PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର: ମାୟାବିନୀ ଅର୍ଚ୍ଚନା ନାଗ ମାମଲା: ପୁଣି ହାଜର ହେଲେ ଠିକାଦାର, ପଦାକୁ ଆସିଲା ରଣଜୀ ଖେଳାଳିଙ୍କ ଲିଙ୍କ୍‌
  • ||
  • ଭୁବନେଶ୍ୱର: ଆଜିଠୁ ରାଜ୍ୟ ପୁସ୍ତକ ମହୋତ୍ସବ ‘ଅକ୍ଷର’, ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ
  • ||
  • ଭୁବନେଶ୍ୱର: ଶୀତ ସାମାନ୍ୟ କମିବ, ଦକ୍ଷିଣ ଓଡ଼ିଶାରେ କାଁ ଭାଁ ହାଲୁକା ବର୍ଷା ସମ୍ଭାବନା: ୮ଟି ସ୍ଥାନରେ ରାତି ତାପମାତ୍ରା ୧୧ ଡିଗ୍ରୀ ତଳେ
  • ||

ମଦ୍ୟପଙ୍କ ଉନ୍ମତ୍ତ କାଣ୍ଡ, ବାପାକୁ ପିଟିପିଟି ହତ୍ୟା କଲା ପୁଅ

କେନ୍ଦୁଝର ସଦର, ୨୭/୯(ଆପ୍ର) : ମଦୁଆ ପୁଅର ଉନ୍ମତ୍ତ କାଣ୍ଡ। ବାପାକୁ ପିଟିପିଟି ହତ୍ୟା କଲା ଜନ୍ମକଲା ପୁଅ। କେନ୍ଦୁଝର ଜିଲ୍ଲା ସଦର ଥାନା ଅନ୍ତର୍ଗତ କାଠବାରୀ ଗ୍ରାମରେ ଗତକାଲି ସନ୍ଧ୍ୟାରେ ଏଭଳି ଅଭାନୀୟ ଘଟଣା ଘଟିଛି। ବାପା ଅଣ୍ଡ ମହାକୁଡ (୬୨)ଙ୍କୁ ପୁଅ ପ୍ରଶାନ୍ତ ମହାକୁଡ ପିଟିପିଟି ହତ୍ୟା କରିଥିବା ଅଭିଯୋଗ ହୋଇଛି।

ସୂଚନାନୁଯାୟୀ, ସୋମବାର ସନ୍ଧ୍ୟାରେ କୌଣସି ଏକ କଥାକୁ ନେଇ ବାପ ବାପା ଅଣ୍ଡ ମହାକୁଡ ଓ ପୁଅ ପ୍ରଶାନ୍ତ ମହାକୁଡ ମଧ୍ୟରେ ଝଗଡ଼ା ସୃଷ୍ଟି ହୋଇଥଲା। ନିଶାସକ୍ତ ଅବସ୍ଥାରେ ଥିବା ପୁଅ ଉତ୍ତ୍ୟକ୍ତ ହୋଇ ବାପାକୁ ପିଟିପିଟି ଗୁରୁତର କରିପକାଇଥିଲା। ଗାଁ ଲୋକମାନେ ଅଣ୍ଡ ମହାକୁଡ଼ଙ୍କୁ ଉଦ୍ଧାର କରି ୧୦୮ ଆମ୍ବୁଲାନ୍ସ ସାହାଯ୍ୟରେ ଜିଲ୍ଲା ଡ଼ାକ୍ତରଖାନାକୁ ପଠାଇଥିଲେ। ହେଲେ ସେଠାରେ ଅଣ୍ଡଙ୍କର ମୃତ୍ୟ ଘଟିଛି। ଖବର ପାଇ ସଦର ପୋଲିସ ତଦନ୍ତ ଜାରି ରଖିଛି।