କେନ୍ଦୁଝର/ ଚଂପୁଆ-ଜଣେ ଲାଇସେନ୍ସ ପ୍ରାପ୍ତ ବିଦେଶୀ ଠିପି ବନ୍ଦ ମଦ ଦୋକାନୀ ଙ୍କ ବ୍ୟବସାୟକୁ ସୁଗମ କରିବା ପାଇଁ ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି ଜିଲ୍ଲା ଅବକାରୀ ଅଧିକ୍ଷକ ସୀତାରାଣୀ ପଟ୍ଟାୟତ ଓ ଚମ୍ପୁଆ ଅବକାରୀ ଥାନା ଏଏସଆଇ କମ ଓଆଇସି ବିଜୟ କୁମାର ମହାନ୍ତ ।

ଘଟଣା ଅନୁସାରେ ଚମ୍ପୁଆ ଅବକାରୀ ଥାନା ଅନ୍ତର୍ଗତ ବି କରଞ୍ଜିଆ ଠିପି ବନ୍ଦ ବିଦେଶୀ ମଦ ଦୋକାନର ମାଲିକ ବିଧିଭୂଷଣ ପତିଙ୍କୁ ଜିଲ୍ଲା ଅବକାରୀ ଅଧିକ୍ଷକ ସୀତରାଣୀ ପଟ୍ଟାୟତ ବିଭିନ୍ନ ଉପାୟରେ ହଇରାଣ କରିବା ସହ ନିୟମିତ ଭାବେ ଲାଞ୍ଚ ମାଗୁଥିଲେ । ଅବକାରୀ ଅଧିକ୍ଷକ ମଦ ଦୋକାନ ମାଲିକଙ୍କୁ ମାସକୁ ଦଶ ହଜାର ଟଙ୍କା ଲାଞ୍ଚ ହିସାବରେ ଚାରି ମାସର ଚାଳିଶ ହଜାର ଟଙ୍କା ଚମ୍ପୁଆ ଅବକାରୀ ଥାନା ର ଏଏସଆଇ ଓ ଇନଚାର୍ଜ ଓଆଇସି ବିଜୟ କୁମାର ମହାନ୍ତ ଙ୍କୁ ଦେବା ପାଇଁ କହିଥିଲେ । ଏହା ପରେ ଦୋକାନ ମାଲିକ ବିଧିଭୂଷଣ ଭିଜିଲାନ୍ସ ର ଦ୍ୱାରସ୍ଥ ହୋଇଥିଲେ ।​​​​​​​

ଅଧିକ୍ଷକଙ୍କ କହିବା ଅନୁସାରେ ବିଧୂରୂଷଣବୁଧବାର ଅପରାହ୍ନ ସମୟରେ ଏକ ଖାମ୍ ରେ ଚାଳିଶ ହଜାର ଟଙ୍କା ଏଏସଆଇ ବିଜୟ କୁମାର ମହାନ୍ତ ଙ୍କୁ ଦେବା ପାଇଁ ଚମ୍ପୁଆ ଅବକାରୀ କାର୍ଯ୍ୟାଳୟକୁ ଯାଇଥିଲେ । ସେଠାରେ ଅଧିକ୍ଷକ ସୀତାରଣୀ ଏଏସଆଇ ବିଜୟଙ୍କୁ ଟଙ୍କା ନେବା ପାଇଁ ଫୋନରେ ନିର୍ଦ୍ଦେଶ ଦେଇଥିଲେ। ଏହା ପରେ ଯୋଜନା ମୁତାବକ ଏହି ସମୟରେ ଭିଜିଲାନ୍ସ ଚଢାଉ କରି ଏଏସଆଇ ବିଜୟ ମହାନ୍ତଙ୍କୁ ମାଡି ବସିବା ସହ ତାଙ୍କ ଠାରୁ ଚାଳିଶ ହଜାର ଲାଞ୍ଚ ଟଙ୍କା ଜବତ କରିଥିଲେ । ବିଭାଗ ପକ୍ଷରୁ ଏକକାଳୀନ ଅବକାରୀ ଅଧିକ୍ଷକ ସୀତାରାଣୀ ପଟ୍ଟାୟତ ଙ୍କ ସହ ଜଡିତ ତିନୋଟି ସ୍ଥାନରେ ଓ ଏଏସଆଇ ବିଜୟ ମହାନ୍ତ ଙ୍କ ସହ ଜଡିତ ଦୁଇଟି ସ୍ଥାନରେ ଚଢାଉ ହୋଇଛି । ଶ୍ରୀମତୀ ପଟ୍ଟାୟତ ଓ ଶ୍ରୀ ମହାନ୍ତ ଙ୍କ ବିରୁଦ୍ଧରେ ମାମଲା ରୁଜୁ କରାଯାଇଛି । କେନ୍ଦୁଝର ଭିଜିଲାନ୍ସ ଡିଏସପି ସୁଧାଂଶୁ ଶେଖର ପୂଜାରୀ ଙ୍କ ନେତୃତ୍ୱରେ ହୋଇଥିବା ଏହି ଚଢାଉ ରେ ଏସଆଇ ସୁଶାନ୍ତ ସେଠୀ , କନେଷ୍ଟବଳ ସର୍ବେଶ୍ଵର ସାହୁ ଙ୍କ ସମେତ କେନ୍ଦୁଝର ଓ ବାଲେଶ୍ଵର ଭିଜିଲାନ୍ସ ଡିଭିଜନ ର ଭିଜିଲାନ୍ସ ଷ୍ଟାଫ ସାମିଲ ଥିଲେ ।