କଟ୍ରିନା କାହାକୁ କହିଲେ, ମୋର ଅପେକ୍ଷା କର…ମୋତେ ପଛରେ ଛାଡି ଯାଅ ନାହିଁ

ମୁମ୍ବାଇ୧୩/୨: ବଲିଉଡ୍ରେ ଦୀପିକା ପାଦୁକୋନ୍, ସୋନମ କପୁର ଓ ପ୍ରିୟଙ୍କା ଚୋପ୍ରା ବିବାହ ବନ୍ଧନରେ ବାନ୍ଧି ହୋଇସାରିଛନ୍ତି। ଏହି ଅଭିନେତ୍ରୀଙ୍କ ବିବାହ ସେମାନଙ୍କ ପ୍ରଶଂସକଙ୍କ ପାଇଁ ବେଶ୍ ଖୁସି ଆଣି ଦେଇଥିଲା। ବର୍ତ୍ତମାନ ଅପେକ୍ଷାରେ ଆଲିଆ ଓ କଟ୍ରିନାଙ୍କ ବିହାଘର।

ମାତ୍ର ଆଲିଆ ଏବେ ବିବାହ କରିବେ ନାହିଁ ବୋଲି ମନା କରି ଦେଇଛନ୍ତି। ନିକଟରେ ହୋଇଥିବା ଫିଲ୍ମଫେୟାରର ଏକ ସାକ୍ଷାତକାରରେ କଟ୍ରିନା କୈଫ୍ଙ୍କୁ ବିବାହ ବିଷୟରେ ପଚରା ଯାଇଥିଲା। ଏହାର ଉତ୍ତର ସେ ଏକ ଭିନ୍ନ ଢ଼ଙ୍ଗରେ ଦେଇଥିଲେ, ଯାହାକୁ ଶୁଣିଲେ କଟ୍ରିନାଙ୍କ ପ୍ରଶଂସକ କ’ଣ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ।

କଟ୍ରିନା କୈଫ୍ଙ୍କୁ ବିବାହ ବିଷୟରେ ପଚରା ଯିବାରୁ ସେ କହିଥିଲେ, ଆଜିକାଲି ସମସ୍ତେ ବିବାହ ବନ୍ଧନରେ ଆବଦ୍ଧ ହେଉଛନ୍ତି। ତାଙ୍କୁ ଲାଗୁଛି କି ବିବାହ ମାମଲାରେ ସେ ସବୁଠାରୁ ପଛରେ ଅଛନ୍ତି। ସେଥିପାଇଁ କଟ୍ରିନା କହୁଛନ୍ତି, ମୋର ଅପେକ୍ଷା କର… ମୋତେ ପଛରେ ଛାଡି ଯାଅ ନାହିଁ।