କେନ୍ଦୁଝର ସଦର୨୩/୧୨,(ଆପ୍ର) : କେନ୍ଦୁଝର ଜିଲା ସଦର ବ୍ଲକ ଅନ୍ତର୍ଗତ ହାଣ୍ଡିଭଙ୍ଗା ପଞ୍ଚାୟତ କାଠବାଂଉଁଶୂଳି ଗ୍ରାମର ନେତାଜୀ ବିକାଶ କମିଟି ଆନୁକୁଲ୍ୟରେ ୨୪ ତମ ଜାତୀୟ ସ୍ତରୀୟ ୧୬ ଦଳୀୟ ବିଶିଷ୍ଟ କ୍ରିକେଟ୍ ପ୍ରିମିୟମ ଲିଗ୍ ଉଦ୍ଘାଟିତ ହୋଇଯାଇଛି।
ଉଦ୍ଘାଟନୀ ଦିବସର ପ୍ରଥମ ମ୍ୟାଚ୍ ବାଲେଶ୍ବର ଏବଂ ଯାଜପୁର ମଧ୍ୟରେ ଅନୁଷ୍ଠିତ ହୋଇଥଲା । ଏଥିରେ ଯାଜପୁର ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୧୫ ଓଭରରେ ୫ ୱିକେଟ୍ ହରାଇ ୧୭୫ ରନ୍ ବିଜୟ ଲକ୍ଷ୍ୟ ଧାର୍ଯ୍ୟ କରିଥିଲା। ବିପକ୍ଷ ଦଳ ବାଲେଶ୍ବର ୧୭୬ ରନର ବିଜୟ ଲକ୍ଷ୍ୟକୁ ପିଛା କରି ୧୧.୨ ଓଭରରେ ସମସ୍ତ ୱିକେଟ୍ ହରାଇ ୯୬ ରନ କରିବାକୁ ସକ୍ଷମ ହୋଇଥଲା। ଫଳରେ ଯାଜପୁର ୮୦ ରନରେ ବିଜୟ ହୋଇ ଦ୍ୱିତୀୟ ରାଉଣ୍ଡରେ ପ୍ରବେଶ କରିଛି ଯାଜପୁର। ବିଜୟୀ ଦଳ ପକ୍ଷରୁ ଗୋବିନ୍ଦ ବାବୁ ୩୯ ବଲ ଖେଳି ୮୯ ରନ କରିଥିବାରୁ ମ୍ୟାନ୍ ଅଫ ଦି ମ୍ୟାଚ ବିବେଚିତ ହୋଇଛନ୍ତି।

ଉଦ୍ଘାଟନୀ ମ୍ୟାଚରେ ମୁଖ୍ୟ ଅତିଥି ଭାବେ ପାରାଦ୍ଵୀପ ଇଫ୍କୋ କମ୍ପାନୀ ନିର୍ଦ୍ଦେଶ ପ୍ରଶନ୍ନ କୁମାର ବେଉରା ଯୋଗ ଦେଇ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ଆୟୋଜକ ବନ୍ଧୁ ଏବଂ ଏ ମାଟିର ସୁଯୋଗ୍ୟ ସନ୍ତାନ ମୁଖ୍ୟ ମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ସମ୍ମାନ ଜଣାଇବା ସହ ଖେଳର ଏବଂ ଖେଳାଳିଙ୍କ ବିକାଶ ସଂପର୍କରେ ବକ୍ତବ୍ୟ ପ୍ରଦାନ କରିଥିଲେ। ସମ୍ମାନୀତ ଅତିଥି ଭାବେ ସଦର ବ୍ଲକ ଗୋଷ୍ଠି ଉନ୍ନୟନ ଅଧିକାରୀ ବିନୋଦ ଚନ୍ଦ୍ର ପଣ୍ଡା,ଜିଲ୍ଲା ବିଜେପି ଉପସଭାପତି ଗୋପ ରାମ, ଗଣେଶ୍ଵର ମହାନ୍ତ, ବିଜେପି ସଦର ନିର୍ବାଚନ ମଣ୍ଡଳୀ ସଂଯୋଜକ ବିବେକାନନ୍ଦ ମହାନ୍ତ, ପୂର୍ବତନ ଜିଲ୍ଲା ପରିଷଦ ତଥା ଜିଲ୍ଲା ବିଜେପି ସଧାରଣ ସମ୍ପାଦକ ଅନୁବ୍ରତ ବେହେରା, ଜିଲ୍ଲା ବିଜେପି ଯୁବ ମୋର୍ଚ୍ଚା ସଭାପତି ଲକ୍ଷ୍ମଣ ରାଉତ,ଜିଲ୍ଲା ବିଜେପି ଯୁବ ମୋର୍ଚ୍ଚା ଉପ ସଭାପତି ଅନିଦ୍ୟ ବେହେରା, ସାମାଜିକ କର୍ମୀ ଅଞ୍ଜନ ବେଜ୍, ସୁଶାନ୍ତ ବାରିକ ଯୋଗ ଦେଇ ଉଦ୍ଘାଟନ କରିଥିଲେ। ଖେଳରେ ଅମ୍ପାୟାର ଦିବ୍ୟରଞ୍ଜ ରଣା, ସୁଶାନ୍ତ କୁମାର ପଣ୍ଡା ଖେଳ ପରିଚାଳନା କରିଥଲେ। ଓଡ଼ିଆ ହିନ୍ଦୀ ଭାଷାରେ ଜାଫୁଲା ଆନସାରୀ , ଗୋଲକ ମହାନ୍ତଙ୍କ ଦ୍ଵାରା ଧାରା ବିବରଣୀ ପ୍ରଦାନ କରିଥିବା ବେଳେ ସ୍କୋରର ଭାବେ ତରିଣୀ ସେନ ଲୋହର, ନବୀନ ଆରୁକ୍ କମିଟି ସଭାପତି ଜଗନ୍ନାଥ ମୋଦୀ, ସଂପାଦକ ବିଶ୍ଵନାଥ ମହାନ୍ତ,ସମେତ ନେତାଜୀ ବିକାଶ କମିଟିର ସମସ୍ତ ସଦସ୍ୟଙ୍କ ସହଯୋଗରେ ଖେଳକୁ ଆଗେ ନେଉଛନ୍ତି ।