ପ୍ରମୂଖ ଖବର
  • ରାଜ୍ୟରେ ଆଉ ୮ ଶିଳ୍ପକୁ ମଞ୍ଜୁରୀ, ନିବେଶ ହେବ ୧ ଲକ୍ଷ ୫୧ ହଜାର ୨୩୯ କୋଟି ଟଙ୍କା, ଢେଙ୍କାନାଳରେ ବେଦାନ୍ତ କରିବ ପ୍ଲାଣ୍ଟ
  • ||
  • ଜୁନାଗଡ଼ରେ ଟ୍ରକ ଧକ୍କାରେ ବାଇକ ଆରୋହୀ ମୃତ, ଅଟୋ ଡ୍ରାଇଭର ଗୁରୁତର
  • ||
  • ଗୁଣପୁର : ବଜ୍ରପାତରେ ୨ ମହିଳା ମୃତ
  • ||
  • କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ସ୍ଥିତ ହୋଟେଲ ଓରିଅନ ନିକଟରେ ଦୁର୍ଘଟଣା, ଟ୍ରକ୍ ଧକ୍କାରେ ବୃଦ୍ଧଙ୍କ ମୃତ୍ୟୁ, ଅଟୋ ଚାଳକ ଗୁରୁତର
  • ||
  • ସ୍କୁଲ ଖୋଲିବାକୁ ନେଇ ହଟିଲା ଦ୍ୱନ୍ଦ୍ୱ: ଜୁନ୍ ୨୦ରେ ଖୋଲିବ ସ୍କୁଲ, ପ୍ରକାଶ ପାଇଲା ବିଜ୍ଞପ୍ତି
  • ||
  • ୨୦୨୭ ମାର୍ଚ୍ଚ ୧ରୁ ଦେଶରେ ଜନଗଣନା; ୨ଟି ପର୍ଯ୍ୟାୟରେ ହେବ, ଗେଜେଟ୍ ବିଜ୍ଞପ୍ତି ପ୍ରକାଶ
  • ||
  • ବାଲେଶ୍ୱର : ସ୍ତ୍ରୀ ଓ ପୁଅକୁ ହାଣି ବାପା ଫେରାର, ତଦନ୍ତ କରୁଛି ପୁଲିସ
  • ||
  • ଗଜପତି ମହାରାଜାଙ୍କ ଭାତୃ ବିୟୋଗ, ଚିକିତ୍ସାଧୀନ ଅବସ୍ଥାରେ ଶେଷ ନିଃଶ୍ଵାସ ତ୍ୟାଗ କଲେ ରଣାର୍ଣ୍ଣବ ଦେବ
  • ||
  • 'ଟ୍ରମ୍ପଙ୍କୁ ହତ୍ୟା କରିବାକୁ ଚାହୁଁଛି ଇରାନ୍',ଇସ୍ରାଏଲ ପ୍ରଧାନମନ୍ତ୍ରୀଙ୍କ ବଡ଼ ବୟାନ
  • ||
  • କେନ୍ଦୁଝର : ଶୈଲଙ୍ଗ ଗାଁରେ ଅଭାବନୀୟ ଘଟଣା, ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର
  • ||
  • ଭୁବନେଶ୍ୱର : ଏନଏଚରେ ପଛକୁ ପଛ ପିଟି ହେଲା ୪ ଟ୍ରକ୍‌, ୩ ଡ୍ରାଇଭର ଆହତ
  • ||
  • ନରସିଂହପୁରରେ ଝାଡ଼ାବାନ୍ତି ନେଲା ମହିଳାଙ୍କ ଜୀବନ
  • ||
  • ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସକ୍ରିୟ; ୬ ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ସମ୍ଭାବନା, ୨୪ ଘଣ୍ଟାରେ ସକ୍ରିୟ ହେବ ମୌସୁମୀ
  • ||

