କେନ୍ଦୁଝର/ଯାଜପୁର/ଭଦ୍ରକ,୧୭/୦୧: ରାଜ୍ୟରେ ସାବାଡ଼ ହେବେ ଗୋ-ମାଫିଆ । ଆକ୍ସନମୋଡରେ ପୁଲିସ । ଦିନକୁ ଦିନ ରାଜ୍ୟରେ ବେଆଇନ ଗୋରୁ ଚାଲାଣ ବୃଦ୍ଧି ପାଉଥିବାରୁ ପୁଲିସ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଛି । ଗତକାଲି କେନ୍ଦୁଝର ପୁଲିସ ଭଦ୍ରକରେ ଜଣେ ଗୋ ମାଫିଆଙ୍କ ଘରେ ରେଡ କରିଥିବା ବେଳେ ଆଜି କେନ୍ଦୁଝର ପୁଲିସର ୪୭ଟି ଟିମ୍ ରାଜ୍ୟର ୪ଜିଲ୍ଲାରେ  ଚଢାଉ ଜାରି ରଖିଛି । ଅବୈଧ ଗୋ-ଚାଲଣ ଲିଙ୍କରେ କେନ୍ଦୁଝର ପୁଲିସ କେନ୍ଦୁଝର ସମେତ ଭଦ୍ରକ, ଯାଜପୁର, କେନ୍ଦୁଝର,ଏବଂ ମୟୂରଭଞ୍ଜ ଜିଲ୍ଲାର ବିଭିନ୍ନ ସ୍ଥାନରେ ଗୋ ମାଫିଆଙ୍କ ଘରେ ଚଢ଼ାଉ କରିଛି । ରେଡ ସମୟରେ ୭୦ ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କା ଜବତ ହୋଇଥିବା ବେଳେ ଗୋରୁ ଉଦ୍ଧାର ହୋଇଛନ୍ତି ।  ଚଢ଼ାଉରେ ୫ ଜଣ ଡେପୁଟି ଏସପି, ୨୫ ଇନ୍ସପେକ୍ଟର, ୩୬ ଜଣ ଏସଆଇ  ଓ ASI ସମେତ ବ୍ୟାପକ ପୁଲିସ୍ ଫୋର୍ସ ମୁତୟନ ହୋଇଛନ୍ତି ।  ଏନେଇ ଗୋମାତାର ସୁରକ୍ଷା ଓ ଗୋମାତାର ବଂଶ ବୃଦ୍ଧି ଆମ ସରକାର ଉଦ୍ଦେଶ୍ୟ।  ଗୋମାଂସ ଚାଲାଣକାରୀଙ୍କୁ ଛଡା ଯିବ ନାହିଁ। ଆମ ଅସ୍ମିତା ସହିତ ଜଡିତ ଗୋମାତା। ଆଜି ୫ ଟି ସ୍ଥାନରେ ରେଡ୍ କରାଯାଉଛି। ଆଗକୁ ଆହୁରି କାର୍ଯ୍ୟାନୁଷ୍ଠାନ ଜାରି ରହିବ।  ଚଢାଉ ହେବ। ଗୋମାଂସ ଚାଲାଣକାରୀ ସାବଧାନ ହୋଇଯାଆନ୍ତୁ। ସେମାଙ୍କର ସମ୍ପତ୍ତି ସବୁ  ବାଜ୍ୟାପ୍ତି ମଧ୍ୟ୍ୟ ହେବ ବୋଲି କହିଛନ୍ତି  ମତ୍ସ୍ୟ ଓ ପଶୁସମ୍ପଦ ବିକାଶ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ। ​​​​​​​
ଯାଜପୁରରେ କେନ୍ଦୁଝର  ପୁଲିସର ଚଢ଼ାଉ-

ଯାଜପୁର ଜିଲ୍ଲା ଯମଧର ପଞ୍ଚାୟତ ପାଣ୍ଡିଆ ଗୋପୀନାଥପୁରରେ କେନ୍ଦୁଝର ଓ ଯାଜପୁର ପୁଲିସର ମିଳିତ ଚଢ଼ାଉ। ବେଆଇନ ଗୋ ଚାଲାଣ ନିମନ୍ତେ ଚାଲିଛି ଏହି ଚଢ଼ାଉ। ସେକ ସରିଫଙ୍କ ଗୋଦାମ ଘର ସମେତ ୨ ଗୋଟି ବାସ ଭବନରେ ରେଡ଼୍ ଚାଲିଛି । ଲକ୍ଷାଧିକ ନଗଦ ଟଙ୍କା ,ନାମିଦାବି ବ୍ରାଣ୍ଡର ହାତ ଘଣ୍ଟା ସହ ୨୦ରୁ ଉର୍ଦ୍ଧ୍ବ ଲକ୍ଷାଧିକ ଟଙ୍କା, ଜମିପଟ୍ଟା ସହ ବିଭିନ୍ନ ବ୍ୟାଙ୍କର ପାସବୁକ ଓ ସୁନା ଅଳଙ୍କାର ଜବତ ହୋଇଛି। ଏ ସବୁ ଜବତ ସାମଗ୍ରୀର ଆକଳନ କରିବା ସହ ସ୍ଥାନୀୟ ଅଞ୍ଚଳରେ ତଦନ୍ତ ଜାରି ରଖିଛି କେନ୍ଦୁଝର ପୁଲିସ। ଅନ୍ୟପକ୍ଷରେ ରାଷ୍ଟ୍ରୀୟ ବଜରଙ୍ଗ ଦଳର ଗୋରକ୍ଷା ପ୍ରମୁଖ ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ରାଜ୍ୟ ସରକାର ଓ କେନ୍ଦୁଝର ପିଲିସକୁ ଧନ୍ୟବାଦ ଜଣାଇବା ସହ ଯାଜପୁର ପୁଲିସର କିଛି ଅସାଧୁ ଅଫିସରଙ୍କ ଗୋଚରରେ ଏଭଳି ରାକେଟ ସକ୍ରିୟ ଥିବା କହିଛନ୍ତି।

