• ଦୁଇ ଲିଜେଣ୍ଡ ଗୋଟିଏ ସ୍କ୍ରିନ୍
  • ୪୭ ବର୍ଷ ପରେ ଫେରିଲା କମଲ-ରଜନୀ ଯୋଡ଼ି
  • ପ୍ରମୋ ଭିଡିଓ କଲା ଧମାଲ
  • ରେଟ୍ରୋ ଲୁକ୍ସରେ ସାଉଥ୍ ସୁପରଷ୍ଟାର

ତାମିଲ ସିନେମାରେ କିଛି ଯୋଡି ରହିଛି,ଯାହାକି ସୁରପହିଟ୍। ଏଭଳି ଯୋଡିକୁ ଦେଖିବାକୁ ବର୍ଷ ବର୍ଷ ଧରି ତାଙ୍କର ଫ୍ୟାନ ମଧ୍ୟ ଅପେକ୍ଷା କରିଥାନ୍ତି। ଶେଷରେ ଏବେ ସେହି ସମୟ ଆସିଯାଇଛି। ସୁପରଷ୍ଟାର ରଜନୀକାନ୍ତ ଏବଂ କମଲ ହାସନ ଆଗକୁ ଆସିବାକୁ ଯାଉଛନ୍ତି ଗୋଟିଏ ଫିଲ୍ମରେ। ଇଣ୍ଡଷ୍ଟୀର ସବୁଠାରୁ ବଡ଼ ଷ୍ଟାରମାନଙ୍କ ମଧ୍ୟରୁ ଏହି ଯୋଡି ଖୁବ୍ ଚର୍ଚ୍ଚିତ। ପ୍ରାୟ ୪୭ ବର୍ଷ ପରେ, ଏହି ଯୋଡ଼ି ବଡ଼ ପରଦାକୁ ଫେରିବାକୁ ଯାଉଛନ୍ତି। ପୂର୍ବରୁ, ସେମାନେ ୧୯୭୯ରେ ‘ଆଲ୍ଲାଉଦ୍ଦିନମ୍ ଆଲଭୁଥା ଭିଲାକୁମ୍’ ଫିଲ୍ମ ରେ ଏକାଠି କାମ କରିଥିଲେ।

ଗୁରୁବାର, ଫେବୃଆରୀ ୧୯ ରେ, ରେଡ୍ ଜାଏଣ୍ଟ ମୁଭିଜ୍ ସୋସିଆଲ ମିଡିଆରେ ପୋଷ୍ଟ କରି ଏହା ଘୋଷଣା କରିଥିଲା। ଏହା ସହ ଫିଲ୍ମର ପ୍ରମୋ ମଧ୍ୟ ଦେଖିବାକୁ ମିଳିଛି। ଫିଲ୍ମର ନାଁ ଅସ୍ଥାୟୀ ଭାବରେ'KH x RK ରିୟୁନିଅନ୍ 'ରଖାଯାଇଛି।ଦୁଇ ବଡ଼ ସୁପରଷ୍ଟାରଙ୍କ ଫିଲ୍ମକୁ ନେଲସନ୍ ଡାଇରେକ୍ଟ କରିବାକୁ ଯାଉଛନ୍ତି, ଯିଏକି ରେଡ୍ ଜାଏଣ୍ଟ ମୁଭିଜର ପ୍ରଡ୍ୟୁସର। ୩ ମିନିଟ୍ ୪୭ ସେକେଣ୍ଡର ଏହି ପ୍ରମୋରେ ରଜନୀକାନ୍ତ ଏବଂ କମଲ ହାସନଙ୍କ ରେଟ୍ରୋ ଲୁକ୍ ଦେଖିବାକୁ ମିଳିଛି। ଭିଡିଓରେ ନିର୍ଦ୍ଦେଶକ ନେଲସନ ଏବଂ ମ୍ୟୁଜିକ୍ କମ୍ପୋଜର ଅନିରୁଦ୍ଧ ରବିଚନ୍ଦର ଦୁଇ ସୁପରଷ୍ଟାରଙ୍କ ସହ ଅଛନ୍ତି। ଆରମ୍ଭରୁ ରଜନୀକାନ୍ତ ଏବଂ କମଲ ହାସନ ସେମାନଙ୍କର ଡ୍ରେସ୍ ସିଲେକ୍ସନ କରୁଛନ୍ତି। ଦୁହିଁଙ୍କ ଲୁକ୍ସ ସାମନାକୁ ଆସିବା ମାତ୍ରେ ଉଭୟ ଏକା ଭଳି ଡିଜାଇନ ଡ୍ରେସ୍କୁ ଟ୍ବିନିଂ କରି ପିନ୍ଧିଥିବାର ଦେଖିବାକୁ ମିଳୁଛନ୍ତି। ଉଭୟ ରେଟ୍ରୋ ଲୁକ୍ରେ ନଜର ଆସିଛନ୍ତି।

କିଭଳି ରହିଛି ସୁପରଷ୍ଟାରଙ୍କ ଆାନାଉନ୍ସମେଣ୍ଟ ଭିଡିଓ ?

