ଜାତୀୟ ରାଜପଥ କଡ଼ରେ ପଡିଛି ଗଳିତ କଟା ଗୋଡ଼, ପୋଲିସ ଓ ସାଇଣ୍ଟିଫିକ ଟିମ୍ର ଛାନ୍ଭିନ୍ ଜାରି

ଯାଜପୁର ୨୧/୦୫: ଯାଜପୁର ଜିଲ୍ଲା ସୁକିନ୍ଦା ଥାନା ଅନ୍ତର୍ଗତ ମଙ୍ଗଳପୁର ୫୩ ନମ୍ବର ଜାତୀୟ ରାଜପଥ ପାଖ ଜଙ୍ଗଲରୁ ମିଳିଲା ଜଣେ ଅଜଣା ବ୍ୟକ୍ତିଙ୍କ କଟା ଗୋଡ଼। ଗଳିତ ଅବସ୍ଥାରେ ରାସ୍ତା କଡ଼ରେ କଟା ଗୋଡ ଉଦ୍ଧାର କରାଯାଇଛି । ତେବେ ଏହି କଟା ଗୋଡ଼ଟି କାହାର ତାହା ଏଯାଏଁ ସ୍ପଷ୍ଟ ହୋଇନାହିଁ । କାହାକୁ ହତ୍ୟା କରାଯିବା ପରେ କଟା ଗୋଡ଼ ଏଠାରେ କିଏ ଆଣି ପକାଇଥିବ। ସନ୍ଦେହ କରାଯାଉଛି। ଘଟଣାସ୍ଥଳରେ ସ୍ଥାନୀୟ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଅଧିକ ତଦନ୍ତ ପାଇଁ କେନ୍ଦ୍ରାପଡ଼ରୁ ସାଇଣ୍ଟିଫିକ ଟିମ୍ ଘଟଣାସ୍ଥଳରେ ପହଞ୍ଚି। ଗଳିିତ ପରିତ୍ୟକ୍ତ ଗୋଡର ଯାଞ୍ଚ ପରେ ଅଧିକ ସୂଚନା ମିଳିପାରିବ ବୋଲି ସୁକିନ୍ଦା ଥାନା ଅଧିକାରୀ ସୂଚନା ଦେଇଛନ୍ତି । ଏହି କଟା ଗୋଡ଼ କେଉଁଠୁ ଆସିଲା ଓ ଏହାକୁ କିଏ ଏହି ସ୍ଥାନରେ ପକାଇଲା ତାହାକୁ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।