PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ନୂଆଦିଲ୍ଲୀ : ଭଗବାନ ଚିତ୍ରଗୁପ୍ତଙ୍କ ଚରିତ୍ରକୁ ମଜାଳିଆ ଢଙ୍ଗରେ ଚିତ୍ରଣ କରିବାକୁ ନେଇ ଅଭିନେତା ଅଜୟ ଦେବଗନଙ୍କ ସମେତ କେତେକଙ୍କ ନାଁରେ ଏତଲା
  • ||
  • ଖୋର୍ଦ୍ଧା : ଆୟକର ଅଧିକାରୀ ସୁମନ ସୁନ୍ଦର ସାହୁଙ୍କ ବାସଭବନରେ ସିବିଆଇ ରେଡ୍, ଖୋର୍ଦ୍ଧାର ଶାନ୍ତି ଜୁଏଲର୍ସ ମାଲିକଙ୍କ ଠାରୁ ନେଉଥିଲେ ସୁନା ଓ ଟଙ୍କା
  • ||
  • ସମ୍ବଲପୁର : ବରଗଡ଼ ଜିଲ୍ଲା ଅମ୍ବାଭୋନା ବ୍ଲକର ଗୋବିନ୍ଦପୁରକୁ ପ୍ରଥମ ‘ପକ୍ଷୀଗ୍ରାମ’ ମାନ୍ୟତା, ଯୋଜନାରେ ସାମିଲ ହେବେ ୩ ଗାଁ
  • ||
  • ଭୁବନେଶ୍ବର : ବରମୁଣ୍ଡା ବସ ଷ୍ଟାଣ୍ଡରୁ ୫୦କେଜି ଗଞ୍ଜେଇ ଜବତ, ୪ ଗଞ୍ଜେଇ ଚୋରା ଚାଲାଣକାରୀ ଗିରଫ
  • ||
  • ଭୁବନେଶ୍ୱର : ହସ୍ପିଟାଲରୁ ଡିସଚାର୍ଜ ହେଲେ ଓଲିଉଡ ଷ୍ଟାର ବାବୁସାନ ମହାନ୍ତି, ଗତ କିଛି ଦିନ ହେବ ଅସୁସ୍ଥ ହୋଇ ଭୁବନେଶ୍ୱରର ଘରୋଇ ମେଡିକାଲରେ ହେଉଥିଲେ ଚିକିତ୍ସିତ
  • ||
  • କଟକ : କଟକ ପାରାଦୀପ ରାସ୍ତା ସୋମପୁର ବଜାର ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ଗ୍ୟାରେଜ ଉପରେ ମାଡିଗଲା ଟ୍ରକ
  • ||
  • ଯାଜପୁର : କୁଆଖିଆ ଥାନା ଅନ୍ତର୍ଗତ ବସଷ୍ଟାଣ୍ଡ ନିକଟରେ ଯାଜପୁର ଅବକାରୀ ବିଭାଗ ଚଢ଼ାଉ, ୮୦ ଗ୍ରାମ ବ୍ରାଉନସୁଗାର ଜବତ
  • ||

ଦିନିକିଆ ଏବଂ ଟେଷ୍ଟ କ୍ରିକେଟକୁ ବଞ୍ଚାଉ ICC, ନଚେତ୍‌ ଅବସ୍ଥା ଫୁଟବଲ ଭଳି ହୋଇଯିବ: କପିଲ ଦେବ

ନୂଆଦିଲ୍ଲୀ ୧୬/ ୦୮: ଦିନକୁ ଦିନ ଲୋକପ୍ରିୟତା ହରାଉଛି ଦିନିକିଆ ଏବଂ ଟେଷ୍ଟ କ୍ରିକେଟ୍‌ । ଟ୍ବେଣ୍ଟି ଟ୍ବେଣ୍ଟି ଫର୍ମାଟର ବହୁଳ ପ୍ରଚାର ପ୍ରସାର ଏବଂ ଲିଗ୍‌ ମ୍ୟାଚ୍‌ ଏବଂ ସିରିଜ୍‌ ଖେଳାଯାଉଥିବାରୁ ଟେଷ୍ଟ ଏବଂ ଦିନିକିଆ ଫର୍ମାଟ ପ୍ରତି କ୍ରିକେଟ ପ୍ରେମୀଙ୍କ ରୁଚି କମିବାରେ ଲାଗିଛି । ଯାହାକୁ ନେଇ ଚିନ୍ତା ବ୍ୟକ୍ତ କରିଛନ୍ତି ପୂର୍ବତନ ଭାରତୀୟ ଅଧିନାୟକ ତଥା ୧୯୮୩ ବିଶ୍ବକପ ବିଜୟୀ ଅଧିନାୟକ କପିଳ ଦେବ । ଟେଷ୍ଟ ଏବଂ ଦିନିକିଆ କ୍ରିକେଟ ପ୍ରତି ବିଶେଷ ଧ୍ୟାନ ଦେବା ସହ ଏହାକୁ ବଞ୍ଚାଇ ରଖିବା ପାଇଁ ଇଣ୍ଟରନ୍ୟାସନାଲ କ୍ରିକେଟ କାଉନସିଲ (ICC)କୁ ଅନୁରୋଧ କରିଛନ୍ତି କପିଳ ଦେବ ।