କେନ୍ଦୁଝରରେ ପୁଲିସର ଚଢ଼ାଉ- 

କେନ୍ଦୁଝର ଜିଲ୍ଲାରେ ୮ ଟି ସ୍ଥାନରେ ଏକ କାଳୀନ ଚଢ଼ାଉ ଜାରି ରହିଛି। ଆନନ୍ଦପୁରର ଘଷିପୁରା ଥାନା ଗୁହାଳିଆ ଓ ଆନନ୍ଦପୁର ଥାନା ମୋଚିନ୍ଦା ଗାଁରେ ମଧ୍ୟ ଚଢ଼ାଉ ଚାଲିଛି। ମୋଚିନ୍ଦା ଗାଁରେ ସତୁରା ସାହୁଙ୍କ ଘରୁ ୪ ଲକ୍ଷରୁ ଉର୍ଦ୍ଧ ନଗଦ ଟଙ୍କା ସମେତ ସୁନା ଅଳଙ୍କାର ଓ ଏକ ନୂଆ କିଆ କେରେନ୍ସ ଗାଡି ଜବତ କରାଯାଇଛି। ସମ୍ପୃକ୍ତ ଅଭିଯୁକ୍ତଙ୍କ ଘର ସ୍ପେଶାଲ ସ୍କୱାର୍ଡ ଦ୍ୱାରା ମାପ ଜୁପ ଚାଲିଛି। ସେହିଭଳି ଘଷିପୁରା ଥାନା ଗୁହାଳିଆ ଗାଁରେ ଜଣେ ଅଭିଯୁକ୍ତଙ୍କ ଘରୁ ଗୋଟିଏ ପିକଅପ ଭ୍ୟାନ ସହିତ ବୋଲେରୋ ଗାଡି ଜବତ କରାଯାଇଛି। ଉଭୟ ଅଭିଯୁକ୍ତ ଫେରାର ହୋଇଯାଇଛନ୍ତି।

୪୬ ସ୍ଥାନରେ ପୁଲିସର ଚଢ଼ାଉ-
ଆଜି ସକାଳୁ  କେନ୍ଦୁଝର ପୁଲିସ ଜିଲ୍ଲାର ୪୬ଟି ବେଆଇନ ଗୋରୁ ଚାଲାଣ କରୁଥିବା ଠିକଣା ଉପରେ ଚଢାଉ କରିଛି । କେନ୍ଦୁଝର ଜିଲ୍ଲାରେ ସାନ୍ତରାପୂର, କଳିଆହତା, ତେଲକୋଇ, ଘଷିପୁରା, ତୁରୁମୁଙ୍ଗା ଆଦି ସ୍ଥାନରେ ଚଢାଉ ଜାରି ରଖିଛି । ଚଢାଉରେ ବ୍ୟାପକ ଟଙ୍କା, ସୁନାଗହଣା, ଗାଡ଼ି ଜବତ ହେବା ସହ ଚାଲାଣ ପାଇଁ ଥିବା ଗୋରୁଙ୍କୁ ଉଦ୍ଧାର କରିଛି ପୁଲିସ । ଏହି ଚଢାଉ ଜାରି ଥିବା ବେଳେ ସନ୍ଧ୍ୟା ସୁଦ୍ଧା ସମସ୍ତ ତଥ୍ୟ ମିଳିବ ବୋଲି ଜିଲ୍ଲା ପୁଲିସ ପକ୍ଷରୁ କୁହାଯାଇଛି ।  ୨ ଜଣ ଅତିରିକ୍ତ ଏସ୍‌ପି, ୫ ଜଣ ଡିଏସ୍‌ପି, ୨୫ ଜଣ ଇନିସ୍ପେକ୍ଟର, ୩୬ ଜଣ ଏସ୍‌ଆଇ ୧୮ପ୍ରାଟୁନ ପୁଲିସ ଫୋର୍ସ ଏହି ଚଢଉରେ ସାମିଲ ହୋଇଛନ୍ତି। ଦିନ ୧୦ଟା ସୁଦ୍ଧା ମିଳିଥିବା ସୂଚନା ଅନୁସାରେ ଭଦ୍ରକର । ଗୋରୁ ବ୍ୟବସାୟୀ ସେକ୍ ରଞ୍ଜନ ଅଟକ, କ୍ୟାଶ ୬୦ ଲକ୍ଷ, ୭.୬୨ଗ୍ରାମ ସୁନା,୨୧.୮୦ ଗ୍ରାମ ରୂପା, ୨ଟି ସ୍କର୍ପିଓ ଗାଡ଼ି ଜବତ ହୋଇଛି ।

