PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ନୂଆଦିଲ୍ଲୀ : ଭଗବାନ ଚିତ୍ରଗୁପ୍ତଙ୍କ ଚରିତ୍ରକୁ ମଜାଳିଆ ଢଙ୍ଗରେ ଚିତ୍ରଣ କରିବାକୁ ନେଇ ଅଭିନେତା ଅଜୟ ଦେବଗନଙ୍କ ସମେତ କେତେକଙ୍କ ନାଁରେ ଏତଲା
  • ||
  • ଖୋର୍ଦ୍ଧା : ଆୟକର ଅଧିକାରୀ ସୁମନ ସୁନ୍ଦର ସାହୁଙ୍କ ବାସଭବନରେ ସିବିଆଇ ରେଡ୍, ଖୋର୍ଦ୍ଧାର ଶାନ୍ତି ଜୁଏଲର୍ସ ମାଲିକଙ୍କ ଠାରୁ ନେଉଥିଲେ ସୁନା ଓ ଟଙ୍କା
  • ||
  • ସମ୍ବଲପୁର : ବରଗଡ଼ ଜିଲ୍ଲା ଅମ୍ବାଭୋନା ବ୍ଲକର ଗୋବିନ୍ଦପୁରକୁ ପ୍ରଥମ ‘ପକ୍ଷୀଗ୍ରାମ’ ମାନ୍ୟତା, ଯୋଜନାରେ ସାମିଲ ହେବେ ୩ ଗାଁ
  • ||
  • ଭୁବନେଶ୍ବର : ବରମୁଣ୍ଡା ବସ ଷ୍ଟାଣ୍ଡରୁ ୫୦କେଜି ଗଞ୍ଜେଇ ଜବତ, ୪ ଗଞ୍ଜେଇ ଚୋରା ଚାଲାଣକାରୀ ଗିରଫ
  • ||
  • ଭୁବନେଶ୍ୱର : ହସ୍ପିଟାଲରୁ ଡିସଚାର୍ଜ ହେଲେ ଓଲିଉଡ ଷ୍ଟାର ବାବୁସାନ ମହାନ୍ତି, ଗତ କିଛି ଦିନ ହେବ ଅସୁସ୍ଥ ହୋଇ ଭୁବନେଶ୍ୱରର ଘରୋଇ ମେଡିକାଲରେ ହେଉଥିଲେ ଚିକିତ୍ସିତ
  • ||
  • କଟକ : କଟକ ପାରାଦୀପ ରାସ୍ତା ସୋମପୁର ବଜାର ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ଗ୍ୟାରେଜ ଉପରେ ମାଡିଗଲା ଟ୍ରକ
  • ||
  • ଯାଜପୁର : କୁଆଖିଆ ଥାନା ଅନ୍ତର୍ଗତ ବସଷ୍ଟାଣ୍ଡ ନିକଟରେ ଯାଜପୁର ଅବକାରୀ ବିଭାଗ ଚଢ଼ାଉ, ୮୦ ଗ୍ରାମ ବ୍ରାଉନସୁଗାର ଜବତ
  • ||

ହଠାତ୍ ଧନ ଲାଭ ପାଇଁ ଘରେ ରଖନ୍ତୁ ଏହି ଜିନିଷ, ବଦଳିଯିବ ଆପଣଙ୍କ ଭାଗ୍ୟ

ନୂଆଦିଲ୍ଲୀ ୧୩/୦୮: ଫେଙ୍ଗ୍ ଶୁଇ ମଧ୍ୟ ବାସ୍ତୁ ଶାସ୍ତ୍ର ପରି ଜୀବନରେ ସକରାତ୍ମକ ପରିବର୍ତ୍ତନ ଆଣିଥାଏ। ବିଶ୍ୱାସ କରାଯାଏ ଫେଙ୍ଗ୍ ଶୁଇର ଜିନିଷକୁ ଘରେ ରଖିବା ଦ୍ୱାରା ଜୀବନରେ ସୁଖ, ସମୃଦ୍ଧି ଆସିଥାଏ। ଅନେକ ଥର ଜଣେ ବ୍ୟକ୍ତି କଠିନ ପରିଶ୍ରମ ପରେ ମଧ୍ୟ ନିଜ ପରିଶ୍ରମ ଅନୁଯାୟୀ ଫଳ ପାଏ ନାହିଁ । ତେଣୁ ଫେଙ୍ଗ୍ ଶୁଇରେ ଏପରି କିଛି କଥା କୁହାଯାଇଛି, ଯାହାକୁ ଘରେ ରଖିବା ଦ୍ୱାରା ମା’ ଲକ୍ଷ୍ମୀଙ୍କ ବାସ ହୋଇଥାଏ । ଆସନ୍ତୁ ଜାଣିବା ସେହି ଜିନିଷଗୁଡ଼ିକ ବିଷୟରେ-

