ନୂଆଦିଲ୍ଲୀ,୨୧/୦୭: ଗତମାସରେ ପୁଣେର ଏକ ରିଅଲ୍ ଇଷ୍ଟେଟ୍ କମ୍ପାନୀ ନିର୍ଦ୍ଦେଶକ କେତନ ଅଗ୍ରୱାଲଙ୍କ ହତ୍ୟା ମାମଲା ଦେଶକୁ ଚକିତ କରିଛି । ତାଙ୍କ ଭାବି ପତ୍ନୀ ପ୍ରେମିକ ସହ ମିଶି କେତନଙ୍କୁ ଲୌହଗଡ଼ ଦୁର୍ଗରୁ ଠେଲି ହତ୍ୟା କରିଥିବା ଅଭିଯୋଗ ହୋଇଛି । ଦୁଇ ଅଭିଯୁକ୍ତ ଏବେ ଜେଲରେ । ପୁଲିସ୍ ମାମଲାର ତଦନ୍ତ କରୁଛି । କେତନଙ୍କ ମୃତ୍ୟୁ ପରେ ସିୟାଙ୍କ ନାମରେ ଅଭିଯୋଗ ଆସିବା ପରେ ହୁହିଁଙ୍କ ଫଟୋ ଭିଡିଓ ସୋସିଆଲ ମିଡିଆରେ ଭରି ଯାଇଥିଲା । କେହି କେବେ କଳ୍ପନା କରି ପାରିନଥିଲେ ସିୟା ଏପରି ଷଡ଼ଯନ୍ତ୍ର କରିଥାପାରନ୍ତି । ଏହାରି ଭିତରେ କେତନ ଏବଂ ସିୟାଙ୍କ ନିର୍ବନ୍ଧ ବେଳର ଏକ ଭିଡିଓ ସାମ୍ନାକୁ ଆସିଛି । ଯେଉଁ ଥିରେ ସିୟା କେତନଙ୍କୁ ପ୍ରଶଂସା କରୁଛନ୍ତି । ଭିଡିଓ ଦେଖି ଲୋକେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି ।

ଚଳିତବର୍ଷ ଫେବୃଆରୀରେ ସିୟା ଏବଂ କେତନଙ୍କ ନିର୍ବନ୍ଧ ହୋଇଥିଲା । ସେମାନଙ୍କ ବିବାହ ନଭେମ୍ବରରେ ହେବ ବୋଲି ସ୍ଥିର ହୋଇଥିଲା । ବିବାହ ପ୍ରସ୍ତୁତି ଆରମ୍ଭ ହୋଇସାରିଥିଲା । କିନ୍ତୁ ଏହା ପୂର୍ବରୁ ସିୟା ଏବଂ ତାଙ୍କ ପ୍ରେମିକ କେତନଙ୍କୁ ହତ୍ୟା କରିଥିଲେ । ପୁଲିସ୍ କହିବା ଅନୁସାରେ ସିୟା ଚେତନ ଚୌଧୁରୀଙ୍କ ସହ ପ୍ରେମ ସମ୍ପର୍କ ରଖିଥିଲା । କେତନ ସେମାନହ୍କ ପ୍ରେମରେ କଣ୍ଟା ସାଜିଥିଲେ ତେଣୁ ସେ ତାଙ୍କୁ ରାସ୍ତାରୁ ହଟାଇବାକୁ ଭୟଙ୍କର ପ୍ଲାନ୍ କରିଥିଲେ ।

