PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ନୂଆଦିଲ୍ଲୀ : ଭଗବାନ ଚିତ୍ରଗୁପ୍ତଙ୍କ ଚରିତ୍ରକୁ ମଜାଳିଆ ଢଙ୍ଗରେ ଚିତ୍ରଣ କରିବାକୁ ନେଇ ଅଭିନେତା ଅଜୟ ଦେବଗନଙ୍କ ସମେତ କେତେକଙ୍କ ନାଁରେ ଏତଲା
  • ||
  • ଖୋର୍ଦ୍ଧା : ଆୟକର ଅଧିକାରୀ ସୁମନ ସୁନ୍ଦର ସାହୁଙ୍କ ବାସଭବନରେ ସିବିଆଇ ରେଡ୍, ଖୋର୍ଦ୍ଧାର ଶାନ୍ତି ଜୁଏଲର୍ସ ମାଲିକଙ୍କ ଠାରୁ ନେଉଥିଲେ ସୁନା ଓ ଟଙ୍କା
  • ||
  • ସମ୍ବଲପୁର : ବରଗଡ଼ ଜିଲ୍ଲା ଅମ୍ବାଭୋନା ବ୍ଲକର ଗୋବିନ୍ଦପୁରକୁ ପ୍ରଥମ ‘ପକ୍ଷୀଗ୍ରାମ’ ମାନ୍ୟତା, ଯୋଜନାରେ ସାମିଲ ହେବେ ୩ ଗାଁ
  • ||
  • ଭୁବନେଶ୍ବର : ବରମୁଣ୍ଡା ବସ ଷ୍ଟାଣ୍ଡରୁ ୫୦କେଜି ଗଞ୍ଜେଇ ଜବତ, ୪ ଗଞ୍ଜେଇ ଚୋରା ଚାଲାଣକାରୀ ଗିରଫ
  • ||
  • ଭୁବନେଶ୍ୱର : ହସ୍ପିଟାଲରୁ ଡିସଚାର୍ଜ ହେଲେ ଓଲିଉଡ ଷ୍ଟାର ବାବୁସାନ ମହାନ୍ତି, ଗତ କିଛି ଦିନ ହେବ ଅସୁସ୍ଥ ହୋଇ ଭୁବନେଶ୍ୱରର ଘରୋଇ ମେଡିକାଲରେ ହେଉଥିଲେ ଚିକିତ୍ସିତ
  • ||
  • କଟକ : କଟକ ପାରାଦୀପ ରାସ୍ତା ସୋମପୁର ବଜାର ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ଗ୍ୟାରେଜ ଉପରେ ମାଡିଗଲା ଟ୍ରକ
  • ||
  • ଯାଜପୁର : କୁଆଖିଆ ଥାନା ଅନ୍ତର୍ଗତ ବସଷ୍ଟାଣ୍ଡ ନିକଟରେ ଯାଜପୁର ଅବକାରୀ ବିଭାଗ ଚଢ଼ାଉ, ୮୦ ଗ୍ରାମ ବ୍ରାଉନସୁଗାର ଜବତ
  • ||

କୋର୍ଟରେ ପୁଣି ଏକାଠି ରହିବାକୁ ଦମ୍ପତି ହେଲେ ରାଜି, ବାହାରକୁ ଆସିବା କ୍ଷଣି ପତ୍ନୀଙ୍କୁ ଛୁରୀରେ ଆକ୍ରମଣ କଲେ ସ୍ୱାମୀ !

