ନୂଆଦିଲ୍ଲୀ, ୧୨/୩ : ଚଳିତ ମାସ ୨୮ ତାରିଖରୁ ଆରମ୍ଭ ହେବାକୁ ଯାଉଛି ଆଇପିଏଲ । ପ୍ରଥମ ୧୫ ଦିନ ପାଇଁ ମ୍ୟାଚ୍ ସୂଚୀ ଘୋଷଣା ହୋଇସାରିଛି । ଦଳମାନେ ନିଜ ଖେଳାଳିଙ୍କୁ ନେଇ ଅଭ୍ୟାସ ଆରମ୍ଭ କରିଦେଲେଣି । ତେବେ ସନରାଇଜର୍ସ ହାଇଦ୍ରାବାଦର ମାଲିକାଣି କାବ୍ୟା ଲଣ୍ଡନରେ ଚାଲିଥିବା ନିଲାମୀରେ ପାକିସ୍ତାନୀ କ୍ରିକେଟର ଅବରାର ଅହମ୍ମଦଙ୍କୁ ଦଳରେ ସାମିଲ୍ କରିଛନ୍ତି । ଦ ହଣ୍ଡେଣ୍ଡ ୨୦୨୬ ଟୁର୍ଣ୍ଣାମେଣ୍ଟ ପାଇଁ ଚାଲିଥିବା ନିଲାମୀରେ ପାକିସ୍ତାନୀ ସ୍ପିନରଙ୍କୁ କିଣିଛନ୍ତି ।

 

କାବ୍ୟା ଅବରାରଙ୍କୁ ୨ କୋଟି ୩୪ ଲକ୍ଷ ଟଙ୍କାରେ ଦଳରେ ସାମିଲ କରିଛନ୍ତି । ଅବରାରଙ୍କୁ କିଣିବା ପାଇଁ ପ୍ରଥମରୁ ନିଲାମୀ ଡାକିଥିଲେ । ଆଉ ଶେଷରେ ସେ ନିଜ ଦଳ ସନରାଇଜର୍ସ ଲିଡ୍ସରେ ତାଙ୍କୁ ସାମିଲ୍ କରିଛନ୍ତି । ମୁଖ୍ୟ ପ୍ରଶିକ୍ଷକ ଡାନିଏଲ ଭିଟୋରୀଙ୍କ ପରାମର୍ଶରେ ସେ ତାଙ୍କୁ ଦଳରେ ସାମିଲ କରିଛନ୍ତି । କିନ୍ତୁ ପାକିସ୍ତାନୀ କ୍ରିକେଟରଙ୍କୁ ସେ କିଣିଥିବାବେଳେ ଏହାକୁ ନେଇ ଚର୍ଚ୍ଚା ଆରମ୍ଭ ହେଲାଣି । ପାକିସ୍ତାନୀ କ୍ରିକେଟରଙ୍କୁ ନିଜ ଦଳରେ ସାମିଲ କରିଥିବାବେଳେ ଏହାକୁ ନେଇ ବିବାଦ ମଧ୍ୟ ସୃଷ୍ଟି ହୋଇପାରେ ।

ଗତ ଟି-୨୦ ବିଶ୍ବକପରେ ଅବରାରଙ୍କ ପ୍ରଦର୍ଶନ ନୈରାଶ୍ୟଜନକ ଥିଲା । ସେ ୪ ମ୍ୟାଚରେ ୬ଟି ଓ୍ବିକେଟ ଅକ୍ତିଆର କରିବାରେ ସକ୍ଷମ ହୋଇଥିଲେ । ଏହାସହ ତାଙ୍କ ରନହାର ବହୁତ ଖରାପ ରହିଥିଲା । ଭାରତ ବିପକ୍ଷରେ ସେ ୩୮ ରନ୍ ବ୍ୟୟ କରିଥିଲେ । ଏହାସହ ଗୋଟିଏ ବି ଓ୍ବିଟେ ନେଇପାରିନଥିଲେ । କିନ୍ତୁ କାବ୍ୟା ତାଙ୍କ ଉପରେ ଏତେ ଟଙ୍କା ନିବେଶ କରିବାକୁ ନେଇ ଭାରତରେ ସମାଲୋଚନା ମଧ୍ୟ ଆରମ୍ଭ ହେଲାଣି ।

ଏହାସହ ପଢ଼ନ୍ତୁ : ୮ ବର୍ଷ ପୁରୁଣା ଅଡିଓ ଭାଇରାଲ ପରେ ମୁହଁ ଖୋଲିଲେ ରଶ୍ମିକା