PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର: ମାୟାବିନୀ ଅର୍ଚ୍ଚନା ନାଗ ମାମଲା: ପୁଣି ହାଜର ହେଲେ ଠିକାଦାର, ପଦାକୁ ଆସିଲା ରଣଜୀ ଖେଳାଳିଙ୍କ ଲିଙ୍କ୍‌
  • ||
  • ଭୁବନେଶ୍ୱର: ଆଜିଠୁ ରାଜ୍ୟ ପୁସ୍ତକ ମହୋତ୍ସବ ‘ଅକ୍ଷର’, ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ
  • ||
  • ଭୁବନେଶ୍ୱର: ଶୀତ ସାମାନ୍ୟ କମିବ, ଦକ୍ଷିଣ ଓଡ଼ିଶାରେ କାଁ ଭାଁ ହାଲୁକା ବର୍ଷା ସମ୍ଭାବନା: ୮ଟି ସ୍ଥାନରେ ରାତି ତାପମାତ୍ରା ୧୧ ଡିଗ୍ରୀ ତଳେ
  • ||

ମୋଟର ସାଇକେଲ୍ ଓ ବଳଦ ମୁହାଁମୁହିଁ ଧକ୍କା, ଯୁବକ ମୃତ

କଣ୍ଟାବାଞ୍ଜି, ୨୯/୦୯ : ବଳଦ ସହ ମୁହାଁମୁହିଁ ଧକ୍କା ହେଲା ମୋଟର ସାଇକେଲ୍। ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ନୂନହାଡ଼ ଗାଁ ରାସ୍ତାରେ ଏଭଳି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ଉଭୟ ବଳଦ ଓ ଯୁବକଙ୍କର ମୃତ୍ୟୁ ହୋଇଛି।

ସୂଚନାନୁଯାୟୀ, ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ସହରର ଜଣେ ବ୍ୟବସାୟୀ ସୌରଭ ଖଣ୍ଡେଲବାଲ (୪୦) କଣ୍ଟାବାଞ୍ଜିରୁ ବେଳପଡା ପାଖରେ ଥିବା ନୂନହାଡ଼ ଢ଼ାବାକୁ ରାତି ୧୦ ଟା ୪୦ ରେ ଖାଇବାକୁ ଯାଇଥିଲେ । ଠିକ ସେହି ସମୟରେ ନୂନହାଡ଼ ଗାଁରେ ରାସ୍ତା ଉପରେ ଥିବା ଏକ ବଳଦ ସହିତ ତାଙ୍କ ବାଇକ ଧକ୍କା ହୋଇଥିଲା । ବାଇକଟି ଏତେ ଦ୍ରୁତ ଗତିରେ ଥିଲା ଯେ ସୌରଭ ରାସ୍ତା ଉପରକୁ ଛିଟିକି ପଡିଥିବା ବେଳେ ଘଟଣା ସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା । ସେହିପରି ବାଇକ୍‌ଟି ଧକ୍କା ଦେବା ଫଳରେ ବଳଦର ମଧ୍ୟ ମୃତ୍ୟୁ ହୋଇଯାଇଥିଲା । ସୌରଭଙ୍କୁ ଘଟଣାସ୍ଥଳରୁ ଉଦ୍ଧାର କରି କଣ୍ଟାବାଞ୍ଜି ଡାକ୍ତରଖାନାକୁ ଆଣାଯାଇଥିଲା। ହେଲେ ସେଠାରେ ସୌରଭଙ୍କୁ ମୃତ ଘୋଷଣା କରିବା ସହ ବ୍ୟବଚ୍ଛେଦ ପରେ ପରିବାର ବର୍ଗଙ୍କୁ ଶବ ହସ୍ତାନ୍ତର କରାଯିବ ବୋଲ ଜଣାପଡିଛି ।