ନିର୍ବନ୍ଧ ବେଳର ଭିଡିଓ- କେତନ ଏବଂ ସିୟାଙ୍କ ନିର୍ବନ୍ଧର ଏକ ଭିଡିଓ ସେସିଆଲ ମିଡିଆରେ ଭାଇରାଲ ହେଉଛି । ଭାଇରାଲ କ୍ଲିପରେ କେତନ ଏବଂ ସିୟା ସେମାନଙ୍କ ନିର୍ବନ୍ଧ ମଞ୍ଚରେ ଏକାଠି ଛିଡା ହୋଇଛନ୍ତି । କାର୍ଯ୍ୟକ୍ରମ ହୋଷ୍ଟ ସିୟାଙ୍କୁ କେତନଙ୍କ ବିଷୟରେ ପଚାରୁଛନ୍ତି । କେତନଙ୍କ ବିଷୟରେ ତୁମକୁ ସବୁଠାରୁ ଅଧିକ କଣ ପସନ୍ଦ । ଯାହା ତାକୁ ତୁମର ହିରୋ ନମ୍ବାର ୱାନ୍ କରିଛି ? ସିୟା ବିନା ଦ୍ୱାଧାରେ ହସି ହସି କହୁଛନ୍ତି କେତନ ବହୁତ ଯତ୍ନବାନ ଏବଂ ଦୟାଳୁ । ଏହାପରେ ସେଠାରେ ଉପସ୍ଥିତ ସମସ୍ତ ଘରଲୋକ ହସୁଥିବା ଦେଖିବାକୁ ମିଳିଛି । ଆଙ୍କର ଏହି ଉତ୍ତର ଶୁଣିବା ପରେ ସୁନ୍ଦର ବୋଲି କହିଛନ୍ତି । @Rationalviews ନାମକ ଏକ୍ସ ୟୁଜର ଏହି ଭିଡିଓ ସେୟାର କରିଛନ୍ତି ।

ଏହା ବି ପଢନ୍ତୁ...NDA Party Meeting: 'ପିଲାଙ୍କ ଭବିଷ୍ୟତକୁ ବିପଦରେ ପକାଇବାକୁ ଦିଆଯିବନି'; NDA ବୈଠକରେ କହିଲେ ପ୍ରଧାନମନ୍ତ୍ରୀ  

ନିର୍ବନ୍ଧ ବେଳର ଏହି ଭିଡିଓ ଦେଖି ଲୋକେ ଆଶ୍ଚର୍ଯ୍ୟ ହୋଇଛନ୍ତି । ଅନେକ ସିୟାଙ୍କ ଉପରେ ନିଜ କ୍ରୋଧ ପ୍ରକାଶ କରିଛନ୍ତି । ଜଣେ ୟୁଜର ଲେଖିଛନ୍ତି, ସର୍ବୋତ୍ତମ ଅଭିନେତ୍ରୀ ପୁରସ୍କାର ସିୟା ଗୋୟଲଙ୍କୁ ଦିଆଯାଉ । କି ଭାବପ୍ରବଣ, କି ହସ । କେହି ବିଶ୍ୱାସ କରିବେ ନାହିଁ ଯେ ସେ କେତନ ଅଗ୍ରୱାଲଙ୍କୁ ବିବାହ କରିବାକୁ ଚାହୁଁନଥିଲେ । ସେହିପରି ଆଉ ଜଣେ ୟୁଜର ଲେଖିଛନ୍ତି, ଏହା ଏକ ଭୟଙ୍କର ଚଳଚ୍ଚିତ୍ରଠୁ ବି ଭୟାନକ । ଆଉ ଜଣେ ସେସିଆଲ ମିଡିଆ ବ୍ୟବହାରକାରୀ ଲେଖିଛନ୍ତି କେବଳ ଦୟାଳୁ ଲୋକମାନଙ୍କୁ ହିଁ ହତ୍ୟା କରାଯାଏ ।

କେତନ ମୃତ୍ୟୁ ମାମଲାରେ ତାଙ୍କ ବାପା ଶୀଘ୍ର ବିଚାର କରିବାକୁ ଦାବି କରିଛନ୍ତି । ଯାହା ଦ୍ୱାରା ପରିବାରକୁ ନ୍ୟାୟ ମିଳିବ । ସେ ଉଭୟ ଅଭିଯୁକ୍ତଙ୍କୁ କଠୋର ଦଣ୍ଡ ଦାବି କରିଛନ୍ତି । ଜୁନ୍ ୨୩ ତାରିଖ ସିୟା ଏବଂ ଚେତନଙ୍କୁ ଗିରଫ କରାଯାଇଥିଲା । ବର୍ତ୍ତମାନ ଦୁହେଁ ନ୍ୟାୟିକ ହେପାଜତରେ ଅଛନ୍ତି ।