PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମୁଲାୟମ ସିଂହ ଯାଦବ ICUରେ ଭର୍ତ୍ତି ,ଅଖିଳେଶ ଓ ଅପର୍ଣ୍ଣା ଯାଦବଙ୍କ ତୁରନ୍ତ ଦିଲ୍ଲୀ ଯାତ୍ରା
  • ||
  • ଭୁବନେଶ୍ଵର : ରାଜ୍ୟରେ ଉପରତଳ ହେଉଛି କରୋନା ଗ୍ରାଫ୍, ୨୪ ଘଣ୍ଟା ମଧ୍ୟରେ ୧୩୧ ପଜିଟିଭ୍ ଚିହ୍ନଟ
  • ||
  • କଟକ : ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ବିଧାୟକ ମହମ୍ମଦ ମୋକିମ୍, ବିଧାୟକ ପଦ ରଦ୍ଦ ହେବାର ଆଶଙ୍କା
  • ||
  • କେନ୍ଦୁଝର : ସାମାନ୍ୟ ବଚସାରୁ ତୁମୁଳ କାଣ୍ଡ, ଯୁବକଙ୍କୁ ବିଭତ୍ସ ଭାବେ ହତ୍ୟା
  • ||
  • କୋରାପୁଟ : ବିଜୁଳି ଘଡ଼ଘଡ଼ିରେ ଭୁଶୁଡ଼ିଲା କୋରାପୁଟର ଜେଇଏଲ୍ ଚର୍ଚ୍ଚ
  • ||
  • ବ୍ରହ୍ମପୁର : କାର୍‌ରୁ ୩ କେ.ଜି ସୁନା ଏବଂ ୧୭ କେ.ଜି ରୂପା ଜବତ, ୩ ଅଟକ
  • ||

ଚୀନ୍‌, ପାକ୍‌କୁ ପୁଣି ଜାତିସଂଘ ଝଟ୍‌କା : କାଶ୍ମୀର ପ୍ରସଙ୍ଗରେ ଭାରତକୁ ସମର୍ଥନ କଲା ଆମେରିକା

ନୂଆଦିଲ୍ଲୀ ୭/୦୮: ଜାତିସଂଘ ସୁରକ୍ଷା ପରିଷଦରେ ପୁଣିଥରେ କାଶ୍ମୀର ପ୍ରସଙ୍ଗ ଉଠାଇବାକୁ ପାକ୍‌ ଓ ଚୀନ୍‌ ଯୋଜନା କରିଥିଲେ । ମାତ୍ର ତାହା ବିଫଳ ହୋଇଛି । ଚୀନ୍‌ର ଉଦ୍ୟମ କ୍ରମେ ସୁରକ୍ଷା ପରିଷଦର ଏକ ଅଣଆନୁଷ୍ଠାନିକ ବୈଠକ ବି ଡକାଯାଇଥିଲା । ହେଲେ କେବଳ ଗୋଟିଏ ଅସ୍ଥାୟୀ ସଦସ୍ୟକୁ ଛାଡି ବାକି ସମସ୍ତ ଦେଶ ଉକ୍ତ ପ୍ରସ୍ତାବର ବିରୋଧ କରିଥିଲେ । ଆମେରିକା ପ୍ରଥମେ ଏହାକୁ ବିରୋଧ କରିଥିଲା । ଏହା ଭାରତ ଓ ପାକିସ୍ତାନ ଭିତରେ ଏକ ଦ୍ୱିପାକ୍ଷିକ ପ୍ରସଙ୍ଗ ଏବଂ ସିମଲା ରାଜିନାମା ଅନୁଯାୟୀ ଏହାର ସମାଧାନ କରାଯିବା ଦରକାର ବୋଲି ଆମେରିକା କହିଥିଲା ।

ଅନ୍ୟ ଦେଶମାନେ ଏହାକୁ ସମର୍ଥନ କରିଥିଲେ । ଏହି ପ୍ରସଙ୍ଗରେ ସୁରକ୍ଷା ପରିଷଦର ସମୟ ନଷ୍ଟ କରାଯିବା ଦରକାର ନାହିଁ ବୋଲି ସେମାନେ ପ୍ରକାଶ କରିଥିଲେ । ଜମ୍ମୁ-କାଶ୍ମୀରରୁ ଧାରା ୩୭୦ ପ୍ରତ୍ୟାହାର କରାଯିବା ସମ୍ପର୍କରେ ଚୀନ୍‌ ଦେଇଥିବା ବୟାନକୁ ଭାରତ ଭର୍ତ୍ସନା କରିଛି । ଚୀନ୍‌ କହିଥିଲା ଯେ ଭାରତ ଧାରା ୩୭୦ ପ୍ରତ୍ୟାହାର କରିବା ପାଇଁ ଏକତରଫା ଭାବେ ନେଇଥିବା ପଦକ୍ଷେପ ବେଆଇନ ଅଟେ । ଏହାର ଜବାବରେ ଭାରତର ବିଦେଶ ମନ୍ତ୍ରଣାଳୟ କହିଛି କି ଏହି ପ୍ରସଙ୍ଗରେ ମତ ଦେବା ପାଇଁ ଚୀନ୍‌ର କୌଣସି ଅଧିକାର ନାହିଁ । ତା’ଛଡା ପାକିସ୍ତାନ ଅନ୍ୟ ଦେଶଙ୍କ ଆଭ୍ୟନ୍ତରୀଣ ବ୍ୟାପାରରେ ହସ୍ତକ୍ଷେପ କରିବା ବନ୍ଦ କରୁ ।