କେନ୍ଦୁଝର ସାମନ୍ତରାୟପୁର ଟିପୁ ସୁଲତାନ ଅଟକ କ୍ୟାସ ୩୦ ଲକ୍ଷ,  ଗ୍ରାମ ସୁନା, ୧କେଜି ୭୦ ଗ୍ରାମ ରୂପା, ୧ବ୍ରିଜା କାର,୪ ବାଇକ ଜବତ ହୋଇଛି। କେନ୍ଦୁଝର ତୁରୁମୁଙ୍ଗା କୁନୁ ସାହୁ, ମଣ୍ଟୁ ସାହୁ, ସିପୁ ସାହୁ ଅଟକ ରହିଥିବା ବେଳେ ସେମାନଙ୍କଠାରୁ କ୍ୟାସ ୫୦୦୦ଟଙ୍କା, ୩ଟି ସୁନାହାର, ୩ଟି ସୁନା ଚେନ , ଗୋଟିଏ ସୁନା ବଳା, ରୂପା ପାଉଁଜି ୬ହଳ, ରୂପା ମୁଦି ୪ଟା, ୨ ଟି ବାଇକ ଜବତ କରାଯାଇଛି। ସେହିପରି ମୟୂରଭଞ୍ଜ କରଞ୍ଜିଆରୁ ୩ଲକ୍ଷ ୫୦ ନଗଦ ଟଙ୍କା ,୬୮ ଗ୍ରାମ ସୁନା, ୩୧୪ ଗ୍ରାମ ରୂପା ଜବତ। ମୟୂରଭଞ୍ଜ ବିଶୋଇରୁ  ମୃତ୍ୟୁଞ୍ଜୟ ମହାପାତ୍ର ଅଟକ,  ତାଙ୍କ ଠାରୁ ୩୦ ଲକ୍ଷ ୯ ହଜାର ୧୦୦ ଟଙ୍କା ନଗଦ,  ୩୫. ୭୬୦ ଗ୍ରାମ ସୁନା, ରୂପା ୯୫.୬୦୦ ଗ୍ରାମ, ମହିଦ୍ରା ଏସ ୟୁ ଭି ୩୦୦ ଗାଡ଼ି, ଗୋଟିଏ ବୁଲେଟ ଜବତ ହୋଇଛି।

ସେହିପରି ମୟୂରଭଞ୍ଜ ଝାଡପୋଖରିଆରୁ ସୁଜିତ ମହାନ୍ତି ଅଟକ ରହିଥିବା ବେଳେ ୩୨ ଲକ୍ଷ ୫୫ ହଜାର ନଗଦ, ୨୯୮. ୮୭ ଗ୍ରାମ ସୁନା, ୭୧ ଗ୍ରାମ ରୂପା ଜବତ।  ମୟୂରଭଞ୍ଜ ଗୁହାଳିଆ ଗୋଟିଏ ପିକପ ଭ୍ୟାନ, ଗୋଟିଏ ବୋଲେରୋ ଗାଡି ଜବତ ହୋଇଛି। ଯାଜପୁର ବରୁଆଁରୁ ମଧ୍ୟ ୧ ଲକ୍ଷ ୬୫ ହଜାର ୫୦୦ ଟଙ୍କା, ୩୫ ଗ୍ରାମ ସୁନା, ୫୦୦ଗ୍ରାମ ରୂପା, ଥର ଗାଡି ଗୋଟେ, କ୍ରେଟା କାର ଗୋଟିଏ, ସ୍ଵିଫ୍ଟ କାର ଗୋଟିଏ, ୨ ଟା ବୁଲେଟ୍, ୨ ବାଇକ, ୨ ସ୍କୁଟି, ୧୬ ଘଣ୍ଟା, ୧୩ ଟା ମୋବାଇଲ ।  କେନ୍ଦୁଝର ହରିଚନ୍ଦନପୁର ଜାମୁଯୋଡ଼ିରୁ କୁନା ପଠାଣ ଏବଂ  ନାସିରକୁ ଅଟକ ରହିଥିବା ବେଳେ  ୪ ଲକ୍ଷ ୧୩ ହଜାର ୩୧୦ ନଗଦ ଓ କିଛି ସୁନା ଅଳଙ୍କାର ପୁଲିସ ଜବତ କରିଥିବା ସୂଚନା ମିଳିଛି । ଏଥି ସହିତ ଆହୁରି ଅନେକ ବ୍ୟବସାୟୀ ଘରେ ଚଢଉ ଜାରି ରହିଛି ।