ପ୍ରମୂଖ ଖବର
  • ବ୍ରହ୍ମପୁର ରେଳ ଷ୍ଟେସନରୁ ୨ ଜଣଙ୍କ ମୃତଦେହ ଉଦ୍ଧାର, ବିଷ ପିଇ ଜୀବନ ହାରିଥିବା ସନ୍ଦେହ
  • ||
  • ନୀଳଗିରି ବ୍ଲକ ତେଲିପାଳ ପଞ୍ଚାୟତ ଋଷିଆ କେନାଲରେ ଅଘଟଣ, ବଜ୍ରପାତରେ ୩ ମୃତ
  • ||
  • କଟକ: ଓସିଏ କନ୍‌ଫରେନ୍ସ ହଲ୍‌ରେ ଅଗ୍ନିକାଣ୍ଡ , କାରଣ ଅସ୍ପଷ୍ଟ
  • ||
  • ଅସହ୍ୟ ହେଲା ଅଧ୍ୟାପକଙ୍କ ନିର୍ଯାତନା, ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇଲେ ଛାତ୍ରୀ, ଉଦ୍ଧାର କରିବାକୁ ଯାଇ ଛାତ୍ର ଗୁରୁତର
  • ||
  • ରାୟଗଡ଼ା : କଞ୍ଜାମଯୋଡି ଗ୍ରାମରେ କଙ୍ଗାରୁକୋର୍ଟ ଘଟଣା: ରାୟଗଡ଼ା ଉପଜିଲ୍ଲାପାଳଙ୍କ ତଦନ୍ତ ନିର୍ଦ୍ଦେଶ
  • ||
  • ଅନୁଗୁଳ : ସାପ କାମୁଡ଼ାରେ ନାବାଳକ ମୃତ
  • ||
  • କଟକ : ପାରିବାରିକ କଳହର କରୁଣ ପରିଣତି, ମୁଣ୍ଡଳୀ ବ୍ରିଜ୍‌ରେ ଗାଡ଼ି ରଖି ମହାନଦୀକୁ ଡେଇଁ ପଡ଼ିଲେ ଯୁବକ!
  • ||
  • ମୁମ୍ବାଇରୁ ଓଡ଼ିଶା ଫେରିବେ ବିରୋଧୀ ଦଳ ନେତା ନବୀନ, ସ୍ୱାଗତ ପାଇଁ ବିଜେଡି ନେତା ଓ କର୍ମୀ ପ୍ରସ୍ତୁତ
  • ||
  • ଡ୍ରାଇଭର ମହାସଂଘ ହାତ ଛାଡ଼ିଲେ ବସ୍‌ ମାଲିକ, ରାଜ୍ୟରେ ସ୍ୱାଭାବିକ ହେଲା ଘରୋଇ ବସ୍‌ ଚଳାଚଳ
  • ||
  • ଦିଲ୍ଲୀରେ ଭୁଶୁଡ଼ିଲା ୪ ମହଲା ବିଲ୍ଡିଂ, ୧୨ ଜଣ ଚାପି ହୋଇଥିବା ଆଶଙ୍କା
  • ||
  • ଦୁର୍ବଳ ହେଉଛି ମାଓ ସଙ୍ଗଠନ, ଆତ୍ମସମର୍ପଣ କଲେ ୨୨ ମାଓବାଦୀ
  • ||
  • ଭୁବନେଶ୍ୱର : ପୁଲିସ ଭବନ ସମ୍ମୁଖରେ ସିରିଜ୍ ଦୁର୍ଘଟଣା, ଡ୍ରାଇଭର ଗୁରୁତର
  • ||
  • କେନ୍ଦୁଝର: ଗୋଠଛଡ଼ା ଦନ୍ତା ଆକ୍ରମଣରେ ଜଣେ ମୃତ, ଜଣେ ଗୁରୁତର
  • ||
  • ଅହମ୍ମଦାବାଦ ପ୍ଲେନ୍‌ କ୍ରାସ୍‌ର ଆସିଲା ତଦନ୍ତ ରିପୋର୍ଟ, ଉଡ଼ାଣର ୯୦ ସେକେଣ୍ଡରେ ବନ୍ଦ ହୋଇଥିଲା ବିମାନ ଇଞ୍ଜିନ୍‌
  • ||
  • ମେଗା ରୋଜଗାର ମେଳା, ଆଜି ୫୧ ହଜାର ନିଯୁକ୍ତିପତ୍ର ବାଣ୍ଟିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • ||
  • ଘୂର୍ଣ୍ଣିବଳୟ ସକ୍ରିୟ: ଆଜି ୧୩ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ, ୧୩ରୁ ଅଧିକ ବର୍ଷା ହୋଇପାରେ
  • ||

