ନିୟୁ ଟ୍ରେଣ୍ଡ କ୍ଲଥ୍ ଷ୍ଟୋରରେ ଅଗ୍ନିକାଣ୍ଡ, ୫୦ ଲକ୍ଷ ଟଙ୍କାର ସମ୍ପତ୍ତି ନଷ୍ଟ

କେନ୍ଦ୍ରାପଡ଼ା, ୨୪/୦୫ : କେନ୍ଦ୍ରାପଡା ଜିଲ୍ଲା ଆଳି ବ୍ଲକର ନୂଆବଜ଼ାରରେ ଥିବା ନିୟୁ ଟ୍ରେଣ୍ଡ କ୍ଲଥ ଷ୍ଟୋରରେ ଅଗ୍ନିକାଣ୍ଡ। ନିଆଁ ଲାଗି ପ୍ରାୟ ୫୦ ଲକ୍ଷ ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଯାଇଛି। ଅଗ୍ନିଶମ କର୍ମଚାରୀ ଓ ସ୍ଥାନୀୟ ଲୋକ ମିଶି ନିଆଁକୁ ଆୟତ୍ତ କରିଛନ୍ତି। ଅଗ୍ନିକାଣ୍ଡର କାରଣ ଜଣାପଡି ନାହିଁ।
ସୂଚନାନୁଯାୟୀ, ଆଳି ବ୍ଲକର ନୂଆବଜ଼ାରରେ ଥିବା ନିୟୁ ଟ୍ରେଣ୍ଡ କ୍ଲଥ ଷ୍ଟୋରରେ ଆଜି ସକାଳୁ ସକାଳୁ ନିଆଁ ଲାଗିଥିବାର ଦେଖିବାକୁ ମିଳିଥିଲା। ସ୍ଥାନୀୟ ଲୋକେ ଦମକଳ ବାହିନୀକୁ ଖବର ଦେଇଥିଲେ। ଅଗ୍ନିଶମ କର୍ମଚାରୀ ଓ ସ୍ଥାନୀୟ ଲୋକ ମିଶି ନିଆଁକୁ ଆୟତ୍ତ କରିଛନ୍ତି। ନିଆଁର ପ୍ରକୋପ ଏତେ ତୀବ୍ର ଥିଲା ଯେ ନିମିଶକ ମଧ୍ୟରେ ଡ୍ରେସ, ଶାଢ଼ୀ, ଓ ଅନ୍ୟାନ୍ୟ କପଡ଼ା ସାମଗ୍ରୀ ଜାଳିପୋଡ଼ି ପାଉଁଶ ହୋଇଯାଇଛି। ଏଥି ସହ ଡ୍ରେସ ଦୋକାନରେ ଗଛିତ ଥିବା ପାଖରେ ଥିବା ଏକ ଇଲେକ୍ଟ୍ରି ଦୋକାନର ୩୦ଟି ଏଲିଇଡ଼ି ଟିଭି ମଧ୍ୟ ଜାଳିପୋଡ଼ି ପାଉଁଶ ହୋଇଯାଇଛି। ଅଗ୍ନିକାଣ୍ଡ ଯୋଗୁ ୫୦ ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କାର ଡ୍ରେସ ସାମଗ୍ରୀ ପୋଡ଼ି ପାଉଁଶ ହୋଇଯାଇଛି। ତେବେ ଅଗ୍ନିକାଣ୍ଡର କାରଣ ଜଣାପଡି ନାହିଁ।
