PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେନ୍ଦୁଝର ସଦର : ମଦ୍ୟପଙ୍କ ଉନ୍ମୁକ୍ତ କାଣ୍ଡ, ବାପାକୁ ପିଟିପିଟି ହତ୍ୟା କଲା ପୁଅ
  • ||
  • ଭୁବନେଶ୍ଵର : ଅକ୍ଟୋବର ୨ରୁ ଏକ ମାସ ବ୍ୟାପି ପଦଯାତ୍ରା କରିବ ବିଜେଡି, ୨୯ ଏବଂ ୩୦ ତାରିଖରେ ବସିବ ପ୍ରସ୍ତୁତି ବୈଠକ
  • ||
  • ବାରିପଦା : ବ୍ୟାଙ୍କ୍‌ରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ଏଟିଏମ୍
  • ||
  • ଭୁବନେଶ୍ଵର : ରାଜଧାନୀରେ ଚାଞ୍ଚଲ୍ୟ, ବାର୍‌ରେ ୩ଟି ବୋମାମାଡ଼ କଲେ ୨ ଦୁର୍ବୃତ୍ତ
  • ||

ଲଗାଣ ବର୍ଷାରେ ଧସିଲା କରଡା ଘାଟି, ୪  ପଞ୍ଚାୟତବାସୀ ହେବେ ପ୍ରଭାବିତ

ବାଲିଗୁଡା, ୧୮।୮ କନ୍ଧମାଳ ଜିଲ୍ଲା ରାଇକିଆ ବ୍ଲକ କରଡ଼ା ଘାଟି ଲଗାଣ ବର୍ଷାରେ  ଧସି ଯାଇଛି। ଘାଟିର ତିନୋଟି ସ୍ଥାନରେ ୱାଲ୍ ଧସି ଯିବା ଫଳରେ ଟ୍ରକ, ବସ ଯାତାୟତ ବନ୍ଦ ରହିଛି । ଲୋକେ ବିପଦ ସଂକୁଳ ଅବସ୍ଥାରେ ବାଇକ୍ ଓ ଅଟୋ ଯୋଗେ ଯାତାୟତ କରୁଛନ୍ତି । 

ଦୁଇ ଦିନ ଧରି ଲଗାଣ ବର୍ଷା ଯୋଗୁଁ ଘାଟି ର ବିଭିନ୍ନ  ସ୍ଥାନ ଧୋଇ ହୋଇ ଯାଇଛି । ଚାରି ଦିନ ବିତି ଯାଇଥିଲେ ମଧ୍ୟ କୌଣସି ସ୍ଥାନରେ ମରାମତି କାର୍ଯ୍ୟ ହୋଇପାରିନାହିଁ । ବ୍ଲକ୍ ର ଚାରୋଟି ପଂଚାୟତ କରାଡ଼ା, ଇନ୍ଦ୍ରଗଡ, ରଣବା, ବଡ଼ ବରବା ପଂଚାୟତର ୧୦ ହଜାର ଲୋକେ ଏହି ରାସ୍ତା ଉପରେ ନିର୍ଭର କରୁଛନ୍ତି । ଗଞ୍ଜାମ ଜିଲାର ସୋରଡ଼ା ଅଞ୍ଚଳକୁ ମଧ୍ୟ ଏହି ରାସ୍ତା ସଂଯୋଗ କରୁଛି । ତୁରନ୍ତ ଯୁଦ୍ଧକାଳୀନ ଭିତ୍ତିରେ ଘାଟି ମରାମତି କାଯ୍ୟ କରିବାକୁ ଅଞ୍ଚଳବାସୀ ଦାବୀ କରିଛନ୍ତି  ।  ଅନ୍ୟ ପକ୍ଷରେ ରାଇକିଆ ଠାରୁ କରଡ଼ା ପର୍ଯ୍ୟନ୍ତ ୨୦ କିମି ରାସ୍ତା ଉନ୍ନତୀକରଣ ପାଇଁ ୨୦୧୯ ରୁ ଭିତ୍ତି ପ୍ରସ୍ତର ସ୍ଥାପନ ହୋଇଥିଲେ ମଧ୍ୟ ରାସ୍ତା ଓ ଘାଟି କାମ ହୋଇ ପାରି ନଥିବାରୁ ଗ୍ରାମବାସୀ ଦୁର୍ଦ୍ଦଶା ଭୋଗୁଛନ୍ତି ।