍ଦେଶନା ଦେବାକୁ ଚାହୁଁଛନ୍ତି। ତେବେ ଏହି ଚଳଚ୍ଚିତ୍ରକୁ ଲେଖିବେ ‘ବାହୁବଳୀ’ ଓ ‘ମଣିକର୍ଣ୍ଣିକା’ର ଲେଖକ କେ ଭି ବିଜୟେନ୍ଦ୍ର।
{"id":3740,"width":740,"height":415}
ନିକଟରେ ଏକ ସାକ୍ଷାତ୍କାରରେ ଅଭିନେତ୍ରୀ କଙ୍ଗନା ସ୍ପଷ୍ଟ କହିଛନ୍ତି ଯେ, ମାତ୍ର ୩ ମାସ ତଳେ ତାଙ୍କ ଜୀବନୀ ଉପରେ ଚଳଚ୍ଚିତ୍ର କାହାଣୀ ଲେଖିବା ପାଇଁ ଲେଖକଙ୍କୁ ଅନୁମତି ଦେଇଥିଲେ। ଏହି ପ୍ରୋଜେକ୍ଟ ଆତ୍ମପ୍ରଚାର ହେବ ନାହିଁ। ଚଳିତବର୍ଷ ଅକ୍ଟୋବରରୁ ନଭେମ୍ବରରେ ପରଦାକୁ ଆସିବାକୁ ଥିବା ତାଙ୍କ ବାୟୋପିକ୍କୁ ସେ ନିଜେ ନିର୍ଦ୍ଦେଶନା ଦେବେ ବୋଲି ସେ କହିଛନ୍ତି।
{"id":3741,"width":741,"height":414}