ପ୍ରମୂଖ ଖବର
  • ଭଦ୍ରକ : ବିଦ୍ୟୁତ ଆଘାତରେ ମାମୁଁ -ଭଣଜା ମୃତ
  • ||
  • ବାଲେଶ୍ବର ଏଫଏମ କଲେଜ ପୀଡିତା ଛାତ୍ରୀଙ୍କ ମୃତ୍ୟୁ ଘଟଣା, ୟୁଜିସିର ଫ୍ୟାକ୍ଟ ଫାଇଣ୍ଡିଂ କମିଟି ଗଠନ
  • ||
  • ଆସନ୍ତାକାଲି ବାଲେଶ୍ବର ଜିଲ୍ଲା ବନ୍ଦ ଡାକରା ଦେଲା ବିଜେଡି, ସକାଳ ୬ଟାରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ବନ୍ଦ
  • ||
  • ସ୍ପେଶ ଡ୍ରାଗନ୍‌ର ସଫଳ ଅବତରଣ, ମହାକାଶରୁ ଫେରିଲେ ଶୁଭାଂଶୁ ଶୁକ୍ଳା ସମେତ ୪ ମହାକାଶଚାରୀ
  • ||
  • ଆସନ୍ତାକାଲି କେନ୍ଦ୍ର କ୍ୟାବିନେଟ୍ ବୈଠକ, ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିବ ଗୁରୁତ୍ବପୂର୍ଣ୍ଣ ବୈଠକ
  • ||
  • ୩ ମାସ ବଢ଼ିଲା ରାସନ କାର୍ଡ ଇ-କେୱାଇସି ଅବଧି, ସୂଚନା ଦେଲେ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର
  • ||
  • ନିରବୀ ଗଲା ସୌମ୍ୟାଶ୍ରୀଙ୍କ ସ୍ୱର, ଗାଁ ମଶାଣିରେ ପଞ୍ଚଭୂତରେ ଲୀନ ​ହୋଇଗଲା ପାର୍ଥିବ ଶରୀର
  • ||
  • ଏଫ୍‌ଏମ୍‌ କଲେଜ ଛାତ୍ରୀ ସୌମ୍ୟାଶ୍ରୀ ମୃତ୍ୟୁ ଘଟଣା, ଆସନ୍ତା ୧୭ରେ ଓଡ଼ିଶା ବନ୍ଦ ଡାକରା ଦେଲା କଂଗ୍ରେସ
  • ||
  • ସ୍ପେସ୍‌ ଷ୍ଟେସନରୁ ଫେରୁଛନ୍ତି ଶୁଭାଂଶ ଶୁକ୍ଳା, ଆଜି କାଲିଫର୍ଣ୍ଣିଆ ତଟରେ ଜଳାବତରଣ
  • ||
  • ବୌଦ୍ଧ: ଟ୍ରକକୁ ପଛରୁ ଧକ୍କା ଦେଲା ବୋଲବମ୍ ଯାତ୍ରୀଙ୍କୁ ନେଇ ଯାଉଥିବା ପିକଅପ ଭ୍ୟାନ,୫ ଗୁରୁତର
  • ||
  • ଏଫ୍‌ଏମ୍‌ ଛାତ୍ରୀ ସୌମ୍ୟାଶ୍ରୀଙ୍କ ମୃତ୍ୟକୁ ନେଇ ଶୋକବ୍ୟକ୍ତ କଲେ କେନ୍ଦ୍ରମନ୍ତ୍ରୀ ଏବଂ ଉପମୁଖ୍ୟମନ୍ତ୍ରୀ
  • ||
  • ସୃଷ୍ଟି ହେଲା ଅବପାତ: ଉତ୍ତର, ପଶ୍ଚିମରେ ଅତି ପ୍ରବଳ ବର୍ଷା ସମ୍ଭାବନା, ୫ ଜିଲ୍ଲାକୁ ସତର୍କ
  • ||

କେନ୍ଦ୍ର ସାହିତ୍ୟ ଏକାଡେମୀ ପକ୍ଷରୁ ଅନୁବାଦ ପୁରସ୍କାର ୨୦୨୪ ଘୋଷିତ: ଓଡ଼ିଶାରୁ ସମ୍ମାନିତ ହେବେ ପ୍ରମେୟ ଫିଚର୍‌ ସମ୍ପାଦକ ସୁଭାଷ ଶତପଥୀ

Published By : Soubhagya Ranjan | March 7, 2025 4:12 PM

ଭୁବନେଶ୍ବର,୦୭/୦୩: ମାର୍ଚ୍ଚ ସାତ ତାରିଖ ଦିନ ବିଭିନ୍ନ ଭାଷାର ୨୧ଟି ଅନୁବାଦ ପୁସ୍ତକ ପାଇଁ କେନ୍ଦ୍ର ସାହିତ୍ୟ ଏକାଡେମୀ ପକ୍ଷରୁ ମର୍ଯ୍ୟାଦାଜନକ ଅନୁବାଦ ପୁରସ୍କାର ୨୦୨୪ ଘୋଷଣା କରାଯାଇଛି। ସେମାନଙ୍କ ମଧ୍ୟରେ ଓଡ଼ିଶାରୁ ବିଶିଷ୍ଟ ଅନୁବାଦକ ତଥା ପ୍ରମେୟର ଫିଚର୍‌ ସମ୍ପାଦକ ସୁଭାଷ ଶତପଥୀ ରହିଛନ୍ତି। 

