ଭୁବନେଶ୍ବର, ୧୯।୨ : କଣ୍ଟାବାଞ୍ଜି ଜେଲର ସନ୍ତୋଷିନୀ ଦାସ ନିଲମ୍ବିତ। କାର୍ଯ୍ୟରୁ ନିଲମ୍ବନ କଲେ ଜେଲ ଡିଜି। ଡ୍ୟୁଟିରେ ଅବହେଳା ପାଇଁ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ନିଲମ୍ବିତ ପରେ ହେଡ୍କ୍ଵାର୍ଟରରେ ରହିବେ ସନ୍ତୋଷିନୀ । ଅଧିକାରୀଙ୍କ ବିନା ଅନୁମତିରେ ହେଡ୍କ୍ଵାର୍ଟର ଛାଡ଼ିପାରିବେନି ବୋଲି ନିର୍ଦେଶ ଜାରି କରାଯାଇଛି। ଚୌଦ୍ବାର ଜେଲରୁ କଣ୍ଟାବାଞ୍ଜି ସବଜେଲକୁ ସନ୍ତୋଷିନୀ ବଦଳି ହୋଇଥିଲେ। ବଦଳି ସତ୍ତେ୍ବ କାର୍ଯ୍ୟରେ ଯୋଗ ଦେଇ ନ ଥିଲେ। ସ୍ବାସ୍ଥ୍ୟଗତ କାରଣ ଦର୍ଶାଇ ଛୁଟିରେ ରହିଥିଲେ।