କଳା ବ୍ୟାଜ ପିନ୍ଧି କେସିଙ୍ଗା ବନାଞ୍ଚଳ କର୍ମଚାରୀଙ୍କ ପ୍ରତିବାଦ

Published By : Bijay Swain | June 16, 2025 4:54 PM

କେସିଙ୍ଗା,୧୬/୬(ଆପ୍ର): ବିଭିନ୍ନ ଦାବି ନେଇ କଳା ବ୍ୟାଚ୍ ପରିଧାନ କରି ପ୍ରତିବାଦ ଜଣାଇଛନ୍ତି କଳାହାଣ୍ଡି ଜିଲ୍ଲା କେସିଙ୍ଗା ଉତ୍ତର ବନଖଣ୍ଡ କର୍ମଚାରୀ । ଓଡ଼ିଶା ଅଣଗେଜେଟେଡ ବନ କର୍ମଚାରୀ ସଂଘର ଆହ୍ୱାନ କ୍ରମେ ବନପାଳ ବିଶିକେଶନ କରୁଆଁଙ୍କ ନେତୃତ୍ୱରେ କେସିଙ୍ଗା ବନାଞ୍ଚଳ ଅଧିକାରୀଙ୍କ କାର୍ଯ୍ୟାଳୟ ଠାରେ ଅଣ-ଗେଜେଟେଡ ବନ କର୍ମଚାରୀ ସଂଘ ବିଭିନ୍ନ ଦାବୀ ନେଇ କଳା ବ୍ୟାଚ ପରିଧାନ କରିଛନ୍ତି ।

ହିନ୍ଦୋଳ ଫରେଷ୍ଟ ଗାର୍ଡ ପ୍ରହଲ୍ଲାଦ ପ୍ରଧାନଙ୍କ ହତ୍ୟାରେ ଦୋଷୀ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଓ ତାଙ୍କ ପରିବାରକୁ ଏକକୋଟି ଟଙ୍କାର ସହଯୋଗ ରାଶି ପ୍ରଦାନ, ଫରେଷ୍ଟ କମିଶନ ଗଠନ, ବନ କର୍ମଚାରୀଙ୍କୁ ସୁରକ୍ଷା ପାଇଁ ପଦକ୍ଷେପ ଗ୍ରହଣ, ଇନ୍ସୁରାନ୍ସ ପେକେଜ୍ ଆଦି ଦାବୀ କରିଛନ୍ତି । 

ଆଜିଠାରୁ ଆସନ୍ତା ଜୁନ ୨୧ ତାରିଖ ପର୍ଯ୍ୟନ୍ତ କଳାବ୍ୟାଚ ପିନ୍ଧି ଶାନ୍ତିପୂର୍ଣ୍ଣ ଭାବେ ଦାବୀ ରଖୁଥିବା ବେଳେ, ସରକାର ଯଦି କର୍ଣ୍ଣପାତ ନ କରନ୍ତି ତାହେଲେ ଆସନ୍ତା ଜୁନ ୨୨ ତାରିଖରୁ ସାମୂହିକ ଛୁଟିରେ ରହିବେ ବୋଲି ବନପାଳ ଶ୍ରୀ କରୁଆଁଙ୍କ ସମେତ ଫକୀର ବିଶ୍ବାଳ, ଯଶୋବନ୍ତ ନାଏକ, ଶ୍ରୀମୁଖ ମେହେର, ଯଶୋବନ୍ତ ପାତ୍ର, ପାରିଜାତ ବାଗ, ବନରକ୍ଷୀ ନିଗମ କୁମାର ସାହୁ, ସୁଜାତା ବାଗ, ରୁକ୍ମଣୀ ମାଝୀ, ରାଜଲକ୍ଷ୍ମୀ ପ୍ରଧାନ, ଧନଞ୍ଜୟ ନିଆଳ ପ୍ରମୁଖ ଚେତାବନୀ ଦେବା ସହିତ ଯଦି ଆଗାମୀ ଦିନରେ ସରକାର ଦାବୀ ପୂରଣ ନ କରନ୍ତି ତାହେଲେ ଭୁବନେଶ୍ୱର ରାଜ ରାସ୍ତାରେ ଆନ୍ଦୋଳନ କରିବେ ବୋଲି ସଂଘ ପକ୍ଷରୁ କୁହାଯାଇଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.