କରଣ ଜୋହରଙ୍କର ଜନ୍ମଦିନ ଉତ୍ସବ , କୌଣସି ଫିଲ୍ମ ସେଟ୍ ଠାରୁ କମ୍ ନଥିଲା ଏହି ଗ୍ରାଣ୍ଡ ପାର୍ଟି

ମୁମ୍ୱାଇ : ପ୍ରସିଦ୍ଧ ଡାଇରେକ୍ଟର-ପ୍ରଡ୍ୟୁସର କରଣ ଜୋହର ନିଜର ୫୦ ତମ ଜନ୍ମଦିନ ପାଳିଥିଲେ। ଏହି ଅବସରରେ ୟଶରାଜ ଷ୍ଟୁଡିଓରେ ଏକ ଗ୍ରାଣ୍ଡ ପାର୍ଟିର ଆୟୋଜନ କରିଥିଲେ। ଏହି ପାର୍ଟିକୁ ସ୍ୱତନ୍ତ୍ର ଅନ୍ଦାଜରେ ପ୍ରସ୍ତୁତ କରାଯାଇ ଥିଲା । ପାର୍ଟିର ଥିମ୍ରୁ ନେଇ ମେନ୍ୟୁ ଯାଏ ସବୁ ଥିଲା ସ୍ପେଶାଲ। ସବୁକିଛି ପରଫେକ୍ଟ ଉପାୟରେ ସଜ୍ଜା ଯାଇଥିଲା । ଏହାକୁ ରେଡ୍-ବ୍ଲାକ୍ ଥିମ୍ରେ ଡେକୋରେଟ୍ କରାଯାଇ ଥିଲା । ଭେନ୍ୟୁ ଭିତରେ ନାଲି ଗୋଲାପରେ ସଜ୍ଜା ଯାଇଥିଲା । କମ୍ ଲାଇଟିଂ ରଖା ଯାଇଥିଲା ।
ଏହି ପାର୍ଟିରେ ଫିଲ୍ମ ଦୁନିଆର ପାଖାପାଖି ସବୁ ଷ୍ଟାର ନିଜର ଉପସ୍ଥିତ ଥିଲେ। ସଲମାନ ଖାନ, ଶାହରୁଖ ଖାନ , ଆମିର ଖାନ , ଐଶ୍ୱର୍ଯ୍ୟା ରାୟ , ରାଣୀ ମୁଖର୍ଜି ଭଳି ଅନେକ ଷ୍ଟାରମାନେ ନଜର ଆସିଥିଲେ। ଯାହାଙ୍କର ଫଟୋ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଛି । ସେପଟେ ଏବେ କରଣ ଜୋହରଙ୍କର ଗ୍ରାଣ୍ଡ ପାର୍ଟିର ଭେନ୍ୟୁର ଫଟୋ ମଧ୍ୟ ଭାଇରାଲ ହେଉଛି । ପାର୍ଟିର ଭେନ୍ୟୁ କୌଣସି ବଡ଼ ଫିଲ୍ମ ସେଟ୍ ଠାରୁ କମ୍ ନଥିଲା।
ସବୁଠୁ ବଡ଼ କଥା ହେଲା କରଣଙ୍କର ଏହି ପାର୍ଟିରେ ଫିଲ୍ମମେକରଙ୍କ ଉପରେ ସମସ୍ତଙ୍କର ନଜର ଲାଖି ରହିଥିଲା । ସେ ହ୍ୱାଇଟ୍ ସର୍ଟ , ବ୍ଲାକ୍ ପ୍ୟାଣ୍ଟ-ସୁଜ୍ ଓ ଗ୍ରିନ୍ କଲରର ଶିମରୀ ଗ୍ରିମ୍ ଜ୍ୟାକେଟ୍ ପିନ୍ଧିଥିଲେ । ଗ୍ରିନ୍ କଲର ଏହି ଜ୍ୟାକେଟ୍ ଲୋକଙ୍କୁ ଆକର୍ଷିତ କରୁଥିଲା । ଏମିତି ତ କରଣଙ୍କର ଡ୍ରେସିଂ ସେନ୍ସ ସର୍ବଦା ଅଲଗା ରହିଥାଏ , ହେଲେ ତାଙ୍କର ଜ୍ୟାକେଟର ଦାମ୍ ଶୁଣି ନିଶ୍ଚୟ ଆପଣଙ୍କର ହୋସ୍ ଉଡ଼ିଯିବ । ସେ ଇତାଲଭି ଲକଜରୀ ବ୍ରାଣ୍ଡ ଡୋଲ୍ସେ ଆଣ୍ଡ ଗବ୍ବାନାରୁ ଗ୍ରୀନ୍ ଜ୍ୟାକେଟ୍ ନେଇଥିଲେ , ଯାହାର ଦାମ୍ ୩,୯୯୫ ଡଲାର ଅର୍ଥାତ୍ ୩,୦୯,୭୮୪ ଟଙ୍କା ।