ବେଙ୍ଗାଲୁରୁ : କର୍ଣ୍ଣାଟକରେ ଏକ ଫ୍ୟାମିଲ କୋର୍ଟରେ ଦୁଃଖଦ ଘଟଣା ଘଟିଛି। ଜଣେ ବ୍ୟକ୍ତି ନିଜ ପତ୍ନୀଙ୍କ ବେକକୁ ଛୁରୀରେ କାଟି କରିଛନ୍ତି ହତ୍ୟା । ମାମଲାଟି ହାସଲ ଜିଲ୍ଲାର ହୋଲେନରସିପୁରା ପରିବାର କୋର୍ଟରେ ଘଟିଛି । ଏଠାକୁ ଏହି ଦମ୍ପତି ଛାଡ଼ପତ୍ର ପାଇଁ ଆବେଦନ କରିବା ପରେ କାଉନ୍ସଲିଂ ସେସନରେ ସାମିଲ ହେବା ପାଇଁ ଆସିଥିଲେ। ଏହି ଘଟଣା ଘଟେଇବା ପରେ ସ୍ୱାମୀ ସେଠାରୁ ଫେରାର ହେବାକୁ ଚେଷ୍ଟା କରୁଥିଲା , ହେଲେ ଘଟଣା ସ୍ଥଳରେ ଥିବା ଲୋକ ତାଙ୍କୁ ଧରି ନେଇଥିଲେ।

ଅଭିଯକ୍ତକୁ ପୁଲିସ୍‌ ଜିମାରେ ଦିଆଯାଇଛି। ସେପଟେ ଆକ୍ରମଣ ପରେ ମହିଳାଙ୍କୁ ହସ୍ପିଟାଲ ନିଆଯାଇଥିଲା , ହେଲେ ଚିକିତ୍ସା ବେଳେ ତାଙ୍କର ମୃତ୍ୟୁ ହୋଇଛି। ଉଲ୍ଲେଖନୀୟ ଯେ,  କାଉନ୍ସଲିଂ ସେସନ ବେଳେ ଦୁହେଁ ସବୁ ମତଭେଦକୁ ଭୁଲି ସାଥି ହୋଇ ରହିବାକୁ ସହମତି ପ୍ରକାଶ କରିଥିଲେ ଏବଂ ସେମାନେ ନିଜର ୭ବର୍ଷର ବୈବାହିତ ଜୀବନକୁ ଭାଙ୍ଗିବାରୁ ରକ୍ଷା କରିଥିଲେ।

ସୂଚନା ମୁତାବିକ, ଅଭିଯୁକ୍ତ ପତିଙ୍କ ନାଁ ଶିବ କୁମାର । ତାଙ୍କ ପତ୍ନୀଙ୍କ ନାମ ଚୈତ୍ରା ଥିଲା। ଏହି ମାମଲାଟି ହାସଲ ଜିଲ୍ଲାର ହୋଲେନରସିପୁରା ପରିବାର କୋର୍ଟର। ଏକ ଘଣ୍ଟାର କାଉନ୍ସଲିଂ ପରେ ଯେମିତି ମହିଳା ବାହାରକୁ ବାହାରିଲେ, ଶିବ କୁମାର ତାଙ୍କର ପଛେ ପଛେ ବାଥରୁମ୍‌ ପର୍ଯ୍ୟନ୍ତ ଯାଇଥିଲା। ସେଠାରେ ତାଙ୍କୁ ଏକୁଟିଆ ଦେଖି ଛୁରୀରେ ଆକ୍ରମଣ କରିଥିଲେ । ପତ୍ନୀର ବେକକୁ କାଟି ରକ୍ତ ଜୁଡୁବୁଡୁ ଅବସ୍ଥାରେ ତାଙ୍କୁ ଛାଡ଼ି ଫେରାର ହେବାକୁ ଚେଷ୍ଟା କରୁଥିଲା ଶିବ କୁମାର ।

ଶିବ କୁମାର ନାଁରେ ହତ୍ୟା ମାମଲା ରୁଜୁ ହୋଇଛି । ପୁଲିସ୍‌ ଅଧିକାରୀ ଏହି କଥାର ଯାଞ୍ଚ କରୁଛନ୍ତି କି , କେମିତି ସେ ଛୁରୀ ନେଇ କୋର୍ଟକୁ ଗଲେ । ଅଧିକାରୀ କହିଛନ୍ତି ଜେରା ପରେ ମାମଲା ସଂପର୍କିତ ଅନ୍ୟ ଖୁଲାସା ହୋଇ ପାରିବ ।

ସମ୍ବନ୍ଧିତ ଖବର