ON SALE Large Lucky Three Legged Toad Feng Shui Frog three - Etsy India

ତିନି ଗୋଡ଼ିଆ ବେଙ୍ଗ-

ଘରେ ତିନି ଗୋଡ଼ିଆ ବେଙ୍ଗ ରଖିବା ଅତ୍ୟନ୍ତ ଶୁଭ ହୋଇଥାଏ। ତିନି ଗୋଡ଼ିଆ ବେଙ୍ଗକୁ ଘରେ ରଖନ୍ତୁ ଯାହା ମୁହଁରେ ମୁଦ୍ରା ଥିବ। ଏହି ବେଙ୍ଗକୁ ଘରର ମେନଗେଟ୍ ନିକଟରେ କିମ୍ବା ଆଲମାରୀରେ ପାଖରେ ରଖନ୍ତୁ। ଏହା କରିବା ଦ୍ୱାରା ଆର୍ଥିକ ସମସ୍ୟା ଦୂର ହୋଇଥାଏ।

Do you know which side should Laughing Buddha face? - OrissaPOST

ଲାଫିଙ୍ଗ ବୁଦ୍ଧ-

ଫେଙ୍ଗ୍ ଶୁଇରେ ଲାଫିଙ୍ଗ ବୁଦ୍ଧଙ୍କର ମଧ୍ୟ ଏକ ବିଶେଷ ସ୍ଥାନ ରହିଛି। କୁହାଯାଏ ଲାଫିଙ୍ଗ ବୁଦ୍ଧଙ୍କୁ ଘରେ ରଖିବା ଦ୍ୱାରା ସୁଖୃ-ସମୃଦ୍ଧି ଆସିଥାଏ। ଏହା ଦୁଃଖ ଏବଂ ଚାପରୁ ମଧ୍ୟ ମୁକ୍ତି ଦେଇଥାଏ।

Hanging Crystals in Windows for Positive Feng Shui Energy | LoveToKnow

କ୍ରିଷ୍ଟାଲ୍-

ଫେଙ୍ଗ୍ ଶୁଇ ଅନୁଯାୟୀ, ଘରର ଉତ୍ତର-ପୂର୍ବ ଦିଗ ବା ଐଶାନ୍ୟ କୋଣରେ କ୍ରିଷ୍ଟାଲ୍ ରଖିବା ଦ୍ୱାର ସକରାତ୍ମକ ଶକ୍ତି ରହିଥାଏ। ଅଫିସ୍‌ରେ ଧଳା ରଙ୍ଗର କ୍ରିଷ୍ଟାଲ୍ ଉତ୍ତର-ପଶ୍ଚିମ ଦିଗରେ ରଖିବା ଉଚିତ୍।

Vastu tips: Installing feng shui coins in house will free you from debts |  Astrology News – India TV

ତିନୋଟି ଚାଇନିଜ୍ ମୁଦ୍ରା-

ତିନୋଟି ଚାଇନିଜ୍ ମୁଦ୍ରା ଘରେ ସୁଖ-ଶାନ୍ତି ଆଣିଥାଏ। ଏହି ମୁଦ୍ରାଗୁଡ଼ିକୁ ନାଲି ସୂତା କିମ୍ବା ରିବନରେ ବାନ୍ଧି ରଖିବା ଦ୍ୱାରା ଘରେ ସମୃଦ୍ଧି ଆସିଥାଏ।

Tortoise on Plate for Vastu — BrahmatellsStore

କଇଁଛ-

ଫେଙ୍ଗ୍ ଶୁଇରେ କଇଁଛ ବହୁତ ଶୁଭ ବୋଲି ବିବେଚନା କରାଯାଏ। ହିନ୍ଦୁ ଧର୍ମରେ କଇଁଛ ଦେବୀ ଲକ୍ଷ୍ମୀଙ୍କ ପ୍ରତୀକ ଭାବରେ ବିବେଚନା କରାଯାଏ। ଏହାକୁ ଘର କିମ୍ବା ଅଫିସରେ ଉତ୍ତର ଦିଗରେ ରଖିବା ଉଚିତ୍। କୁହାଯାଏ ଏହା କରିବା ଦ୍ୱାରା ଜୀବନରେ ପ୍ରଗତି ଏବଂ ସଫଳତା ମିଳିଥାଏ।