ମାର୍ଚ୍ଚ ସାତ ତାରିଖ ଦିନ ସାହିତ୍ୟ ଏକାଡେମୀର ସଭାପତି ମାଧବ କୌଶିକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକାଡେମୀ କାର୍ଯ୍ୟକାରୀ ସମିତି ବୈଠକରେ ଏହି ପୁରସ୍କାର ସମ୍ପର୍କରେ ନିଷ୍ପତ୍ତି ନିଆଯାଇଛି। ଅନୁବାଦକ ସୁଭାଷ ଶତପଥୀ ‘କୋକିଶିଆଳିର ଏକକ ନୃତ୍ୟ’ ଶୀର୍ଷକ ବିଶିଷ୍ଟ ଇଂରାଜୀ ଲେଖକ ରସ୍କିନ୍ ବଣ୍ଡ୍‌ଙ୍କ ଆତ୍ମଜୀବନୀ 'Lone Fox Dancing' ର ଅନୁବାଦ ପାଇଁ ଏହି ପୁରସ୍କାର ପାଇବେ। 

ଓଡ଼ିଆ ବିଭାଗର ସମୁଦାୟ ୧୦ଟି ଅନୁବାଦ ପୁସ୍ତକକୁ ଏହି ପୁରସ୍କାର ପାଇଁ ‘ସର୍ଟଲିଷ୍ଟ’ କରାଯାଇଥିଲା ବୋଲି ଜଣାପଡ଼ିଛି। ଓଡ଼ିଆ ବିଭାଗର ଏହି ପୁରସ୍କାର ନିର୍ଣ୍ଣୟ ପାଇଁ ସାହିତ୍ୟ ଅକାଡେମୀ ପକ୍ଷରୁ ଗଠିତ ବିଚାରକ ମଣ୍ଡଳୀରେ ଅମରେଶ ପଟ୍ଟନାୟକ, ପ୍ରବାସିନୀ ମହାକୁଡ଼ ଓ ମୋନାଲିସା ଜେନା ଥିଲେ । ଏହି ପୁରସ୍କାର ଘୋଷଣା ଶୁଣିବା ପରେ ସୁଭାଷ ଶତପଥୀ ଖୁସିବ୍ୟକ୍ତି କରିଛନ୍ତି। 

ଏହି ପୁରସ୍କାର ବାବଦକୁ ନଗଦ ୫୦ ହଜାର ଟଙ୍କା, ମାନପତ୍ର ଓ ଏକାଡେମୀ ପ୍ରଶସ୍ତି ଫଳକ ପ୍ରଦାନ କରାଯାଇଥାଏ । ପୁସ୍ତକଟି ଆର୍ଯ୍ୟବେଦାନ୍ତ ପବ୍ଲିକେଶନ (ଭୁବନେଶ୍ବର) ଦ୍ଵାରା ୨୦୨୨ରେ ପ୍ରକାଶିତ । ସୁଭାଷ ଶତପଥୀ ୨୦୧୪ରେ ଓଡ଼ିଶା ସାହିତ୍ୟ ଅକାଦେମୀ ପୁରସ୍କାର ସମେତ କାଦମ୍ବିନୀ ପୁରସ୍କାର, ତୀର ତରଙ୍ଗ ପୁରସ୍କାର ଏବଂ ମନ୍ଥନ ପୁରସ୍କାର ଲାଭ କରିଛନ୍ତି । 

୧୮ ଅପ୍ରେଲ ୧୯୬୩ ମସିହାରେ ଜନ୍ମିତ ଶ୍ରୀ ଶତପଥୀ ବାଣୀବିହାରର ଇଂରାଜୀ ବିଭାଗରୁ ୧୯୮୩ ମସିହାରେ ସ୍ନାତକୋତ୍ତର ଉପାଧି ହାସଲ କରିଥିଲେ । ଏବଂ ସେ ବର୍ତ୍ତମାନ ଦୈନିକ ସମ୍ବାଦପତ୍ର ‘ପ୍ରମେୟ’ରେ ଫିଚର୍ ସମ୍ପାଦକ ଭାବରେ କାର୍ଯ୍ୟରତ ଅଛନ୍ତି। ବର୍ତ୍ତମାନ ଦୈନିକ 'ପ୍ରମେୟ' ସମ୍ବାଦପତ୍ରରେ ଫିଚର୍ ବିଭାଗ ସମ୍ପାଦକ ଭାବେ ଅବସ୍ଥାପିତ ଶ୍ରୀ ଶତପଥୀ ପୂର୍ବରୁ ଅନେକ ଖବରକାଗଜରେ ସମ୍ପାଦନା ବିଭାଗରେ ସଫଳତାର ସହିତ କାର୍ଯ୍ୟ କରିଛନ୍ତି । ରାଜ୍ୟର ଜଣେ ସୁନାମଧନ୍ୟ ଅନୁବାଦକ ଭାବରେ ତାଙ୍କର ଯଥେଷ୍ଟ ଖ୍ୟାତି ରହିଥିବା ବେଳେ ସେ ବହୁ ଉପାଦେୟ ପୁସ୍ତକକୁ ଓଡିଆରେ ଅନୁବାଦ କରିଛନ୍ତି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.