ନୂଆଦିଲ୍ଲୀ ୧୦/୧୨: ଗ୍ଲାମର୍ ଦୁନିଆରେ ସୁନ୍ଦର, ଯୁବା ଓ ଫିଟ୍ ଦିଶିବାକୁ ଲୋକେ ଭୟଙ୍କର ପଦକ୍ଷେପ ନେବାକୁ ବି ପଛାନ୍ତି ନାହିଁ । ଟାଇଟାନିକ୍ ଫେମ୍ ଲୋକପ୍ରିୟ ହଲିଉଡ୍ ଅଭିନେତ୍ରୀ କେଟ୍ ୱିନ୍ସଲେଟ୍ ଏହା କହିଛନ୍ତି । ଫିଲ୍ମ ଇଣ୍ଡଷ୍ଟ୍ରିର ଅସୁରକ୍ଷା ଭାବନା ଉପରେ ସେ ଖୋଲା କଥା ହୋଇଛନ୍ତି । ଯୁବ କଳାକାରଙ୍କ ଉପରେ ସୌନ୍ଦର୍ଯ୍ୟ ମାନଦଣ୍ଡର ପ୍ରଭାବ କିଭଳି ପଡୁଛି ଅସ୍କାର ବିଜୟିନୀ କେଟ୍ ୱିନ୍ସଲେଟ୍ ସେ ବିଷୟରେ ନିଜ ରାୟ ଦେଇଛନ୍ତି ।
ଏକ ଗଣମାଧ୍ୟମ ସହ ବର୍ତ୍ତାଳାପରେ ଯୁବ କଳାକାରଙ୍କୁ ସମାଲୋଚନା କରି ସେ କହିଛନ୍ତି, ସେମାନେ ଇନ୍ଷ୍ଟାଗ୍ରାମ୍ ଲାଇକ୍ ଓ ସର୍ବଦା ଭିନ୍ନ ଦିଶିବାର ଲାଳସାରେ ଫସିଯାଉଛନ୍ତି । ସେ କହିଛନ୍ତି, ଯଦି ଜଣେ ବ୍ୟକ୍ତିର ଆତ୍ମବିଶ୍ୱାସ କେବଳ ତା’ର ଶାରୀରିକ ଗଠନ ଉପରେ ନିହିତ, ତେବେ ତାହା ଭୟଙ୍କର ଓ ଅଜବ । ଯେତେବେଳେ ଅଭିନେତ୍ରୀମାନଙ୍କୁ ନିଜ ଇଚ୍ଛାରେ ପୋଷାକ ପିନ୍ଧିବା ଓ ନିଜ ଶରୀରକୁ ଆପଣାଉଥିବା ସେ ଦେଖନ୍ତି, ତାଙ୍କୁ ଲାଗେ ଯେ ସ୍ଥିତିରେ ସୁଧାର ହେଉଛି । କିନ୍ତୁ ଅନ୍ୟପକ୍ଷେ, ଅନେକ ଓଜନ-ହ୍ରାସ ଔଷଧ ଉପରେ ନିର୍ଭରଶୀଳ, ଯାହା ଅତି ଭୟାନକ । ପ୍ଲାଷ୍ଟିକ୍ ସର୍ଜରିର କ୍ରେଜ୍ କେବଳ କଳାକାରଙ୍କ ମଧ୍ୟରେ ସୀମିତ ନୁହେଁ । ଅନେକ ମହିଳା ଯୁବା ଦିଶିବା ପାଇଁ ବୋଟକ୍ସ ଓ ଲିପ୍ ଫିଲର୍ସରେ ଟଙ୍କା ଉଡ଼ାଉଛନ୍ତି ।