ପ୍ରମୂଖ ଖବର
  • ଭୁବନେଶ୍ବର : ତ୍ରି-ସ୍ତରୀୟ ପଞ୍ଚାୟତ ଉପନିର୍ବାଚନ ସ୍ଥଗିତ
  • ||
  • ଭୁବନେଶ୍ବର : ପ୍ରକାଶ ପାଇଲା ଯୁକ୍ତ ୨ ପରୀକ୍ଷା ଫଳ, ପୁଅଙ୍କ ତୁଳନାରେ ଝିଅଙ୍କ ପାସ୍ ହାର ଅଧିକ
  • ||
  • ଭୁବନେଶ୍ଵର : ଦୂର ହେଲା ମାତୃତ୍ୱ ଛୁଟି ଦ୍ଵନ୍ଦ୍ଵ, ପ୍ରସବ ତାରିଖର ୩ ମାସ ପୂର୍ବରୁ କିମ୍ଵା ପ୍ରସବର ୬ ମାସ ମଧ୍ୟରେ ମିଳିବ ୧୮୦ ଦିନର ଛୁଟି
  • ||
  • କଟକ : ବାଇକ୍‌ ଦୁର୍ଘଟଣାରେ ଜଣେ ମୃତ; ୨ ଗୁରୁତର
  • ||
  • ଭୟଙ୍କର ବିସ୍ଫୋରଣରେ ଥରିଲା ପାକିସ୍ତାନ; ୪ ଶିଶୁ ମୃତ, ୩୮ ଆହତ
  • ||
  • ସୁନ୍ଦରଗଡ଼ : କଲେଜ୍ ବ୍ରିଜ୍‌କୁ ଦୁର୍ବଳ ଘୋଷଣା ପରେବି ଅବାଧରେ ଯାତାୟାତ କରୁଛି ଭାରୀ ଯାନ, କାର୍ଯ୍ୟାନୁଷ୍ଠାନ ନନେଲେ ଭୁଶୁଡ଼ିବ ପୋଲ
  • ||
  • ସୁନ୍ଦରଗଡ଼ : କୋଏଲ ନଦୀରେ ବୁଡ଼ି ନିଖୋଜ ହୋଇଥିଲେ ଯୁବକ, ଉଦ୍ଧାର ହେଲା ମୃତଦେହ
  • ||
  • ଝାରସୁଗୁଡା : ବାର୍‌ହା ଆକ୍ରମଣରେ ମାଆ ଓ ପୁଅ ଗୁରୁତର, ଡାକ୍ତଖାନାରେ ଭର୍ତ୍ତି
  • ||
  • ଜୁନ୍‌ ୨୩ରେ ପଞ୍ଚାୟତ ଉପନିର୍ବାଚନ; ୪୩ ସରପଞ୍ଚ, ୨୭୨ ୱାର୍ଡସଭ୍ୟ ପାଇଁ ହେବ ଭୋଟ୍‌, ୨୪ରେ ଫଳାଫଳ
  • ||
  • International Tea Day: ଦିନ ଆରମ୍ଭ ହୁଏ ସଞ୍ଜ ବି ସରେ ତାରି ପାଖରେ, କର୍ମକ୍ଲାନ୍ତ ଜୀବନରେ ସେ ତାଜାପଣ ଆଣେ...
  • ||
  • କନ୍ଧମାଳ : ତହସିଲ ଅଫିସରେ ଲାଞ୍ଚ ନେଉଥିଲେ କିରାଣୀ, ଭିଡିଓ ଭାଇରାଲ...
  • ||
  • ଭୁବନେଶ୍ଵର : ବୁଧବାର ଅପରାହ୍ନ ୪ଟାରେ ପ୍ରକାଶ ପାଇବ ଯୁକ୍ତ ଦୁଇ ପରୀକ୍ଷା ଫଳ, ସିଏଚ୍‌ଏସ୍‌ଇ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ
  • ||
  • ରାଜ୍ୟରେ ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ : ଉପକୂଳ ଓ ପଶ୍ଚିମ ଓଡ଼ିଶାରୁ ଖସୁନି ତାତି, ୫ ଦିନରେ କେରଳ ଛୁଇଁପାରେ ମୌସୁମୀ
  • ||
  • ମୟୂରଭଞ୍ଜ : ଚୋରି ବଳଦ ସହ ଗାଡ଼ି ଜବତ, ଡ୍ରାଇଭର ଏବଂ ସହଯୋଗୀ ଫେରାର
  • ||
  • ବଲାଙ୍ଗୀର : ମୋବାଇଲ ଚୋରି ଘଟଣାରେ ଅଭିଯୁକ୍ତ ଗିରଫ
  • ||

ଭାଷା ବିବାଦରେ ଫସିଲେ ବ୍ୟାଙ୍କ ମ୍ୟାନେଜର: ମ୍ୟାଡମ୍‌, କର୍ଣ୍ଣାଟକରେ କନ୍ନଡ କହିବାକୁ ପଡ଼ିବ...‘ଭାରତରେ ରହୁଛି, ହିନ୍ଦୀ କହିବି’