ଭିଡିଓଟି ହୋଟେଲର ଅଲଗା ଅଲଗା ରୁମ୍ରୁ ଆରମ୍ଭ । ତା'ପରେ, କିଛି ସମୟ ପରେ, ରଜନୀକାନ୍ତ ଏବଂ କମଲ ହାସନ ବିପରୀତ ରୁମ୍ରୁ ବାହାରକୁ ଆସିଥାନ୍ତି। ତା ପରେ କାର ସିନ୍ ମଧ୍ୟ ସବୁଠାରୁ ଭଲ ରହିଛି। କମଲ ହାସନ ଅନିରୁଦ୍ଧଙ୍କୁ ପଚାରନ୍ତି, ‘ ପ୍ରଥମେ, ମୋତେ କୁହନ୍ତୁ ହିରୋ କିଏ?" ରଜନୀକାନ୍ତ ଉତ୍ତର ଦିଅନ୍ତି, ‘ପଚାରୁଛନ୍ତି ଯେତେବେଳେ ଏବେ କୁହ ହିରୋ କିଏ ?’ ଭିଡିଓ ଘୋଷଣା ପୂର୍ବରୁ, କମଲ ହାସନ ତାଙ୍କ X ହ୍ୟାଣ୍ଡେଲରେ ଲେଖିଥିଲେ, ‘ମୋର ବନ୍ଧୁ ରଜନୀକାନ୍ତଙ୍କ ସହିତ ଏହା ହେଉଛି ଏକ ସ୍ପେଶାଲ ରିୟୁନି୍ୟନ୍। ପ୍ରତ୍ୟେକ ସୁନ୍ଦର ଯାତ୍ରା ଆଉ ଏକ ନୂତନ ଅଧ୍ୟାୟ ସୃଷ୍ଟି କରିଥାଏ। ନେଲସନ ଏବଂ ଅନିରୁଦ୍ଧଙ୍କୁ ମୋର ଶୁଭେଚ୍ଛା।’ ପ୍ରମୋ ଆନାଉନ୍ସମେଣ୍ଟର ମାତ୍ର ଗୋଟିଏ ଦିନ ପୂର୍ବରୁ, ରଜନୀକାନ୍ତ ଏବଂ କମଲ ହାସନଙ୍କର ଏକ ରେଟ୍ରୋ-ପୋଷ୍ଟର ମଧ୍ୟ ସେୟାର କରାଯାଇଥିଲା। ନେଲସନ ପୂର୍ବରୁ ‘ଜେଲର‘ ରେ ରଜନୀକାନ୍ତଙ୍କ ସହିତ କାମ କରିଥିଲେ। ଏହି ସମୟରେ, ‘ଜେଲର-୨’ ର ସୁଟିଂ ବର୍ତ୍ତମାନ ଚାଲିଛି।

କମଲ ହାସନ ଏବଂ ରଜନୀକାନ୍ତଙ୍କୁ ଯୋଡି ଦେଖି ଫ୍ୟାନ୍ସ ବହୁତ ଖୁସି। ଜଣେ ୟୁଜର ମନ୍ତବ୍ୟ ଦେଇଛନ୍ତି, ‘ତାମିଲ ସିନେମା ୧୦୦୦ କୋଟି ପାଇଁ ପ୍ରସ୍ତୁତ ହେଉ!‘ ଅନ୍ୟ ଜଣେ ୟୁଜର ଲେଖିଛନ୍ତି କହିଛନ୍ତି, ‘ରଜନୀ ସାରଙ୍କ ହିନ୍ଦୀରେ ଭଏସ୍ ଖୁବ୍ ଚମତ୍କାର। ଆଉ କିଛି ୟୁଜର ନିଜର ପ୍ରିୟ ସୁପରଷ୍ଟାରଙ୍କୁ କମେଣ୍ଟ କରି ଲେଖିଛନ୍ତି ହିରୋ ଓ ବେଷ୍ଟ। ଦୁଇ ଲିଜେଣ୍ଡ ଗୋଟିଏ ଫ୍ରେମ​‌ରେ। ଇଣ୍ଟରନେଟ୍ ବ୍ଲାଷ୍ଟ ହେବାକୁ ଯାଉଛି। ଲେଖିଛନ୍ତି ପ୍ରିୟ ସୁପରଷ୍ଟାରମାନଙ୍କୁ ‘ହିରୋ‘ ଏବଂ ‘ବେଷ୍ଟ’ ବୋଲି କହିଛନ୍ତି। ଏବେ ଦେଖିବାର ଅଛି ଏହି ଆନାଉନ୍ସ ଭିଡିଓ କେତେ ରେକର୍ଡ ଭାଙ୍ଗିବ ?