ପ୍ରମୂଖ ଖବର
  • ରଣଜୀ ଟ୍ରଫିର ଦ୍ୱିତୀୟ ଭାଗ: ଆଜିଠୁ ଗ୍ରାଉଣ୍ଡକୁ ଓହ୍ଲାଇବେ ରୋହିତ, ପନ୍ତ, ଗିଲ୍‌, ଜାଡ଼େଜା
  • ||
  • ଘନ କୁହୁଡ଼ିର ଚାଦର ତଳେ ଆଠଗଡ଼, ଯାତାୟତ ବାଧାପ୍ରାପ୍ତ
  • ||
  • କରଞ୍ଜିଆ : ଶିକାରୀଙ୍କୁ ଧରାଇ ଦେଲା ଏଆଇ କ୍ୟାମେରା, ୩ ଜଣଙ୍କୁ ଧରିଲା ସ୍ବତନ୍ତ୍ର ଏନଫୋର୍ସମେଣ୍ଟ୍ ଟିମ୍
  • ||
  • ରାଜ୍ୟରେ ରେକର୍ଡ ଭାଙ୍ଗିଲାଣି ତାତି: କୋରାପୁଟରେ ୩୩.୨ ଡିଗ୍ରୀ ପାର୍, ଆଗକୁ ରାତି ତାପମାତ୍ରା ୨ରୁ ୪ ଡିଗ୍ରୀ ବଢ଼ିବ
  • ||
  • ଭଦ୍ରକ : ଇଲେକ୍ଟ୍ରୋନିକ୍ସ ଦୋକାନରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ଲକ୍ଷାଧିକ ଟଙ୍କାର ସାମଗ୍ରୀ
  • ||

ମୁମ୍ବାଇ ଇଣ୍ଡିଆନ୍ସ କଲା ରିଟର୍ନ, ଖେଳାଳୀଙ୍କ ବିଷୟରେ କେବିସିରେ ପଚରାଗଲା ପ୍ରଶ୍ନ

Published By : Prameya | December 10, 2024 4:40 PM

ନୂଆଦିଲ୍ଲୀ, ୧୦/୧୨ :  କୋନ ବନେଗା କରୋଡ଼ପତି ଭାରତର ଏକ ଲୋକପ୍ରିୟ ଟିଭି ଶୋ ଅଟେ । ଯେଉଁଥିରେ କେତେକ ପ୍ରତିଯୋଗୀ ପ୍ରଶ୍ନର ଉତ୍ତର ଦେଇ କୋଟିପତି ହୋଇଯାଇଛନ୍ତି । କୋନ ବନେଗା କରୋଡ଼ପତି ୨୦୨୪ର ସଦ୍ୟ ଏପିସୋଡ କ୍ରିକେଟ ଫ୍ୟାନ୍ସଙ୍କ ମଧ୍ୟରେ ଚର୍ଚ୍ଚାର ବିଷୟ ପାଲଟିଛି । ଯେଉଁଥିରେ ଉକ୍ତ କ୍ରିକେଟରଙ୍କ ବିଷୟରେ ପ୍ରଶ୍ନ ପଚାରଗଲା ଯେଭଳି ଆଇପିଏଲ୍ ୨୦୨୫ ଲାଗି ମୁମ୍ବାଇ ଇଣ୍ଡିଆନ୍ସ ରିଟର୍ନ କରିଛନ୍ତି । ସେ ଆଉ କେହି ନୁହେଁ ବରଂ ତିଲକ ବର୍ମା ଅଟନ୍ତି । ତିଲକ ବର୍ମାଙ୍କ ସହ ଯୋଡ଼ି ହୋଇଥିବା ପ୍ରଶ୍ନ ଅମିତାଭ ବଚ୍ଚନ ନିଜ ପ୍ରତିଯୋଗୀଙ୍କୁ ପଚାରିଥିଲେ ଯାହା ୩.୨୦ଲକ୍ଷ ଟଙ୍କାର ଥିଲା ।

କୋନ ବନେଗା କରୋଡ଼ପତି ୨୦୨୪ର ସଦ୍ୟ ଏପିସୋଡ଼ରେ କ୍ରିକେଟ ଏବଂ ଜ୍ଞାନର ମେଳା ଦେଖିବାକୁ ମିଳିଥିଲା । ଯାହାକି ହୋଷ୍ଟ ଅମିତାଭ ବଚ୍ଚନ ନଭେମ୍ବର ୨୦୨୪ରେ ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯାଇଥିବା ଟି-୨୦ସିରିଜ ସହ ଯୋଡ଼ି ହୋଇଥିବା ପ୍ରଶ୍ନ ପଚାରିଛନ୍ତି । ପ୍ରଶ୍ନ ୩.୨୦ଲକ୍ଷର ଥିଲା ଏବଂ ଏହାର ସଠିକ୍ ଉତ୍ତର ଦେଇ ପ୍ରତିଯୋଗି ଜଣଙ୍କ ଲକ୍ଷାଧିକ ଟଙ୍କା ପାଇଛନ୍ତି ।

ପ୍ରଶ୍ନ ଥିଲା କି, ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯାଇଥିବା ୪ମ୍ୟାଚର ଟି-୨୦ ଅନ୍ତର୍ଜାତୀୟ ସିରିଜରେ କେଉଁ ଖେଳାଳୀ ବାରମ୍ବାର ଦୁଇ ଶତକ ଯୋଡ଼ିବାରେ ସଫଳ ରହିଛନ୍ତି ? ଏହାର ଚାରି ବିକଳ୍ପ ଥିଲା- ରୋହିତ ଶର୍ମା, ଶୁଭମନ ଗିଲ, ତିଲକ ବର୍ମା ଏବଂ ଅଭିଷେକ ଶର୍ମା । ସଠିକ୍ ଉତ୍ତର ଥିଲା ତିଲକ ବର୍ମା । 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.