Published By : Tapas Panda | May 21, 2025 6:27 PM

ବେଙ୍ଗାଲୁରୁ: କର୍ଣ୍ଣାଟକରେ ପୁଣି ଥରେ ଭାଷକୁ ନେଇ ବିବାଦ ହୋଇଛି । ଏହି ବିବାଦରେ ସଧାସଳଖ ସାମିଲ ହୋଇଛନ୍ତି କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଦରମୈୟା । ଫଳରେ କନ୍ନଡ ଭାଷା କହିବାକୁ ମନା କରିଥିବା ଜଣେ ମହିଳା ବ୍ୟାଙ୍କ ମ୍ୟାନେଜରଙ୍କୁ ଏଥିପାଇଁ କ୍ଷମା ମାଗିବାକୁ ପଡ଼ିଛି । କେବଳ ସେତିକ ନୁହେଁ, ସଂପୃକ୍ତ ମ୍ୟାନେଜରଙ୍କୁ ବଦଳି କରିଦିଆଯାଇଛି । କର୍ଣ୍ଣାଟକରେ ପୁଣି ଥରେ ହିନ୍ଦୀ ବନାମ କନ୍ନଡ ବିବାଦ ଆରମ୍ଭ ହୋଇଯାଇଛି । 

ସୂଚନା ଅନୁସାରେ, ବେଙ୍ଗାଲୁରୁର ଚନ୍ଦାପୁର‌ରେ ଥିବା ଏସବିଆଇ ବ୍ୟାଙ୍କରେ କାର୍ଯ୍ୟରତ ମହିଳା ମ୍ୟାନେଜରଙ୍କୁ  ଜଣେ ଗ୍ରାହକ କନ୍ନଡରେ କଥା ହେବାକୁ କହିଥିଲେ  । କିନ୍ତୁ ସେ କନ୍ନଡରେ କଥା ହେବାକୁ ମନା କରି ଦେଇଥିଲେ ଏବଂ ହିନ୍ଦୀରେ କହିଥିଲେ  । ଗ୍ରାହକ କହିଥିଲେ, ଏହା କର୍ଣ୍ଣାଟକ ଏଠି କନ୍ନଡ ଭାଷା କହିବକୁ ପଡ଼ିବ । ଜବାବରେ ବ୍ୟାଙ୍କ ମ୍ୟାନେଜର କହିଥିଲେ, ଏହା ଇଣ୍ଡିଆ ମୁଁ ହିନ୍ଦୀ କହିବି, କନ୍ନଡ କହିବିନି । ଏହା ପରେ ମ୍ୟାନେଜରଙ୍କ ଏଭଳି ବ୍ୟବହାରକୁ ନେଇ ଗ୍ରାହକ ଅସନ୍ତୋଷ ପ୍ରକାଶ କରିଥିଲେ । 




ତାଙ୍କର କହିବା କଥା ଥିଲା ଯେ, ମ୍ୟାନେଜର କନ୍ନଡ ଜାଣି ନଥିଲେ ବି କହିବାକୁ ଚେଷ୍ଟା କରିପାରିଥାନ୍ତେ । ତେବେ ଏ ସମସ୍ତ ଘଟଣାର ଭିଡିଓ ମଧ୍ୟ ସାମ୍ନାକୁ ଆସିଛି । ବ୍ୟାଙ୍କ ମ୍ୟାନେଜରଙ୍କ ଭିଡିଓ ଭାଇରାଲ୍‌ ହେବା ପରେ କନ୍ନଡ ସମର୍ଥିତ ଗୋଷ୍ଠୀ ତାଙ୍କୁ ସମାଲୋଚନା କରିଥିଲେ । ବିବାଦ ଉଗ୍ର ରୂପ ଧାରଣ କରିବା ପରେ  ଭିଡିଓ କରି କନ୍ନଡ ଭାଷାରେ କ୍ଷମା ପ୍ରାର୍ଥନା କରିଛନ୍ତି ମହିଳା ବ୍ୟାଙ୍କ ମ୍ୟାନେଜର । ସେପଟେ ତାଙ୍କୁ ବ୍ୟାଙ୍କର ଅନ୍ୟ ଏକ ଶାଖାକୁ ବଦଳି କରିଦିଆଯାଇଛି ବୋଲି ଖୋଦ ମୁଖ୍ୟମନ୍ତ୍ରୀ ସ୍ପଷ୍ଟ କରିଛନ୍ତି । 

 ବ୍ୟାଙ୍କ ମଧ୍ୟ ସଂପୃକ୍ତ ମ୍ୟାନେଜରଙ୍କ କାର୍ଯ୍ୟକୁ ନାପସନ୍ଦ କରିଛି ।  ଗ୍ରାହକଙ୍କ ଭାବନାକୁ ଆଘାତ ଦେଲା ଭଳି ବ୍ୟବହାରକୁ ସହ୍ୟ କରାଯିବନି ବୋଲି ଏସବିଆଇ ବ୍ୟାଙ୍କ ପକ୍ଷରୁ କୁହାଯାଇଛି । ମୁଖ୍ୟମନ୍ତ୍ରୀ ସିଦ୍ଦରମୈୟା ବ୍ୟାଙ୍କ ମ୍ୟାନଜରଙ୍କୁ ସମାଲୋଚନା କରିଛନ୍ତି । ଏପରିକି ବ୍ୟାଙ୍କର କୌଣସି କର୍ମଚାରୀ ଏଭଳି ବ୍ୟବହାର ନକରିବା ଦରକାର ବୋଲି ସେ କହିଛନ୍ତି । ଆଞ୍ଚଳିକ ଭାଷାରେ କଥା ହେବାକୁ ଯଥାସମ୍ଭବ ଚେଷ୍ଟା କରିବାକୁ ସେ ବ୍ୟାଙ୍କର କର୍ମଚାରୀଙ୍କୁ ପରାମର୍ଶ ମଧ୍ୟ ଦେଇଛନ୍ତି ।     

 

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.