ରଣଜୀ ଟ୍ରଫି ଫାଇନାଲରେ ଶତକ ମାରି ଖେଳପ୍ରେମୀଙ୍କୁ ଚକିତ କଲେ କରୁଣ ନାୟର

Published By : Tapas Panda | March 1, 2025 10:19 PM

Image Courtesy: indiatv

ନୂଆଦିଲ୍ଲୀ: ରଣଜୀ ଟ୍ରଫି ୨୦୨୫ର ଫାଇନାଲ ମ୍ୟାଚ୍ ନାଗପୁର କ୍ରିକେଟ ଷ୍ଟାଡିୟମରେ କେରଳ ଏବଂ ବିଦର୍ଭ ମଧ୍ୟରେ ଖେଳାଯାଉଛି । ୨୦୨୪-୨୫ରେ ଘରୋଇ କ୍ରିକେଟରେ ଚମତ୍କାର ପ୍ରଦର୍ଶନ କରିଥିବା କରୁଣ ନାୟର ଏହି ମ୍ୟାଚ୍‌ର ଉଭୟ ଇନିଂସରେ ଚମତ୍କାର ବ୍ୟାଟିଂ କରିଛନ୍ତ । ବିଦର୍ଭ ପାଇଁ ଖେଳୁଥିବା କରୁଣ ନାୟର ପ୍ରଥମ ଇନିଂସରେ ଶତକରୁ ବଞ୍ଚିତ ହୋଇଥିଲେ ଏବଂ ୮୬ ରନ କରି ଆଉଟ ହୋଇଥିଲେ । ସେ ଦ୍ୱିତୀୟ ଇନିଂସରେ କୌଣସି ଭୁଲ କରିନଥିଲେ ଏବଂ ଏକ ଚମତ୍କାର ଶତକ ହାସଲ କରି ତାଙ୍କର ଉତ୍କୃଷ୍ଟ ଫର୍ମ ଜାରି ରଖିଥିଲେ । 

ଏହି ମ୍ୟାଚ୍‌ର ଦ୍ୱିତୀୟ ଇନିଂସରେ କରୁଣ ନାୟର ୧୮୪ ବଲ୍‌ରେ ତାଙ୍କର ଶତକ ପୂରଣ କରିଥିଲେ । ଏହି ସମୟରେ ସେ ସାତୋଟି ଚୌକା ଏବଂ ଦୁଇଟି ଛକା ମାରିଥିଲେ । ଏହା ପ୍ରଥମ ଶ୍ରେଣୀ କ୍ରିକେଟରେ ତାଙ୍କର ୨୩ ତମ ଶତକ । ଏହି ମ୍ୟାଚ୍‌ରେ ଶତକ ହାସଲ କରିବା ପରେ, ନାୟର ଏକ ଭିନ୍ନ ଶୈଳୀରେ ଉତ୍ସବ ପାଳନ କରିଥିଲେ। ସେ ଦୁଇ ହାତର ୯ ଆଙ୍ଗୁଳି  ଦେଖାଇଥିଲେ । ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ସେ ଘରୋଇ କ୍ରିକେଟର ଚଳିତ ସିଜିନରେ ୯ଟି ଶତକ ମାରିଛନ୍ତି । ନାୟର ୨୦୧୭ ରୁ ଟିମ୍ ଇଣ୍ଡିଆରୁ ବାହାରେ ଅଛ ନ୍ତି। ସେ ଭାରତ ପାଇଁ ୬ଟି ଟେଷ୍ଟ ଏବଂ ଦୁଇଟି ଦିନିକିଆ ଖେଳିଛନ୍ତି । 

ସେ ଟେଷ୍ଟ କ୍ରିକେଟରେ ଭାରତ ପାଇଁ ଏକ ଦ୍ୱିଶତକ ମଧ୍ୟ ମାରିଛନ୍ତି । ୩୩ ବର୍ଷୀୟ ନାୟାର ୨୦୨୪-୨୫ ସିଜିନରେ ଘରୋଇ କ୍ରିକେଟର ସମସ୍ତ ଫର୍ମାଟରେ ବହୁତ ରନ କରିଛନ୍ତି । ସେ ବିଜୟ ହଜାରେ ଟ୍ରଫି ୨୦୨୪-୨୫ରେ ୯ଟି ମ୍ୟାଚ୍‌ରୁ ୭୭୯ ରନ୍ କରିଥିଲେ । ସେହି ଟୁର୍ଣ୍ଣାମେଣ୍ଟରେ ସେ ୫ଟି ଶତକ ଏବଂ ଗୋଟିଏ ଅର୍ଦ୍ଧଶତକ କରିଥିଲେ । ଏହା ବ୍ୟତୀତ, ନାୟର ଟି-୨୦ ଫର୍ମାଟରେ ଖେଳାଯାଇଥିବା ସୟଦ ମୁସ୍ତାକ ଅଲୀ ଟ୍ରଫିର ଏହି ସିଜିନରେ ୬ଟି ମ୍ୟାଚରେ ୨୫୫ ରନ କରିଥିଲେ । ସେହି ଟୁର୍ଣ୍ଣାମେଣ୍ଟରେ ସେ ତିନୋଟି ଅର୍ଦ୍ଧଶତକ କରିଥିଲେ । 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.