ନୂଆଦିଲ୍ଲୀ, ୨୮/୦୯: ୨୦୨୫ ବର୍ଷ ସରି ସରି ଆସୁଥିବା ବେଳେ ବଡ଼ ଅଘଟଣ ଘଟିଛି । ତାମିଲନାଡୁ କରୁର୍‌ରେ ଦଳଚକଟା ହୋଇ ୩୯ ଜଣଙ୍କର ମୃତ୍ୟୁ ହୋଇଛି । ସେମାନଙ୍କ ମଧ୍ୟରେ ୧୭ ମହିଳା ଓ ୧୦ ଶିଶୁ ରହିଛନ୍ତି । ୫୦ରୁ ଅଧିକ ଆହତ ହୋଇଛନ୍ତି । ଟିଭିକେ ନେତା ତଥା ସାଉଥ ଷ୍ଟାର ଥାଲାପତି ବିଜୟଙ୍କ ରାଲିରେ ଦଳଚକଟା ପରିସ୍ଥିତି ଉପୁଜି ଅକାଳରେ ଅନେକ ଜୀବନ ଦୀପ ଲିଭି ଯାଇଛି । ଏ ଅଘଟଣ କିପରି ଘଟିଲା ତାହା ପ୍ରଶ୍ନ ଘେରରେ ରହିଛି । ହେଲେ କିଛି ପ୍ରତ୍ୟକ୍ଷଦର୍ଶୀ  ଅଘଟଣର କାରଣ ବିଷୟରେ କହିଛନ୍ତି ।

ପ୍ରତ୍ୟକ୍ଷଦର୍ଶୀ ଅଘଟଣକୁ ନେଇ ଭଳି କି ଭଳି ବୟାନ ଦେଉଛନ୍ତି । କିଛି କହିଛନ୍ତି କି,ଭିଡ ଭିତରେ ବିଶୃଙ୍ଖଳା ସେବେ ଆରମ୍ଭ ହେଲା ଯେବେ ବିଜୟ ଭାଷଣ ଦେବା ଆରମ୍ଭ କଲେ । କୁହାଯାଉଛି କି, ରାଲିରେ ବିଜୟ ଯେବେ ଭି.ସେନ୍ଥିଲବାଲାଜୀଙ୍କୁ ୧୦ ଟଙ୍କିଆ ମନ୍ତ୍ରୀ କହି ଗୀତ ଗାଇଥିଲେ । ଏହା ପରେ ସ୍ଥିତି ବିଗିଡିଥିଲା । ଭିଡ ଭିତରେ ସ୍ଥିତି ଅସମ୍ଭାଳ ହୋଇଥିଲା । ତୁରନ୍ତ ପୁଲିସ ଲାଠିଚାର୍ଜ କରିଥିଲା । ଏହାପରେ ଲୋକମାନେ ଭୟଭୀତ ହୋଇଥିଲା । ପରସ୍ପରକୁ ଠେଲାପେଲା କରିଥିଲେ । କିଛି ବାପାମାଆ ସେମାନଙ୍କ ପିଲାଙ୍କୁ ଧରିଥିଲେ ।  ସେମାନେ ବି ଭିଡ ଭିତରେ ଫସି ଯାଇଯାଇଥିଲେ । ଏଆଇଏଡିଏମକେ ଜେନେରାଲ ସେକ୍ରେଟାରୀ ଇଡାପାଡ୍ଡୀ ପାଲାନିସ୍ୱୀମୀ କହିଛନ୍ତି, କଲେଣ୍ଟ ଲାଗିବାରୁ ଦଳାଚକଟା ହୋଇଥିବା ନେଇ ୩୯ ଜଣ ଲୋକଙ୍କ ଜୀବନ ଯାଇଥିବା ସୂଚନା ମିଳିଥିଲା ।

ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲା ବିଜୟଙ୍କ ଟିଭିକେ- ତାମିଲନାଡୁର କରୁର୍‌ରେ ଟିଭିକେ (ତାମିଲଗା ଭେଟ୍ରି କାଝଗମ) ଦଳର ମୁଖ୍ୟ ବିଜୟଙ୍କ ରାଲିରେ ହୋଇଥିବା ଅଘଟଣକୁ ରାଜନୈତିକ ଷଡ଼ଯନ୍ତ୍ର ବୋଲି କହି କୋର୍ଟଙ୍କ ଦ୍ୱାରସ୍ଥ ହୋଇଛି ଦଳ । ପୁଲିସ୍ କାହିଁକି ଲାଠି ଚଲାଇଲା ବୋଲି ପ୍ରଶ୍ନ କରିଛି ଟିଭିକେ । ଦଳଚକଟା ପଛରେ ଡିଏମକେର ଷଡଯନ୍ତ୍ର ହୋଇଥିବା ଅଭିଯୋଗ କରିଛି ପାର୍ଟି । ରାଲିକୁ ଅସଫଳ କରିବାକୁ ସୁଚିନ୍ତିତ ଷଡଯନ୍ତ୍ର ବୋଲି କହିଛନ୍ତି ଦଳ । ଅଚାନକ ଭିଡରେ ଦଳଚକଟା ହୋଇଥିଲା । ଏହା ପରେ ପୁଲିସ କାର୍ଯ୍ୟାନୁଷ୍ଠାନ ନେବାରୁ ସ୍ଥିତି ବଗିଡିଥିଲା । ପୁରା ମାମଲାକୁ ନେଇ ଟିଭିକେ ମାଡ୍ରାସ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛି ।