ପ୍ରମୂଖ ଖବର
  • ବିଧାୟକ ଟଙ୍କଧର ତ୍ରିପାଠୀଙ୍କ ଅପରାଧିକ ତଥ୍ୟ ମାଗିଲେ ହାଇକୋର୍ଟ, ସତ୍ୟପାଠ ଦାଖଲ କରିବେ ଦୀପାଳି
  • ||
  • ଓଡ଼ିଶାର ନୂଆ ମୁଖ୍ୟ ବିଚାରପତି ଜଷ୍ଟିସ୍ ହରିଶ ଟଣ୍ଡନ , ନିଯୁକ୍ତି ଦେଲେ ରାଷ୍ଟ୍ରପତି
  • ||
  • ଆନନ୍ଦପୁର : ପାଣି ପାଇଁ ରାସ୍ତାରୋକ, ସମସ୍ୟାର ସମାଧାନ ନହେଲେ ରାସ୍ତାରୁ ନହଟିବାକୁ ଚେତାବନୀ
  • ||
  • ବ୍ରହ୍ମପୁର : ଏକାଧିକ ବେଆଇନ୍‌ ହୁକ୍କା ବାର୍‌ରେ ପୋଲିସର ଚଢାଉ, ୭ ମାମଲା ରୁଜୁ କରି ତଦନ୍ତ ଆରମ୍ଭ
  • ||
  • ବାର୍‌ ଡ୍ୟାନ୍ସ କଟକଣା ମାମଲା: ଜବାବ ରଖିଲେନି ସରକାର, ୨୪ରେ ଚୂଡ଼ାନ୍ତ ଶୁଣାଣି
  • ||
  • ବିରୋଧୀଙ୍କ ହଟ୍ଟଗୋଳରେ ଧୋଇଗଲା ପ୍ରଶ୍ନକାଳ, ସାଢ଼େ ୧୧ଟା ଯାଏଁ ଗୃହ ମୁଲତବୀ
  • ||
  • ଉଦଳା : ସରକାରୀ ଚାକିରି ନାଁରେ ଠକେଇ କରୁଥିଲେ ଶିକ୍ଷକ, ୩ ଜଣଙ୍କୁ ବାନ୍ଧିଲା ପୋଲିସ
  • ||
  • ରାଜଧାନୀରେ ଚେନ୍‌ ସ୍ନାଚର୍‌ଙ୍କ ଆତଙ୍କ: ଗୋଟିଏ ଦିନରେ ଦୁଇଟି ସ୍ଥାନରୁ ଲୁଟ୍‌, ସିସିଟିଭି ଯାଞ୍ଚ କରୁଛି ପୋଲିସ
  • ||
  • ଉମରକୋଟରେ ଭାରସାମ୍ୟ ହରାଇ ଓଲଟିଲା ବରଯାତ୍ରୀ ଗାଡି, ଡ୍ରାଇଭର ମୃତ, ୬ ଗୁରୁତର ହସ୍ପିଟାଲରେ ଭର୍ତ୍ତି
  • ||
  • ଅନ୍ତର୍ଜାତୀୟ ବନ ଦିବସ: ଜଳୁଛି ଜଙ୍ଗଲ, ଥମୁନି ବନ୍ୟଜନ୍ତୁ ଶିକାର
  • ||
  • ଖରା ଯୋଗୁଁ ବଦଳିଲା ସମୟ, ଆଜିଠୁ ସକାଳୁଆ ସ୍କୁଲ: ପ୍ରଥମରୁ ଦ୍ୱାଦଶ ସାଢ଼େ ୬ରୁ ସାଢ଼େ ୧୦ ପାଠପଢ଼ା
  • ||
  • ତାତିରୁ ମିଳିବ ଆଶ୍ୱସ୍ତି: ଆଜି ବିଭିନ୍ନ ଜିଲ୍ଲାରେ କାଳବୈଶାଖୀ ସମ୍ଭାବନା, ୧୫ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ
  • ||

କେରଳ ଗଣହତ୍ୟା ମାମଲା; ମୁଖ୍ୟ ଅଭିଯୁକ୍ତର ବୟାନ ରେକର୍ଡ କଲା ପୋଲିସ

Published By : Bijay Swain | February 27, 2025 11:40 PM

Image courtesy: indiatoday

ନୂଆଦିଲ୍ଲୀ: ଭେଞ୍ଜାରମ୍ମୋଡୁ ଗଣ ହତ୍ୟା ମାମଲାରେ ମୁଖ୍ୟ ଅଭିଯୁକ୍ତ ୨୩ ବର୍ଷିୟ ଅଫାନର ବୟାନ ରେକର୍ଡ କରିଛି ପୋଲିସ। ଅଫାନ ନିଜ ପରିବାରକୁ ହତ୍ୟା କରିସାରିବାପରେ ନିଜେ ବିଷ ଖାଇଦେଇଥିଲା। ଏହାପରେ ସେ ଥାନାକୁ ଯାଇ ଆତ୍ମସମର୍ପଣ କରିଥିଲା। ଏକତା ଜାଣିବା ପରେ ପୋଲିସ ତାକୁ ଡାକ୍ତରଖାନରେ ଭର୍ତ୍ତି କରିଥିଲା। ଅଫାନର ସ୍ୱାସ୍ଥ୍ୟାବସ୍ଥା ବର୍ତ୍ତମାନ ସ୍ଥିର ଥିବାରୁ ପୋଲିସ ତା ନିକଟରୁ ବୟାନ ରେକର୍ଡ କରି ତାକୁ ଗିରଫ କରିଛି।

