PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ନୋବେଲ ଶାନ୍ତି ପୁରସ୍କାର ଘୋଷଣା: ମାନବାଧିକାର ପ୍ରବକ୍ତା ଆଲେସ୍ ବାଲିଆସ୍କି ସହ ଦୁଇଟି ସଂଗଠନକୁ ମିଳିବ ପୁରସ୍କାର
  • ||
  • ଭୁବନେଶ୍ଵର : ଓଡ଼ିଶା ଲଳିତ କଳା ଏକାଡେମୀ ଉପସଭାପତି ତଥା ବିଶିଷ୍ଟ ଶିଳ୍ପୀ ଶ୍ରୀନିବାସ ପଢ଼ିଆରୀଙ୍କ ପରଲୋକ
  • ||
  • ମୁରିବାହାଲ : ଭିଜିଲାନ୍ସ ଜାଲରେ ମୁରିବାହାଲ ବ୍ଲକ APO ସୁଶାନ୍ତ କୁମାର ଦାସ, ୪୫ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡ଼ିଲେ
  • ||
  • ବାଙ୍ଗିରିପୋଷି : ଶୌଚ ହେବାକୁ ଯାଇଥିବା ବେଳେ ଆକ୍ରମଣ କଲା ଦନ୍ତା, ଯୁବକ ମୃତ
  • ||
  • ଭୁବନେଶ୍ୱର : ପୁଣି ଘୂର୍ଣ୍ଣିବଳୟ ସମ୍ଭାବନା, ୨୫ ପୂର୍ବରୁ ଓଡ଼ିଶା ଛାଡ଼ିବନି ମୌସୁମୀ
  • ||
  • ଭଦ୍ରକ : ନଭେମ୍ୱର ୩ରେ ଧାମନଗର ଉପନିର୍ବାଚନ, ଆଜିଠୁ ନାମାଙ୍କନ ପତ୍ର ଦାଖଲ
  • ||
  • ତେଲକୋଇ : ଶୁଝି ପାରିଲେନି କିସ୍ତି, ଆତ୍ମହତ୍ୟା କଲେ ଅସହାୟ ଟ୍ରକ ମାଲିକ
  • ||
  • ମୋହନା : ଜଙ୍ଗଲରୁ ବିପୁଳ ପରିମାଣର କାଠ ଗଣ୍ଡି ଜବତ
  • ||
  • ଭୁବନେଶ୍ଵର : ରାଜ୍ୟରେ ଉପର ତଳ ହେଉଛି କରୋନା ଗ୍ରାଫ୍, ୨୪ ଘଣ୍ଟା ମଧ୍ୟରେ ୬୩ ପଜିଟିଭ୍ ଚିହ୍ନଟ
  • ||

କାଉଡିଆଙ୍କ ପାଇଁ ଅତି ଦରକାରୀ ଏହି ମୋବାଇଲ୍ ଆପ୍: ରାସ୍ତା ଦେଖାଇବ, ମନ୍ଦିର ଓ ମେଡିକାଲ୍ ସମ୍ପର୍କରେ ସୂଚନା ଦେବ

ନୁଆଦିଲ୍ଲୀ ୨୪/୭: ଶ୍ରାବଣ ମାସରେ କାଉଡିଆଙ୍କ ସୁବିଧା ପାଇଁ ଓ ସେମାନଙ୍କୁ ଗାଇଡ୍ କରିବା ପାଇଁ  ‘Kawad Yatra Management’ ଆପ୍ ଲଞ୍ଚ କରାଯାଇଛି । ଏହି ଆପ୍ ମାଧ୍ୟମରେ କାଉଡିଆଙ୍କୁ ରାସ୍ତାରେ ପଡୁଥିବା ସବୁ ରୁଟ୍‌ସ, ମନ୍ଦିର, ହସ୍ପିଟାଲ, ଥାନା ଓ ଶିବିର ସମ୍ପର୍କରେ ସୂଚନା ମିଳିବ । ଏହାକୁ ଗୁଗଲ ପ୍ଲେ ଷ୍ଟୋରରୁ ଡାଉନଲୋଡ୍ କରାଯାଇପାରିବ । ମେରଠ ଡିଭିଜନର କମିଶନର ଅନିତା ସି ମେଶ୍ରାମ କହିଛନ୍ତି ଯେ ଆପରେ ତୀର୍ଥଯାତ୍ରୀଙ୍କ ନିକଟରେ କୌଣସି ବି କ୍ଯାମ୍ପ, ହସ୍ପିଟାଲ ଓ ପୋଲିସ ହେଲ୍ପଲାଇନ୍ ସହିତ ପାଣି, ଟୟଲେଟ୍ ସମ୍ପର୍କରେ ମଧ୍ଯ ସୂଚନା ମିଳିବ ।

ସେ ଆଗକୁ କହିଛନ୍ତି ଯେ ଏହା ଦ୍ୱାରା କେବଳ ହସ୍ପିଟାଲ ସମ୍ପର୍କରେ ନୁହେଁ ବରଂ ହସ୍ପିଟାଲରେ କେତେ ଡାକ୍ତର ଅଛନ୍ତି ସେ ସମ୍ପର୍କରେ ମଧ୍ଯ ସୂଚନା ମିଳିପାରିବ । ଏଥିପାଇଁ ସୁବିଧା ଅନୁସାରେ ଡାକ୍ତରଙ୍କୁ ସିଧା କଲ୍ ମଧ୍ୟ କରିହେବ । ପୋଲିସ ଓ ସିଭିଲ୍ ଅଧିକାରୀଙ୍କୁ ମଧ୍ୟ କାଉଡିଆ ଯାତ୍ରୀ ମ୍ୟାନେଜମଣ୍ଟ ଆପ୍ ଡାଉନଲୋଡ୍ କରିବା ପାଇଁ କୁହାଯାଇଛି । କାରଣ ଏହା କେବଳ ତୀର୍ଥଯାତ୍ରୀଙ୍କ ପାଇଁ ନୁହେଁ ବରଂ ଅଧିକାରୀଙ୍କ ପାଇଁ ମଧ୍ୟ ଜରୁରୀ । କାରଣ ସେମାନଙ୍କୁ ମଧ୍ୟ ସଠିକ୍ ଲୋକେସନ୍ ଜାଣିବା ଉଚିତ୍ ।