ନୂଆଦିଲ୍ଲୀ, ୧୨/୨ : ଆଇପିଏଲ ପୂର୍ବରୁ ବିବାଦରେ ଫସିଲେ ସନରାଇଜର୍ସ ହାଇଦ୍ରାବାଦର ମାଲିକାଣୀ କାବ୍ୟା । ସୋସିଆଲ ମିଡିଆରେ ହେଉଛନ୍ତି ଟ୍ରୋଲ । ଏମିତିକି ଏସଆରଏଚ ଟିମକୁ ବୟକଟ କରିବାକୁ ମଧ୍ୟ ଦାବି ଉଠାଉଛନ୍ତି ୟୁଜର୍ସ । ତେବେ ଏହା ଫଛରେ ରହିଛନ୍ତି ପାକିସ୍ତାନୀ କ୍ରିକେଟର । ଦି ହଣ୍ଡେ୍ରଡ ପାଇଁ ପାକିସ୍ତାନୀ କ୍ରିକେଟର ଅବରାର ଅହମ୍ମଦଙ୍କୁ କିଣିଛନ୍ତି କାବ୍ୟା । ନିଜ ଟିମରେ ସେ ସାମିଲ କରିବା ପରେ ଏବେ ଭାରତରେ ତାଙ୍କୁ ବିରୋଧ କରାଯାଉଛି । ଲଣ୍ଡନରେ ଚାଳିଥିବା ନିଲାମୀରେ ସେ ତାଙ୍କୁ ଦଳରେ ସାମିଲ କରିଛନ୍ତି ।
Finally, a Pakistani player has been picked by an Indian-owned franchise!
— Pavilion Post (@CricinsightsX) March 12, 2026
Sunrisers Leeds, led by owner Kavya Maran, saw Daniel Vettori express interest in mystery spinner Abrar Ahmed.
The franchise eventually won the bidding war against Trent Rockets, securing him for £190,000 https://t.co/o5SN3Q95MQ pic.twitter.com/gpgJFcuQmg
କାବ୍ୟା ୨ କୋଟି ୩୪ ଲକ୍ଷରୁ ଅଧିକ ଟଙ୍କାରେ ପାକିସ୍ତାନୀ ସ୍ପିନରଙ୍କୁ ସନରାଇଜର୍ସ ଲିଡ୍ସରେ ସାମିଲ କରିଛନ୍ତି । ମୁମ୍ବାଇ ଆକ୍ରମଣ ପରଠାରୁ ଆଇପିଏଲରେ ପାକିସ୍ତାନୀ କ୍ରିକେଟରଙ୍କୁ ଖେଳିବାର ସୁଯୋଗ ମିଳିନାହିଁ । ଏପରିକି ଉଭୟ ଦେଶ ମଧ୍ୟରେ ଦ୍ବିପାକ୍ଷିକ ସିରିଜ ମଧ୍ୟ ଖେଳାଯାଉନାହିଁ । କିନ୍ତୁ ଏପରିକି ସମୟରେ କାବ୍ୟା ଅବରାରଙ୍କୁ ନିଜ ଦଳରେ ସାମିଲ କରିବା ପରେ ତାଙ୍କୁ ଟ୍ରୋଲ କରାଯାଉଛି । ଏହାସହ ଅବରାରଙ୍କୁ ଦଳରୁ ରିଲିଜ୍ କରନ୍ତୁ ନହେଲେ ଆଇପିଏଲରେ ହାଇଦ୍ରାବାଦକୁ ସମର୍ଥନ ଜଣାଇବେ ନାହିଁ ବୋଲି ମଧ୍ୟ ଫ୍ୟାନ୍ସମାନେ ଦାବି କରିଛନ୍ତି । କାରଣ ପୂର୍ବରୁ ଭାରତୀୟ ଓ୍ବିଙ୍ଗ କମାଣ୍ଡର ଅଭିନନ୍ଦନଙ୍କୁ ପରିହାସ କରିଥିଲେ ଅବରାର । ଏହାସହ ଭାରତ ମ୍ୟାଚ ସମୟରେ ସେ ଖେଳାଳିଙ୍କୁ ମଧ୍ୟ ସମାଲୋଚନା କରିଥାନ୍ତି । ଏଣୁ ତାଙ୍କୁ ଦଳରେ ସୁଯୋଗ ଦେବା ପରେ ଫ୍ୟାନ୍ସଙ୍କ ସମାଲୋଚନାର ଶିକାର ହୋଇଛନ୍ତି ।
କେତେ ଟଙ୍କାର ମାଲିକାଣୀ କାବ୍ୟା ?
କାବ୍ୟା ସନରାଇଜର୍ସ ହାଇଦ୍ରାବାଦ ଆଇପିଏଲ ଟିମର ମାଲିକାଣୀ ହେବା ସହ ସନ୍ ଗ୍ରୁପର ମାଲିକ କଳାନିଧିଙ୍କ ଝିଅ । କାବ୍ୟାଙ୍କ ନିଜସ୍ବ ନେଟଓ୍ବର୍ଥ ୪୦୦ କୋଟିରୁ ଅଧିକ । ଏହାସହ ତାଙ୍କ ବାପାଙ୍କ ସମୁଦାୟ ସମ୍ପତ୍ତି ୨୫ ହଜାର କୋଟିରୁ ଅଧିକ । ତାଙ୍କ ବାପାଙ୍କ ଦରମା ୯୦ କୋଟିରୁ ଅଧିକ । ଏହାସହ କାବ୍ୟାଙ୍କ ଦରମା ୧ କୋଟି ଟଙ୍କା । ଏହାସହ ସେ ଚେନ୍ନାଇରେ ରହୁଥିବା ଘରର ମୂଲ୍ୟ ୧୦୦ କୋଟିରୁ ଅଧିକ ଟଙ୍କା ହେବ । କେବଳ ଏତିକି ନୁହେଁ ଅନେକ ବିଳାସପୂର୍ଣ୍ଣ କାର ମଧ୍ୟ ତାଙ୍କର ରହିଛି ।
ଏହାସହ ପଢ଼ନ୍ତୁ : ପାକିସ୍ତାନୀ କ୍ରିକେଟର ଅବରାର ଅହମ୍ମଦଙ୍କୁ ଦଳରେ ସାମିଲ୍ କାବ୍ୟା