ଅନ୍ୟପଟେ ଅନେକ ଦେଶରେ ଲିଗ୍‌ କ୍ରିକେଟର ପ୍ରଭାବ ବଢିବାରେ ଲାଗିଛି । ଭାରତ, ଅଷ୍ଟ୍ରେଲିଆ, ପାକିସ୍ତାନ ଏବଂ ଇଂଲଣ୍ଡ ପରେ ଏବେ ୟୁଏଇ ଏବଂ ଦକ୍ଷିଣ ଆଫ୍ରିକାରେ ଲିଗ୍‌ କ୍ରିକେଟ ଆରମ୍ଭ ହେବାକୁ ଯାଉଛି । ତେଣୁ ଦିନିକିଆ ଏବଂ ଟେଷ୍ଟ ଫର୍ମାଟର ଭବିଷ୍ୟତକୁ ନେଇ ଏବେ ଠାରୁ ପ୍ରଶ୍ନବାଚୀ ସୃଷ୍ଟି ହେଲାଣି । ଏହି ଦୁଇଟି ଫର୍ମାଟକୁ ବଞ୍ଚାଇ ରଖିବାକୁ ଆଇସିସିକୁ ନିବେଦନ କରିଛନ୍ତି କପିଲ ଦେବ ।

ନିକଟରେ କିଛି କ୍ରିକେଟର, ବ୍ୟସ୍ତ କ୍ରିକେଟ ସେଡ୍ୟୁଲ କଥା କହି ଦିନିକିଆ ଫର୍ମାଟରୁ ଅବସର ନେଇଯାଇଥିଲେ । ସେମାନଙ୍କ ମଧ୍ୟରେ ବେନ୍‌ ଷ୍ଟୋକସ୍‌ ହେଉଛନ୍ତି ଜ୍ବଳନ୍ତ ଉଦାହରଣ । କାରଣ ଫର୍ମରେ ଥାଇ ବି ସେ ଅବସର ଘୋଷଣା କରିଦେଇଥିଲେ । ସେହିଭଳି ଅଷ୍ଟ୍ରେଲିଆରେ ଆସନ୍ତା ବର୍ଷ ହେବାକୁ ଥିବା ଦିନିକିଆ ସିରିଜ ମଧ୍ୟ ରଦ୍ଦ କରିଦେଇଛି ଇଂଲଣ୍ଡ । କାରଣ ସେହି ସମୟରେ ସେହି ସମୟରେ ଦକ୍ଷିଣ ଆଫ୍ରିକାରେ ଟ୍ବେଣ୍ଟି ଟ୍ବେଣ୍ଟି ଲିଗ୍‌ ଚାଲିଥିବ ।

ଏହାକୁ ନେଇ କପିଲ ଦେବ କହିଛନ୍ତି, ‘ଆମେମାନେ କଣ ଭବିଷ୍ୟତରେ କେବଳ ଟ୍ବେଣ୍ଟି ଟ୍ବେଣ୍ଟି ବିଶ୍ବକପ ଏବଂ କ୍ଲବ ମ୍ୟାଚ୍‌ କ୍ରିକେଟ ହିଁ ଖେଳିବା? କ୍ରିକେଟର ମାନେ କଣ କେବଳ ଆଇପିଏଲ, ବିଗ୍‌ ବାଶ୍‌ ଭଳି ଲିଗ୍‌ ହିଁ ଖେଳିବେ? ଆଇସିସିକୁ ଏ ନେଇ ଚିନ୍ତା କରିବା ଆବଶ୍ୟକ । ଏକଦିବସୀୟ କ୍ରିକେଟ, ଟେଷ୍ଟ ଫର୍ମାଟ ଏବଂ ଟି ଟ୍ବେଣ୍ଟି ଫର୍ମାଟକୁ ଏକାସଙ୍ଗେ ନଜର ରଖିବା ନିହାତି ଜରୁରୀ । ତାହା ନହେଲେ ଦିନିକିଆ ଏବଂ ଟେଷ୍ଟ ଫର୍ମାଟର ଅସ୍ଥିତ୍ବ ହଜିଯିବ’।

ସମ୍ବନ୍ଧିତ ଖବର