ଏହି ଘଟଣା ପଛର ପ୍ରକୃତ କାରଣ ଏଯାଏ ମଧ୍ୟ ସ୍ପଷ୍ଟ ହୋଇପାରିନାହିଁ। ତେଣୁ ପୋଲିସ ଏହା ପଛରେ ଆର୍ଥିକ ନେଣଦେଣ କିମ୍ୱା ଡ୍ରଗର ସମ୍ପୃକ୍ତି ନେଇ ମାମଲାକୁ ଆଗକୁ ବଢାଉଛି। ଏହି ଘଟମାର ମୁଖ୍ୟ ଅଭିଯୁକ୍ତ ୨୩ ବର୍ଷିୟ ଅଫାନ ସୋମବାର ପୋଲିସ ଷ୍ଟେସନରେ ପହଞ୍ଚି ନିଜେ ଏହି ହତ୍ୟାକାଣ୍ଡ ଘଟାଇଛି ବୋଲି ପୋଲିସ ଆଗରେ ସ୍ୱୀକାର କରିଥିଲା। ଏହା ସହ ସେ ବିଷ ଖାଇଥିବା ନେଇ ପୋଲିସକୁ ସୂଚନା ଦେଇଥିଲା। ଏନେଇ ଜଣେ ବରିଷ୍ଠ ପୋଲିସ ଅଧିକାରୀ କହିଛନ୍ତି ଯେ ଆମେ ଏହି ହତ୍ୟାକାଣ୍ଡର ପ୍ରକୃତ କାରଣ ଖୋଜୁଛୁ। ଏହି ହତ୍ୟାକାଣ୍ଡ ପଛରେ ଡ୍ରଗ କାରବାର କିମ୍ବା ଆର୍ଥିକ ନେଣଦେଣର କାରଣ ରହିଛି ବୋଲି ଆମେ ଅନୁମାନ କରୁଛୁ। ତେବେ ଏଯାଏ ଏହା ସ୍ପଷ୍ଟ ହୋଇନାହିଁ ବୋଲି ସେ କହିଛନ୍ତି। 

ଥିରୁଭନନ୍ତପୁରମର ରୁରାଲ ଏସପି ସୁଦର୍ଶନ କେଏସ ଅଫାନ ପରିବାରରେ ଆର୍ଥିକ ଅନଟନ ରହିଥିବା ନେଇ ଗଣମାଧ୍ୟମକୁ ସୂଚନା ପ୍ରଦାନ କରିଛନ୍ତି। “ଆରୋପି ଜଣଙ୍କ ତାଙ୍କ ଘରେ ଆର୍ଥିକ ଅନଟନ ଲାଗି ରହିଥିଲା ବୋଲି ସମସ୍ତଙ୍କୁ ହତ୍ୟା କରିଛି ବୋଲି ଦୋଷ ସ୍ୱିକାର କରିଛି। କିନ୍ତୁ ଆନେ ଏହି ମାମଲାକୁ ଅତି ନିକଟରୁ ପର୍ଯ୍ୟବେକ୍ଷଣ କରୁଛୁ। ଯଦି ଏହି କାରଣ ସତ ହୋଇଥାଏ ତେବେ ଆମେ ଏହାର ଡିଜାଟାଲ ପ୍ରମାଣ ହାସଲ କରିବୁ” ବୋଲି ସେ କହିଛନ୍ତି। 

ଅଫାନର ପିତା ବର୍ତ୍ତମାନ ସାଉଦି ଆରବର ଦମ୍ମାନରେ ଅଛନ୍ତି ବୋଲି ଜଣାପଡିଛି। ସେ ଋଣ ଓ ଭିସା ସରିବା କାରଣରୁ ଦୀର୍ଘ ୭ ବର୍ଷ ହେବ ଦେଶକୁ ଫେରିପାରୁ ନାହାନ୍ତି। ଜମିବାଡି ବିକ୍ରୟ ମାମଲାକୁ ନେଇ ଦୀର୍ଘ ମାସେ ପୂର୍ବରୁ ତାଙ୍କ ପରିବାର ଲୋକ ତାଙ୍କ ନିକଟକୁ ଯାଇଥିଲେ ବୋଲି ସୂଚନା ମିଳିଛି। ତେବେ ରାଜ୍ୟର ଅନେକ ସଂଗଠନ ତାଙ୍କୁ ରାଜ୍ୟକୁ ଫେରାଇଆଣିବାକୁ ନିଜ ଚେଷ୍ଟା ଜାରି ରଖିଛନ୍ତି ବୋଲି ଏସପି ସୁଦର୍ଶନ କହିଛନ୍ତି।

ତେବେ ଅଫାନଙ୍କ ସ୍ୱାସ୍ଥ୍ୟାବସ୍ଥା ଆଉ ଟିକିଏ ସୁଦୃଢ ହେବାପରେ ଗଣହତ୍ୟା ସମ୍ପର୍କରେ ସମ୍ପୂର୍ଣ୍ଣ ତଥ୍ୟ ଜଣାପଡିବ ବୋଲି ପୋଲିସ ଆଶାବ୍ୟକ୍ତ କରିଛି। 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.