PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ନୂଆଦିଲ୍ଲୀ : ଭଗବାନ ଚିତ୍ରଗୁପ୍ତଙ୍କ ଚରିତ୍ରକୁ ମଜାଳିଆ ଢଙ୍ଗରେ ଚିତ୍ରଣ କରିବାକୁ ନେଇ ଅଭିନେତା ଅଜୟ ଦେବଗନଙ୍କ ସମେତ କେତେକଙ୍କ ନାଁରେ ଏତଲା
  • ||
  • ଖୋର୍ଦ୍ଧା : ଆୟକର ଅଧିକାରୀ ସୁମନ ସୁନ୍ଦର ସାହୁଙ୍କ ବାସଭବନରେ ସିବିଆଇ ରେଡ୍, ଖୋର୍ଦ୍ଧାର ଶାନ୍ତି ଜୁଏଲର୍ସ ମାଲିକଙ୍କ ଠାରୁ ନେଉଥିଲେ ସୁନା ଓ ଟଙ୍କା
  • ||
  • ସମ୍ବଲପୁର : ବରଗଡ଼ ଜିଲ୍ଲା ଅମ୍ବାଭୋନା ବ୍ଲକର ଗୋବିନ୍ଦପୁରକୁ ପ୍ରଥମ ‘ପକ୍ଷୀଗ୍ରାମ’ ମାନ୍ୟତା, ଯୋଜନାରେ ସାମିଲ ହେବେ ୩ ଗାଁ
  • ||
  • ଭୁବନେଶ୍ବର : ବରମୁଣ୍ଡା ବସ ଷ୍ଟାଣ୍ଡରୁ ୫୦କେଜି ଗଞ୍ଜେଇ ଜବତ, ୪ ଗଞ୍ଜେଇ ଚୋରା ଚାଲାଣକାରୀ ଗିରଫ
  • ||
  • ଭୁବନେଶ୍ୱର : ହସ୍ପିଟାଲରୁ ଡିସଚାର୍ଜ ହେଲେ ଓଲିଉଡ ଷ୍ଟାର ବାବୁସାନ ମହାନ୍ତି, ଗତ କିଛି ଦିନ ହେବ ଅସୁସ୍ଥ ହୋଇ ଭୁବନେଶ୍ୱରର ଘରୋଇ ମେଡିକାଲରେ ହେଉଥିଲେ ଚିକିତ୍ସିତ
  • ||
  • କଟକ : କଟକ ପାରାଦୀପ ରାସ୍ତା ସୋମପୁର ବଜାର ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ଗ୍ୟାରେଜ ଉପରେ ମାଡିଗଲା ଟ୍ରକ
  • ||
  • ଯାଜପୁର : କୁଆଖିଆ ଥାନା ଅନ୍ତର୍ଗତ ବସଷ୍ଟାଣ୍ଡ ନିକଟରେ ଯାଜପୁର ଅବକାରୀ ବିଭାଗ ଚଢ଼ାଉ, ୮୦ ଗ୍ରାମ ବ୍ରାଉନସୁଗାର ଜବତ
  • ||

ପୁଣି କେଜରିଓ୍ବାଲଙ୍କ ମାଗଣା ସ୍କିମ୍‌ ପ୍ରତିଶ୍ରୁତି, ସରକାରକୁ ଆସିଲେ ଛାତ୍ରଛାତ୍ରୀଙ୍କୁ ଦେବୁ ସମ୍ପୂର୍ଣ୍ଣ ମାଗଣା ଏବଂ ଗୁଣାତ୍ମକ ଶିକ୍ଷା

