PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୁରୀ : ଗୁଣ୍ଡିଚା ମନ୍ଦିର ରୋଷଘର ଚୁଲି ଭାଙ୍ଗିଲେ ଦୁର୍ବୃତ୍ତ, ୨୦ରୁ ଅଧିକ ଚୁଲି ଭାଙ୍ଗି ଥିବା ସୂଚନା
  • ||
  • ଭୁବନେଶ୍ୱର: ବିଧାନସଭାର ମୌସୁମୀ ଅଧିବେଶନ ଆରମ୍ଭ: ପ୍ରଥମ ଦିନରେ ଶୋକ ପ୍ରସ୍ତାବ ପାରିତ, ଆସିବ ପୂର୍ଣ୍ଣାଙ୍ଗ ବଜେଟ୍
  • ||
  • ନୂଆଦିଲ୍ଲୀ; ଫୁଟ୍‌ ଉପରେ ବିମାନ କ୍ୟାବିନରେ ଦେଖିବାକୁ ମିଳିଲା ଧୁଆଁ; ଦିଲ୍ଲୀ ବିମାନବନ୍ଦରରେ ଜରୁରୀକାଳୀନ ଅବତରଣ କଲା ସ୍ପାଇସଜେଟ୍‌
  • ||
  • ଭୁବନେଶ୍ୱର: ୪ରେ ଲଘୁଚାପ, ଆଜିଠୁ ବଢ଼ିବ ବର୍ଷା
  • ||
  • ଚୌଦ୍ୱାର : ଜଗା ଦର୍ଶନ ସାରି ଘରକୁ ଫେରୁଥିବା ବେଳେ ବୋଲେରୋକୁ ପିଟିଲା ଟ୍ରକ: ଜଣେ ମୃତ, ୯ ଗୁରୁତର
  • ||
  • ପୁରୀ: ଦାରୁବ୍ରହ୍ମଙ୍କ ପତିତପାବନ ଯାତ୍ରା: ଆଜି ଜନ୍ମବେଦିକୁ ବିଜେ କରିବେ ଚତୁର୍ଦ୍ଧାମୂର୍ତ୍ତି
  • ||
  • ବାରିପଦା: ଆଜି ଗଡ଼ିବ ଦ୍ୱିତୀୟ ଶ୍ରୀକ୍ଷେତ୍ର ରଥ, ସୁଭଦ୍ରାଙ୍କ ରଥକୁ ଟାଣିବେ ମହିଳା ଶ୍ରଦ୍ଧାଳୁ
  • ||
  • କଟକ: ଆଜିଠୁ ମିଳିତ ପୁଲିସ୍‌ ସେବା ପରୀକ୍ଷା, ୩୪ କେନ୍ଦ୍ରରେ ପରୀକ୍ଷା ଦେବେ ୨୯ ହଜାର ୬୪୪ ପରୀକ୍ଷାର୍ଥୀ
  • ||

କଂଗ୍ରେସକୁ ଝଟକା, ସମାଜବାଦୀ ପାର୍ଟି ଟିକେଟରୁ ନାମାଙ୍କନ ପତ୍ର ଦାଖଲ କଲେ କପିଲ ସିବଲ

ଲକ୍ଷ୍ନୌ,୨୫।୫: କଂଗ୍ରେସକୁ ବଡ ଝଟକା। ଦଳର ବରିଷ୍ଠ ନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ କପିଲ ସିବଲ କଂଗ୍ରେସରୁ ଇସ୍ତଫା ଦେଇଛନ୍ତି। ସିବଲ ସମାଜବାଦୀ ପାର୍ଟିର ଟିକେଟରେ ରାଜ୍ୟସଭା ନିର୍ବାଚନ ପାଇଁ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ବୁଧବାର ଲକ୍ଷ୍ନୌରେ ସିବଲ ନିଜର ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ଏହି ସମୟରେ ସେ କହିଛନ୍ତି, ୧୬ ମେ’ରୁ ସେ କଂଗ୍ରେସରୁ ଇସ୍ତଫା ଦେଇସାରିଛି। ସିବଲଙ୍କ ନାମାଙ୍କନ ବେଳେ ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ ଓ ରାମ ଗୋପାଳ ଯାଦବ ମଧ୍ୟ ଉପସ୍ଥିତ ଥିଲେ।

୨୦୧୬ ରେ ସିବଲଙ୍କୁ ତତ୍କାଳୀନ ଶାସକ ଦଳ ସମାଜବାଦୀ ପାର୍ଟୀ ଦ୍ବାରା ସମର୍ଥିତ କଂଗ୍ରେସ ପ୍ରାର୍ଥୀ ଭାବରେ ୟୁପିରୁ ରାଜ୍ୟସଭା ପାଇଁ ଚୟନ କରାଯାଇଥିଲା। ଆଜମ୍ ଖାନ୍ ଜେଲରୁ ମୁଳୁଳିବା ପରେ ଅଖିଳେଶ ତାଙ୍କୁ ଦେଖା କରିବାକୁ ଯାଇନଥିବାରୁ ସେ ଅସନ୍ତୁଷ୍ଟ ଅଛନ୍ତି। ଏପରିକି ଆଜମ୍ ମଧ୍ୟ କହିଛନ୍ତି ଯେ, ମୋର ବିନାଶ ପଛରେ ମୋର ପରିଚିତ ଲୋକଙ୍କର ହାତ ରହିଛି। କୁହାଯାଉଛି ଯେ, ଯଦି ସିବଲ ସମାଜବାଦୀ ପାର୍ଟି ପକ୍ଷରୁ ରାଜ୍ୟସଭା ଯାଆନ୍ତି ତେବେ ଆଜମଙ୍କ ଅସନ୍ତୋଷ ଦୂର କରିବାରେ ସଫଳ ପଦକ୍ଷେପ ହୋଇପାରେ। ଏହା ସହିତ ସମାଜବାଦୀ ପାର୍ଟିକୁ ଜଣେ ବଡ ନେତା ଓ ଓକିଲ ମିଳିଯିବ।

ସମ୍ବନ୍ଧିତ ଖବର