ଅହମଦାବାଦ ୧୬/ ୦୮: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲଙ୍କ ପୁଣି ଫ୍ରି ସ୍କିମ୍‌ ପ୍ରତିଶ୍ରୁତି । ମାଗଣା ସ୍କିମ୍‌କୁ ନେଇ କେଜରିଓ୍ବାଲଙ୍କୁ ବାରମ୍ବାର ଟାର୍ଗେଟ୍‌ କରୁଛନ୍ତି କେନ୍ଦ୍ର ସରକାର । ଅନ୍ୟପଟେ ଗୋଟିଏ ପରେ ଗୋଟିଏ ଘୋଷଣା କରିବାରେ ଲାଗିପଡିଛନ୍ତି ଦିଲ୍ଲୀ ସିଏମ୍‌ । ଏବେ କିନ୍ତୁ ଦିଲ୍ଲୀ ପାଇଁ ନୁହେଁ ଗୁଜରାଟରେ ମାଗଣା ଯୋଜନା ଘୋଷଣା କରିଛନ୍ତି । ଆଉ କିଛି ଦିନ ପରେ ଗୁଜରାଟରେ ବିଧାନସଭା ନିର୍ବାଚନ । ଏହା ପୂର୍ବରୁ ମଙ୍ଗଳବାର କେଜରିଓ୍ବାଲ କହିଛନ୍ତି, ‘ରାଜ୍ୟର ସମସ୍ତ ସରକାରୀ ସ୍କୁଲରେ ଛାତ୍ରଛାତ୍ରୀଙ୍କୁ ସମ୍ପୂର୍ଣ୍ଣ ମାଗଣା ଏବଂ ଗୁଣାତ୍ମକ ଶିକ୍ଷା ପ୍ରଦାନ କରାଯିବ’।

କେଜରିଓ୍ବାଲ କହିଛନ୍ତି, ‘ଗୁଜରାଟର ସମସ୍ତ ଛାତ୍ରଛାତ୍ରୀ ମାଗଣା ଏବଂ ଗୁଣାତ୍ମକ ଶିକ୍ଷା ପାଇବେ । ଆମେ ସେମାନଙ୍କୁ ମାଗଣାରେ ସବୁଠାରୁ ଉତ୍କୃଷ୍ଟ ଶିକ୍ଷା ପ୍ରଦାନ କରିବୁ । କୁଚ ଜିଲ୍ଲାରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦେଇ ଏଭଳି କହିଛନ୍ତି ଆମ୍‌ ଆଦମୀ ପାର୍ଟି ସଂଯୋଜକ ଅରବିନ୍ଦ କେଜରିଓ୍ବାଲ ।

କେବଳ ସେତିକି ନୁହେଁ ଆପ୍‌ ସଂଯୋଜକ ଆହୁରି ମଧ୍ୟ କହିଛନ୍ତି, ‘ଯଦି ଗୁଜରାଟରେ ଆପ୍‌ ସରକାରକୁ ଆସେ ତେବେ ସମସ୍ତ ବେସରକାରୀ ସ୍କୁଲଗୁଡିକର ଅଡିଟ୍‌ କରାଯିବ ଅଭିଭାବକଙ୍କ ଠାରୁ ଯେଉଁ ଅଧିକ ଟଙ୍କା ଆଦାୟ କରାଯାଉଛି ସେଗୁଡିକୁ ଫେରାଇବାର ବ୍ୟବସ୍ଥା କରାଯିବ । ଏହା ସହିତ ସରକାରୀ ସ୍କୁଲରେ ଯେଉଁ ଶିକ୍ଷକ ଠିକା ମାଧ୍ୟମରେ ଶିକ୍ଷକତା କରୁଛନ୍ତି ସେମାନଙ୍କୁ ନିୟମିତ କରାଯିବ ଏବଂ ସେମାନଙ୍କୁ ଜବ୍‌ ସିକ୍ୟୁରିଟି ଅର୍ଥାତ ଚାକିରୀରେ ସ୍ଥାୟିତ୍ବ ପ୍ରଦାନ କରାଯିବ’।

କେଜରିଓ୍ବାଲ ଆହୁରି ମଧ୍ୟ କହିଛନ୍ତି, ‘ସରକାରୀ ସ୍କୁଲଗୁଡିକର ଭିତ୍ତିଭୂମି ସଜଡା ଯିବ । ଦିଲ୍ଲୀରେ କିଭଳି ଭାବେ ସ୍କୁଲଗୁଡିକୁ ରୂପାନ୍ତରଣ କରାଯାଇଛି ଆପଣ ମାନେ ଜାଣିଥିଲେ । ସେହିଭଳି ଭାବେ ଗୁଜରାଟରେ ମଧ୍ୟ ସ୍କୁଲଗୁଡିକର ରୂପାନ୍ତରଣ କାର୍ଯ୍ୟ କରାଯିବ । ଏହା ସହିତ ରାଜ୍ୟରେ ଅଧିକରୁ ଅଧିକ ମାତ୍ରାରେ ମଡେଲ ସ୍କୁଲ ପ୍ରତିଷ୍ଠା କରାଯିବ’।

ସମ୍ବନ୍ଧିତ ଖବର